Posted inଜାତୀୟ

ଚାକିରି ଦେବାକୁ କହି ୧୦୦ କୋଟିର ଠକେଇ: ର଼୍ୟାକେଟରେ ୭୦ ବର୍ଷ ବୟସ୍କା ବୃଦ୍ଧା ସାମିଲ୍‌

ନୋଏଡ଼ା, ୨୯।୮: ଏକ ବଡ଼ ଧରଣର ଠକେଇ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ନୋଏଡ଼ା ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ୧୦୦ କୋଟି ଟଙ୍କାର ଏହି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ରାଜେଶ କୁମାର ଫେରାର ହୋଇଯାଇଛନ୍ତି। ତେବେ ରାଜେଶଙ୍କ ୭୦ ବର୍ଷ ବୟସ୍କା ମା’ ସୀମା ଦେବୀ ଏଥିରେ ସାମିଲ ହେବାରେ ପ୍ରମାଣ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସୀମା ଦେବୀଙ୍କ ନାମରେ ଥିବା ବହୁ ନକଲି କାଗଜପତ୍ର ପୋଲିସ ଜବତ କରିଛି। ହାଇପର ମାର୍ଟ କମ୍ପାନୀ ନାମରେ ଠକେଇ ଅଭିଯୋଗରେ ୮ଟି ମୋକଦମା କରାଯାଇଥିବା ବେଳେ ୨୨ଟି ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଲୋକଙ୍କ ଚାକିରି ଦେବା ନାମରେ ଏବଂ ଫ୍ରାଞ୍ଚାଇଜ୍‌ ନେବା କହି ଠକେଇ ହୋଇଥିବା ପୋଲିସ କହିଛି। ଚଢ଼ାଉ ସମୟରେ ୧୧୭ ଏଟିଏମ୍‌ କାର୍ଡ, ୭୧ ପିନ୍‌ କୋଡ୍‌, ୯ ଆଧାର କାର୍ଡ, ୧୯ ଭୋଟର ପରିଚୟପତ୍ର, ୧୭ ଡ୍ରାଇଭିଂ ଲାଇସେନ୍ସ, ନକଲି ୨୩ ଷ୍ଟାମ୍ପ ଆଦି ଜବତ ହୋଇଛି। ଏହା ସହିତ ୩.୩୩୦ କିଲୋଗ୍ରାମ୍‌ ସୁନା ଅଳଙ୍କାର, ୨୪୨ଗ୍ରାମ୍‌ ଓଜନର ରୁପା ମୁଦ୍ରା ଏବଂ ୧୩ ଲକ୍ଷ ୫୪ ହଜାର ୫୫୦ ନଗଦ ଟଙ୍କା ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

ଅସୁବିଧା ସମୟରେ ଭଡାଟିଆଙ୍କୁ ସାହା ହେଲେ ଘର ମାଲିକ

ନଏଡା,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସମସ୍ତେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ କେତେକ ଲୋକ ନିଜର ମାନବିକତାର ପରିଚୟ...

କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଞ୍ଚି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି...

କରୋନା ଭାଇରସ ରୋଗୀ ଚିହ୍ନଟ ପରେ ଗେହଲଟ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଜୟପୁର,୩।୩: ଚାଇନାରେ କାୟା ବିସ୍ତାର କରି ଚାଲିଥିବା କରୋନା ଭାଇରସ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ସୋମବାର ଭାରତରେ ୩ କରୋନା...

କଂଗ୍ରେସକୁ ଯୁବ ଅଧ୍ୟକ୍ଷ ଦରକାର: ଅମରିନ୍ଦର

ନୂଆଦିଲ୍ଲୀ,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନିଜ ମତ ରଖିଛନ୍ତି। କଂଗ୍ରେସର ବୁଡ଼ିଯାଉଥିବା...

ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୮।୫: ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ମର୍ମରେ ସେ ଆଶୀର୍ବାଦ ନେବା...

ଭାଜପାର ଘୋଷଣା ପତ୍ରରେ ରହିଛି ଏହି ସବୁ ପ୍ରତିଶ୍ରୁତି

କୋଲକାତା,୨୧।୩: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ହେଲେ ନିଖୋଜ ଯବାନଙ୍କ ସ୍ତ୍ରୀ

ରାୟପୁର, ୫।୪: ଛତିଶଗଡ଼ର ବିଜାପୁର ଏନ୍‌କାଉଣ୍ଟର ବେଳେ ନିଖୋଜ ଥିବା ସିଆର୍‌ପିଏଫ୍‌ ଯବାନ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଥିବା ଜଣେ ଅଜଣା ବ୍ୟକ୍ତି...

Advertisement


Archives

Model This Week