Posted inଜାତୀୟ

ଲଦାଖର ୟୁଟି ମାନ୍ୟତା ବେଆଇନ

ନୂଆଦିଲ୍ଲୀ/ବେଜିଂ,୧୪ା୧୦: କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) ମାନ୍ୟତା ଦେବାର ୧୪ ମାସ ପରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅଡ଼ୁଆ ଛିଣ୍ଡୁନାହିଁ। ଭାରତ ସହ ସୀମା ବିବାଦରେ ବ୍ୟସ୍ତ ଚାଇନା ଏହାକୁ ଅସ୍ବୀକାର କରିଆସୁଛି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ୬୦,୦୦୦ ସୈନ୍ୟ ମୁତୟନ ହୋଇଥିବା ନେଇ ଆମେରିକା ପରାରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ପ୍ରଘଟର ୩ ଦିନ ପରେ ଚାଇନା କହିଛି, ଲଦାଖକୁ ନୂଆଦିଲ୍ଲୀ ପକ୍ଷରୁ ପ୍ରଦାନ କରାଯାଇଥିବା ୟୁଟି ମାନ୍ୟତାକୁ ବେଜିଂ ସ୍ବୀକୃତି ଦିଏନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଏଲ୍‌ଏସି ନିକଟରେ ୪୪ ନୂଆ ବ୍ରିଜ୍‌ ଉଦ୍‌ଘାଟନ କରିଥିଲେ। ପାକିସ୍ତାନ ଓ ଚାଇନା ଏକ ମିଶନ ଅଧୀନରେ ସୀମାରେ ବିବାଦ ସୃଷ୍ଟି କରୁଛନ୍ତି ବୋଲି ରାଜନାଥ ମନ୍ତବ୍ୟ ଦେବା ପରେ ଚାଇନା ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଭାରତର ବର୍ଡର ରୋଡ୍ସ ଅର୍ଗାନାଇଜେଶନ(ବିଆର୍‌ଓ) ପକ୍ଷରୁ ଲଦାଖ ସୀମାରେ ୮ ଓ ଅରୁଣାଚଳ ସୀମାରେ ୮ ସେତୁ ନିର୍ମାଣ କରାଯାଇଛି। ସୀମା ସଂଲଗ୍ନ ଏହି ବ୍ରିଜ୍‌ଗୁଡ଼ିକ ଦେଇ ସାମରିକ କାର୍ଯ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହୋଇପାରିବ। ଖବରଦାତାଙ୍କ ଏସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଗଣମାଧ୍ୟମକୁ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଭାରତର ଭିତ୍ତିଭୂମି ନିର୍ମାଣକୁ ବେଜିଂ ବିରୋଧ କରୁଛି। ସୀମାରେ ଭିତ୍ତିଭୂମି ବିକାଶ ସହ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି କରାଯିବା ଦୁଇଦେଶ ମଧ୍ୟରେ ଉତ୍ତେଜନାର କାରଣ। କୌଣସି ପକ୍ଷ କିଛି ପଦକ୍ଷେପ ନେଲେ ସ୍ଥିତି ବିଗିଡ଼ିଯିବ ବୋଲି ସେ ଚେତାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟମାନେ ଉତ୍ତରସୀମାରେ ୬୦,୦୦୦ ଚାଇନା ସୈନ୍ୟଙ୍କୁ ସାମ୍ନା କରୁଛନ୍ତି। ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ୩ ବୃହତ୍‌ ଗଣତନ୍ତ୍ର ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ପ୍ରତି ଚାଇନାର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିପଦ ରହିଛି ବୋଲି ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଥିଲେ।

୨୮ରେ ଲଦାଖ ଯିବ ସଂସଦୀୟ କମିଟି
ସୀମାରେ ଭାରତ-ଚାଇନା ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ ଲଦାଖର ସ୍ଥିତି ପରଖିବାକୁ ଆଗାମୀ ୨୮-୨୯ରେ ସଂସଦୀୟ କମିଟି ଲଦାଖ ଗସ୍ତରେ ଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ପିଏସି ସଦସ୍ୟମାନେ ସେଠାକୁ ଯାଇ ଥଣ୍ଡା ପାର୍ବତ୍ୟାଞ୍ଚଳରେ ମୁତୟନ ଥିବା ଯବାନଙ୍କ ଲାଗି ରାଶନ, ଗରମ ପୋଷାକ ଓ ଘରର ଉପଯୁକ୍ତ ସୁବିଧା ସମ୍ପର୍କରେ ପଚାରି ବୁଝିବେ। ଗତ ମାସରେ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖି ପିଏସି ସଦସ୍ୟମାନେ ଲଦାଖ ଯିବା ସହ ଯବାନଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପଚାରି ବୁଝିବେ ବୋଲି ଜଣାଇଥିଲେ। ସିଏଜି ରିପୋର୍ଟରେ ଲଦାଖ ସୀମାରେ ମୁତୟନ ଥିବା ଯବାନଙ୍କ ଲାଗି ଗରମ ପୋଷାକ, ରାଶନ, ଯୁଦ୍ଧାସ୍ତ୍ର ଆଦିର ଅଭାବ ରହିଥିବା ଦର୍ଶାଯାଇଥିଲା। ଏନେଇ ପିଏସି ପକ୍ଷରୁ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ୨୩ରେ ପିଏସି ବୈଠକ ବସି ସେଠାକୁ ଯାତ୍ରା ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?