ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ
ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର ଭୂକମ୍ପ ଅନୁଭୁତ ହୋଇଛି। ସୋମବାର ସକାଳ ୮ଟାରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର…
ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ
ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ ବର୍ଷର ଏହି ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଗୋଟିଏ ବିଲେଇ ଏଭଳି ଏକ…
ବଳାତ୍କାର ପୀଡ଼ିତାଙ୍କୁ ବିବାହ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
ଇନ୍ଦୋର, ୬।୯: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍ ଏକ ନିଆରା ରାୟ ଦେଇଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିବା ସର୍ତ୍ତରେ କୋର୍ଟ ଜେଲ୍ରେ ଥିବା ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମଗ୍ର ସହରରେ ଆଲୋଚନାର ବିଷୟ ପାଲଟିଛି।…
ଦାଉଦ୍ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍
ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଫୋନ୍ କରି ‘ମାତୋଶ୍ରୀ’କୁ ବମ୍ ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛି।…
ଅର୍ଜୁନ କପୁର କରୋନା ପଜିଟିଭ
ମୁମ୍ବାଇ,୬।୯: ବଲିଉଡ୍ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ ଏବେ କରୋନାରେ ପୀଡ଼ିତ। ତେବେ ଏହି ଖବର ଆପଣମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଭାବି…
କଂଗ୍ରେସରେ ପୁଣି ‘ଲେଟର ବମ୍’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ
ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏବେ ପୁଣି ଏକ ‘ଲେଟର…
କୋଭାକ୍ସିନ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ
ନୂଆଦିଲ୍ଲୀ, ୬।୯: ହାଇଦ୍ରାବାଦ୍ର କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୮୦ ଜଣଙ୍କ ଉପରେ ଏହାର ପ୍ରୟୋଗ କରାଯିବ। ଜୁଲାଇ ୧୫ରେ ଏହାର ପ୍ରଥମ ପର୍ଯ୍ୟାୟ…
ଜିଅନ୍ତା ସାପକୁ ଗିଳିଦେଲା ଏକ ବର୍ଷର ଶିଶୁ: ଲାଞ୍ଜ ଦେଖିବା ପରେ ମା’ କଲେ ଏପରି..
ବରେଲି,୬।୯: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁ ଖେଳୁ ଖେଳୁ ଏକ ସାପକୁ ଗିଳି ଦେଇଥିଲା। ହେଲେ ତାଙ୍କ ମା’ ସାପର ଲାଞ୍ଜକୁ ଦେଖିବା ପରେ ସେ ଭିଡିକରି ସାପକୁ ବାହାର କରିଥିବା ଜଣାପଡ଼ିଛି।…
କରୋନା ସଂକ୍ରମିତଙ୍କ ଜନ୍ମଦିନ ପାର୍ଟି: ଭିଡିଓ ଶେୟାର କରି ଆଇପିଏସ୍ କହିଲେ ଏମିତି ନାଚିଲେ ହାରିଯିବ କରୋନା
ନୂଆଦିଲ୍ଲୀ,୬।୯: କେତେକ ଲୋକ ଅଛନ୍ତି ଯେଉଁମାନେ ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏକ କରୋନା ହସ୍ପିଟାଲରେ। ଉକ୍ତ ହସ୍ପିଟାଲରେ ସମସ୍ତ କରୋନା ରୋଗୀ ଜନ୍ମଦିନ ପାର୍ଟି ମନାଇବା ସହ ମନ ଖୋଲି…
ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ଲାଗିଲା ନିଆଁ
ପୂର୍ବ ଗୋଦାବରୀ,୬।୯: ରବିବାର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ନିଆଁ ଲାଗିଥିବା ସୂଚନା ମିଳିଛି। ହେଲେ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜାଣିବା ପରେ…
ଜଣେ କଏଦୀଙ୍କ ପାଇଁ ଦିନକୁ ଖର୍ଚ୍ଚ ୧୧୮ ଟଙ୍କା: ଏନ୍ସିଆର୍ବି ରିପୋର୍ଟ
ନୂଆଦିଲ୍ଲୀ, ୬।୯: ଦେଶରେ ଥିବା ବିଭିନ୍ନ ଜେଲ୍ରେ ଥିବା କଏଦୀଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ରିପୋଟ ପ୍ରକାଶ ପାଇଛି। ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଜଣେ…
୧୯ ବର୍ଷୀୟା କରୋନା ପୀଡ଼ିତାଙ୍କୁ ବଳାତ୍କାର କଲେ ଆମ୍ବୁଲାନ୍ସ ଡ୍ରାଇଭର
ଥିରୁଭାନନ୍ତପୁରମ,୬।୯: କେରଳର ପାତନମଥିତ ଜିଲାର ଅରାନମୁଲାରେ ଜଣେ ୧୯ ବର୍ଷୀୟା କରୋନା ସଂକ୍ରମିତ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲରେ କେରଳ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ନୌଫାଲ(୨୫)ଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପାଥଲମରେ ଜଣେ ୧୯ ବର୍ଷୀୟା ଯୁବତୀ…
Archives


