Posted inଜାତୀୟ

ଲଦାଖର ୟୁଟି ମାନ୍ୟତା ବେଆଇନ

ନୂଆଦିଲ୍ଲୀ/ବେଜିଂ,୧୪ା୧୦: କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) ମାନ୍ୟତା ଦେବାର ୧୪ ମାସ ପରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅଡ଼ୁଆ ଛିଣ୍ଡୁନାହିଁ। ଭାରତ ସହ ସୀମା ବିବାଦରେ ବ୍ୟସ୍ତ ଚାଇନା ଏହାକୁ ଅସ୍ବୀକାର କରିଆସୁଛି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ୬୦,୦୦୦ ସୈନ୍ୟ ମୁତୟନ ହୋଇଥିବା ନେଇ ଆମେରିକା ପରାରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ପ୍ରଘଟର ୩ ଦିନ ପରେ ଚାଇନା କହିଛି, ଲଦାଖକୁ ନୂଆଦିଲ୍ଲୀ ପକ୍ଷରୁ ପ୍ରଦାନ କରାଯାଇଥିବା ୟୁଟି ମାନ୍ୟତାକୁ ବେଜିଂ ସ୍ବୀକୃତି ଦିଏନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଏଲ୍‌ଏସି ନିକଟରେ ୪୪ ନୂଆ ବ୍ରିଜ୍‌ ଉଦ୍‌ଘାଟନ କରିଥିଲେ। ପାକିସ୍ତାନ ଓ ଚାଇନା ଏକ ମିଶନ ଅଧୀନରେ ସୀମାରେ ବିବାଦ ସୃଷ୍ଟି କରୁଛନ୍ତି ବୋଲି ରାଜନାଥ ମନ୍ତବ୍ୟ ଦେବା ପରେ ଚାଇନା ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଭାରତର ବର୍ଡର ରୋଡ୍ସ ଅର୍ଗାନାଇଜେଶନ(ବିଆର୍‌ଓ) ପକ୍ଷରୁ ଲଦାଖ ସୀମାରେ ୮ ଓ ଅରୁଣାଚଳ ସୀମାରେ ୮ ସେତୁ ନିର୍ମାଣ କରାଯାଇଛି। ସୀମା ସଂଲଗ୍ନ ଏହି ବ୍ରିଜ୍‌ଗୁଡ଼ିକ ଦେଇ ସାମରିକ କାର୍ଯ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହୋଇପାରିବ। ଖବରଦାତାଙ୍କ ଏସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଗଣମାଧ୍ୟମକୁ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଭାରତର ଭିତ୍ତିଭୂମି ନିର୍ମାଣକୁ ବେଜିଂ ବିରୋଧ କରୁଛି। ସୀମାରେ ଭିତ୍ତିଭୂମି ବିକାଶ ସହ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି କରାଯିବା ଦୁଇଦେଶ ମଧ୍ୟରେ ଉତ୍ତେଜନାର କାରଣ। କୌଣସି ପକ୍ଷ କିଛି ପଦକ୍ଷେପ ନେଲେ ସ୍ଥିତି ବିଗିଡ଼ିଯିବ ବୋଲି ସେ ଚେତାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟମାନେ ଉତ୍ତରସୀମାରେ ୬୦,୦୦୦ ଚାଇନା ସୈନ୍ୟଙ୍କୁ ସାମ୍ନା କରୁଛନ୍ତି। ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ୩ ବୃହତ୍‌ ଗଣତନ୍ତ୍ର ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ପ୍ରତି ଚାଇନାର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିପଦ ରହିଛି ବୋଲି ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଥିଲେ।

୨୮ରେ ଲଦାଖ ଯିବ ସଂସଦୀୟ କମିଟି
ସୀମାରେ ଭାରତ-ଚାଇନା ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ ଲଦାଖର ସ୍ଥିତି ପରଖିବାକୁ ଆଗାମୀ ୨୮-୨୯ରେ ସଂସଦୀୟ କମିଟି ଲଦାଖ ଗସ୍ତରେ ଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ପିଏସି ସଦସ୍ୟମାନେ ସେଠାକୁ ଯାଇ ଥଣ୍ଡା ପାର୍ବତ୍ୟାଞ୍ଚଳରେ ମୁତୟନ ଥିବା ଯବାନଙ୍କ ଲାଗି ରାଶନ, ଗରମ ପୋଷାକ ଓ ଘରର ଉପଯୁକ୍ତ ସୁବିଧା ସମ୍ପର୍କରେ ପଚାରି ବୁଝିବେ। ଗତ ମାସରେ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖି ପିଏସି ସଦସ୍ୟମାନେ ଲଦାଖ ଯିବା ସହ ଯବାନଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପଚାରି ବୁଝିବେ ବୋଲି ଜଣାଇଥିଲେ। ସିଏଜି ରିପୋର୍ଟରେ ଲଦାଖ ସୀମାରେ ମୁତୟନ ଥିବା ଯବାନଙ୍କ ଲାଗି ଗରମ ପୋଷାକ, ରାଶନ, ଯୁଦ୍ଧାସ୍ତ୍ର ଆଦିର ଅଭାବ ରହିଥିବା ଦର୍ଶାଯାଇଥିଲା। ଏନେଇ ପିଏସି ପକ୍ଷରୁ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ୨୩ରେ ପିଏସି ବୈଠକ ବସି ସେଠାକୁ ଯାତ୍ରା ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋମୂତ୍ରରୁ ତିଆରି ହେଉଛି କ୍ୟାନସର ଔଷଧ: ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ,୮।୯: ମୋଦି ସରକାରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଶନିବାର ଗୋମୂତ୍ରକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଗୋମୂତ୍ରରୁ ବିଭିନ୍ନ...

ଆବର୍ଜନାକୁ ନେଇ ରାଜନୀତି, ଏଏପି-ଭାଜପା କର୍ମୀ ମୁହାଁମୁହିଁ, କେଜ୍ରିଓ୍ବାଲଙ୍କ ପରିଦର୍ଶନକୁ ବିରୋଧ…

ନୂଆଦିଲ୍ଲୀ,୨୭।୧୦ : ଦିଲ୍ଲୀରେ ଆବର୍ଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ଏଏପି-ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପୂର୍ବ ଦିଲ୍ଲୀର...

ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ

ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ...

ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…

ବିକାନେର୍‌,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ପିଜୁଳି

ଅନେକ ଲୋକ ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି। ପିଜୁଳି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ମଧ୍ୟ ସେତିକି ଉପକାରୀ। ଖାସ୍‌ ଭାବେ ମଧୁମେହ ରୋଗୀଙ୍କ ପାଇଁ...

ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ

ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍‌, ଟାଟା କନର୍ସୋଟିୟମ ଅଫ୍‌ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍‌ଏଲ୍‌) ଏବଂ ଟିଏଏସ୍‌ଏଲ୍‌...

ଆସାମ ମୁଖ୍ୟମନ୍ତ୍ରୀଙ୍କ ନୂଆ ରୂପ

ଗୁଆହାଟି,୧୬ ।୧: ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ ।...

ଦିଲ୍ଲୀ ପରେ ଭୋପାଳରେ ନ୍ୟାଶନାଲ ହେରାଲ୍ଡର ଜମି ହେବ ସିଲ୍‌

ଭୋପାଳ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲା କଂଗ୍ରେସର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏହି ମାମଲା ପୂର୍ବରୁ କେବଳ ଗାନ୍ଧୀ ପରିବାର ସୀମିତ ଥିଲା। କିନ୍ତୁ ବର୍ତ୍ତମାନ...

Advertisement
Archives

Model This Week