Posted inଜାତୀୟ

ମାନକୋଟ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ଶନିବାର ଭୋର ୨ଟା ୩୦ରେ ପୁଞ୍ଚ୍‌ ଜିଲାର ମାନକୋଟ୍‌ ସେକ୍ଟରରେ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଏଭଳି କରୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ନଭେମ୍ବର ୫ରେ ଏଠାକାର ଶାହାପୁର, କେର୍ନି ଏବଂ କ୍ୱସବା ସେକ୍ଟରରେ ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ

ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ...

ଅଗ୍ନିବୀରଙ୍କୁ ସିଏପିଏଫ୍‌-ଆସାମ ରାଇଫଲ୍ସ ନିଯୁକ୍ତିରେ ଅଗ୍ରାଧିକାର…

ନୂଆଦିଲ୍ଲୀ, ୧୫।୬ : ଅଗ୍ନିପଥ ଯୋଜନା ଅନ୍ତର୍ଗତ ଚାରି ବର୍ଷ ଚାକିରି ପୂରଣ କରିଥିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଖୁସି ଖବର...

ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ଏହି ମହିଳା ଲଢିବେ ନିର୍ବାଚନ

ମାଙ୍ଗାଲୋର,୧୧।୧୧: କର୍ନାଟକର ଏକ ଖାଦ୍ୟ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଜଣେ ମହିଳା ଏବେ ଲଢିବେ ନିର୍ବାଚନ। ମେଘନା ଦାସ ନାମକ ଏହି ମହିଳା ଜଣଙ୍କ...

୫୮୮ ପ୍ରବାସୀଙ୍କୁ ନେଇ ଭାରତରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

କୋଚି,୧୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ...

ଜୟ ଶ୍ରୀରାମ କହିବାରୁ ପିଟି ମାରିଦେଲେ

କୁଶୀନଗର, ୨୮ା୩: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଜଣେ ଭାଜପା ସମର୍ଥକ ମୁସଲମାନ ଯୁବକ ଜୟ ଶ୍ରୀରାମ କହିବାରୁ ତାଙ୍କୁ ପଡ଼ୋଶୀମାନେ ପିଟି ହତ୍ୟା କରିଥିବା ଅଭିଯୋଗ...

ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ କାହିଁକି ଚାହୁଁଛନ୍ତି ପ୍ରଶ୍ନ ଛାତ୍ରଙ୍କୁ ପଚାରିଲେ ମୋଦି

ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ଭାଜପା ପ୍ରାର୍ଥୀ ତାଲିକାକୁ ନେଇ ତୁମୁଳକାଣ୍ଡ

ଗୁଆହାଟୀ,୩୧।୧ : ମଣିପୁର ବିଧାନସଭା ନିର୍ବାଚନ ଲାଗି ଭାଜପା ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳୀୟ କର୍ମୀ ତୁମୁଳକାଣ୍ଡ କରିଛନ୍ତି। ରବିବାର ଭାଜପା...

ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ୧୧ କୋଟି

ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକାର ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍‌...

Advertisement
Archives

Model This Week