Posted inଜାତୀୟ

ପ୍ରବଳ ବର୍ଷାରେ ୧୧ ଜଣଙ୍କ ଜୀବନ ଗଲା

ହାଇଦ୍ରାବାଦ,୧୪।୧୦: ହାଇଦ୍ରାବାଦର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବାଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଖସି ୯ ଜଣଙ୍କର ଜୀବନ ଯିବାସହ ୨ ଜଣ ଆହତ ହୋଇଛନ୍ତି। ରାସ୍ତା ଏବଂ କିଛି ନିମ୍ନମାନର ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ହେତୁ ଇବ୍ରାହିମପାଟନମ ଅଞ୍ଚଳରେ ପୁରୁଣା ଘରର ଛାତ ଖସି ୪୦ ବର୍ଷୀୟା ମହିଳା ଏବଂ ତାଙ୍କର ୧୫ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାରଠାରୁ ତେଲେଙ୍ଗାନାର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଏହି କାରଣରୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇପଡିଛି। ଅଟାପୁର ମେନ ରୋଡ, ମୁଶେରାବାଦ, ଟୋଲି ଚାଉକି ଅଞ୍ଚଳ ଏବଂ ଡାମିଗୁଡା ସମେତ ଅନେକ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ରାସ୍ତାରେ ପାଣି ପଶିଯିବାରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଟ୍ରାଫିକ ସେବା ମଧ୍ୟ ଅଟକି ଯାଇଛି। ଏସଡିଆରଏଫ୍‌ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ବଢିଲା ଭାରତର ଦବଦବା, ଇସ୍ରୋ ଉତକ୍ଷେପଣ କଲା ସିଙ୍ଗାପୁରର ଦୁଇଟି ଉପଗ୍ରହ

ନୂଆଦିଲ୍ଲୀ,୨୨।୪: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍‌ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି। ଏହି...

ପାକିସ୍ତାନକୁ ୨୬/୧୧ କଥା ମନେପକାଇ ଦେଲେ ଜାଭେଦ ଅଖତର

ମୁମ୍ବାଇ,୨୧ ।୨: ବଲିଉଡ ରାଇଟର ଜାଭେଦ ଅଖତର ନିକଟରେ ପାକିସ୍ତାନ ଯାଇ ସେଠାରେ ହିଁ ତାକୁ ଆଇନା ଦେଖାଇଛନ୍ତି । ସେ ସେଠାରେ ଏକ କାର୍ଯ୍ୟକ୍ରମରେ...

ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ...

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ...

ଆସାମ ନଲବାଡିରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ

ଗୁଆହାଟି,୬ ।୨: ଆସାମର ନଲବାଡି ଜିଲାରେ ସିଆରପିଏଫର ଯବାନ ଓ ଆସାମ ପୋଲିସର ମିଳିତ ଅଭିଯାନରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି...

ବିପକ୍ଷଙ୍କ ମୋଦି ଫୋବିୟା, ପିଏମ୍‌ ପଦ ପାଇଁ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ, ନକଭିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୩।୮ : ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବା ସହିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା...

ଭାରତ-ଚାଇନା ପ୍ରସଙ୍ଗ: ବିରୋଧୀଙ୍କ ପ୍ରଦର୍ଶନ, ସଂସଦରେ ଚର୍ଚ୍ଚା ପାଇଁ ଦାବି…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବ୍ୟବସାୟୀ ଅରୁଣ ପିଲ୍ଲାଇ ଗିରଫ

ହାଇଦ୍ରାବାଦ୍‌,୭।୩: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦସ୍ଥିତ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ଦୁର୍ନୀତି ସହ ଜଡ଼ିତ ମାମଲାରେ...

Advertisement
Archives

Model This Week