ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟିପିଛି। ଏହି ପ୍ରସଙ୍ଗ କେବଳ ମହାରାଷ୍ଟ୍ର ନୁହେଁ, ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।
ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଜାରି ହେବା ସହ ମହାରାଷ୍ଟ୍ର ସମେତ ସାରା ଦେଶର ଧର୍ମାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଥିଲା। କିଛି ସପ୍ତାହ ହେବ ପର୍ଯ୍ୟାୟକ୍ରମେ ଅନ୍‌ଲକ କରାଯାଉଛି। ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଏବେ ମନ୍ଦିର ନ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ମହାରାଷ୍ଟ୍ର ରାଜ୍ୟପାଳ କୋଶିୟାରୀ ତାଙ୍କୁ ଚିଠି ଲେଖିଥିଲେ। ଆପଣ ହିନ୍ଦୁତ୍ୱର ଜଣେ ଦୃଢ଼ ପକ୍ଷଧର। ଏବେ ଆପଣ ‘ଧର୍ମନିରପେକ୍ଷ’ ହୋଇଗଲେ, ଯେଉଁ ଶବ୍ଦକୁ ନିଜେ ଘୃଣା କରୁଥିଲେ ବୋଲି ରାଜ୍ୟପାଳ ଉଦ୍ଧବଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଗୋଟିଏପଟେ ବାର୍‌, ରେଷ୍ଟୁରାଣ୍ଟ ଓ ବେଳାଭୂମି ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟପଟେ ଆମ ଦେବଦେବୀଙ୍କୁ ଲକ୍‌ଡାଉନରେ ରଖିଛନ୍ତି ବୋଲି କୋଶିୟାରୀ ସମାଲୋଚନା କରିଛନ୍ତି। ଏହାର ଜବାବରେ ଠାକ୍‌ରେ କହିଛନ୍ତି, ରାଜ୍ୟପାଳ ହିନ୍ଦୁତ୍ୱ କଥା କହିବା ସମ୍ପୂର୍ଣ୍ଣ ଠିକ୍‌। ତେବେ ଆମକୁ କାହାଠାରୁ ହିନ୍ଦୁତ୍ୱ ସାର୍ଟିଫିକେଟ ନେବା ଅଥବା ପାଠ ପଢ଼ିବାର ଆବଶ୍ୟକତା ନାହିଁ। ମୁମ୍ବାଇକୁ ପିଓକେ ସହ ତୁଳନା କରିଥିବା ଲୋକଙ୍କୁ ସ୍ବାଗତ କରୁଥିବା ବ୍ୟକ୍ତି ମୋ ହିନ୍ଦୁତ୍ୱ ସହ ମେଳ ଖାଉନାହାନ୍ତି ବୋଲି ଶିବସେନା ଅଧ୍ୟକ୍ଷ ଠାକ୍‌ରେ କହିଛନ୍ତି। ଦିନ ତମାମ ଉଭୟଙ୍କ ମଧ୍ୟରେ ପତ୍ର ବିନିମୟରେ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟପାଳଙ୍କ ଭାଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ଏକ ଦଳର ନେତାଙ୍କୁ ସମ୍ବୋଧନ କଲା ଭଳି ଭାଷା ବ୍ୟବହାର କରିଛନ୍ତି। ସମ୍ବିଧାନ ଅନୁସାରେ ଧର୍ମନିରପେକ୍ଷତା ଅର୍ଥ ସବୁ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବା। ମୁଖ୍ୟମନ୍ତ୍ରୀ ଏହାକୁ ପାଳନ କରିବେ। କିନ୍ତୁ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳ ଯେପରି ଭାଷା ବ୍ୟବହାର କରିଛନ୍ତି, ତାହା ତାଙ୍କୁ ଶୋଭା ପାଉନାହିଁ। ପ୍ରଧାନମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେବେ ବୋଲି ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?