ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!
ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ ଦିନ ପାଇଁ ପାରୋଲ ମିଳିଥିବା ଜଣାପଡିଛି । ହରିୟାଣା ସରକାର ଗୋଟିଏ ଦିନ...
କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ: ମୋଦି
ନୂଆଦିଲ୍ଲୀ,୭।୧୧: କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। କରୋନା ମହାମାରୀ ପୃଥିବୀରେ ବଡ଼...
ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ
ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ସେ ଏହା ଦାଖଲ କରିଥିବା ସୂଚନା ମିଳିଛି ।...
ରେଡ୍ ଜୋନ୍ରେ ଦିଲ୍ଲୀ ଏନ୍ସିଆର୍
ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍ସିଆର୍ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ...
ମାଲାବାର ନୌସେନା ଅଭ୍ୟାସ: ବିକ୍ରମାଦିତ୍ୟ ସହ ଦେଖାଦେବ ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହାଜ
ନୂଆଦିଲ୍ଲୀ,୭ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଭାରତ, ଆମେରିକା, ଜାପାନ, ଓ ଅଷ୍ଟ୍ରେଲିଆ ମଧ୍ୟରେ ମାଲାବାର ନୌସେନା ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଆମେରିକାର ସବୁଠାରୁ ଶକ୍ତିଶାଳୀ ବିମାନବାହକ ଯୁଦ୍ଧ...
ମାନକୋଟ୍ରେ ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍ରୁ ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ଶନିବାର ଭୋର ୨ଟା ୩୦ରେ ପୁଞ୍ଚ୍ ଜିଲାର ମାନକୋଟ୍ ସେକ୍ଟରରେ ପାକିସ୍ତାନୀ ଫରଓ୍ବାର୍ଡ...
ଉପଗ୍ରହ ଇଓଏସ୍-୦୧ ଉତ୍କ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ହାଇଦ୍ରାବାଦ୍,୭।୧୧: ଇସ୍ରୋ ପକ୍ଷରୁ ଇଓଏସ୍-୦୧ ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ମହାକାଶକୁ ଶନିବାର ଅପରାହ୍ନ ୩ଟା ୨ରେ ପ୍ରେରଣ କରାଯିବ। ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ପିଏସ୍ଏଲ୍ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯିବ। ଏହା ସହିତ...
ଗୋଆ ବିଚ୍ର ଫଟୋ ଶୁଟ୍କୁ ନେଇ ମିଲିନ୍ଦ ସୋନମଙ୍କ ନାଁରେ ଅଭିଯୋଗ
ନୂଆଦିଲ୍ଲୀ,୭ ।୧୧: ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋନମ ଏବେ ଅଡୁଆରେ । ନିକଟରେ ସେ ଗୋଆ ବୁଲିବାକୁ ଯାଇଥିବା ବେଳେ ସେଠାରେ ଉଠାଇଥିବା ଫଟୋକୁ ନେଇ ସେ ବିବାଦରେ ଫସି ଯାଇଛନ୍ତି । ଗୋଆ ବିଚ୍ରେ ସେ...
ବିହାର ବିଧାନସଭାର ୭୮ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ପାଟନା,୭ ।୧୧: ବିହାର ବିଧାନସଭାର ୭୮ ଆସନ ପାଇଁ ତୃତୀୟ ବା ଚୁଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ୧୬ ଜିଲାରେ ହେଉଥିବା ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ପାଖାପାଖି...
ଓଡ଼ିଶାର ୨୮,୬୬୭ ପେନସନଭୋଗୀ ପାଇଛନ୍ତି ୧୩୭.୧୫ କୋଟି
ନୂଆଦିଲ୍ଲୀ, ୭।୧୧ (ପିଆଇବି): ଓ୍ବାନ୍ ର଼୍ୟାଙ୍କ୍ ଓ୍ବାନ୍ ପେନ୍ସନ (ଓଆର୍ଓପି) ଲାଗୁ କରିବା ଲାଗି କେନ୍ଦ୍ର ସରକାର ୨୦୧୫ ନଭେମ୍ବର ୭ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏହି ଲାଭ ୨୦୧୪ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଥିଲା। ବିପୁଳ ଆର୍ଥିକ...
୩୦ ବର୍ଷରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା
ନୂଆଦିଲ୍ଲୀ,୭।୧୧(ଆଇଏଏନ୍ଏସ୍):କଶ୍ମୀର ଉପତ୍ୟକାରେ ଗତ ୩୦ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ରାଜନୈତିକ ନେତା ଓ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ୧୯୮୯ରୁ ୨୦୧୯ ମଧ୍ୟରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ଏଭଳି କାଣ୍ଡ ରଚାଯାଇଛି। ତେବେ ୨୦୦୦ ମସିହାରେ ଭାଜପାର...
ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ, ୭।୧୧(ପି.ଟି.):ରିପବ୍ଲିକାନ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ବିଧାନସଭା ନୋଟିସକୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରି ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ସଚିବ ତାଙ୍କୁ ଚେତାବନୀ ଦେଇ ପତ୍ର ଲେଖିଥିଲେ। ଏଥିପାଇଁ ତାଙ୍କ ବିରୋଧରେ କ’ଣ ପାଇଁ ଅଦାଲତ...
Archives


