Posted inଜାତୀୟ

ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ, ୭।୧୧(ପି.ଟି.):ରିପବ୍ଲିକାନ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ବିଧାନସଭା ନୋଟିସକୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରି ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ସଚିବ ତାଙ୍କୁ ଚେତାବନୀ ଦେଇ ପତ୍ର ଲେଖିଥିଲେ। ଏଥିପାଇଁ ତାଙ୍କ ବିରୋଧରେ କ’ଣ ପାଇଁ ଅଦାଲତ ଅବମାନନା ମକଦ୍ଦମା ନ ଚାଲିବ ୨ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ଦେବା ପାଇଁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି।
ମହାରାଷ୍ଟ୍ର ବିଧାନସଭା ସ୍ବାଧିକାର ଭଙ୍ଗ ମାମଲାରେ ଅର୍ଣ୍ଣବଙ୍କ ଗିରଫଦାରି ଉପରେ ସର୍ବୋଚ୍ଚ ଅଦାଲତ ରୋକ୍‌ ଲଗାଇଥିଲେ। ଅକ୍ଟୋବର ୧୩ରେ ସଚିବ ଲେଖିଥିବା ପତ୍ରକୁ ଖଣ୍ଡପୀଠ ଗୁରୁତର ସହ ନେଇଛନ୍ତି। ଅର୍ଣ୍ଣବଙ୍କ ଓକିଲ ହରିଶ୍‌ ସାଲ୍‌ଭେଙ୍କ ଠାରୁ ଉକ୍ତ ପତ୍ର ସମ୍ପର୍କରେ ଶୁଣିବା ପରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କ୍ଷୁବ୍ଧ ହୋଇଥିଲେ। ଏହା ଅଦାଲତ ଅବମାନନା ବୋଲି ଖଣ୍ଡପୀଠ କହିଥିଲେ। ଆବେଦନକାରୀ କୋର୍ଟ ଯାଇଥିବାରୁ ତାଙ୍କୁ ଧମକାଇବା ଉକ୍ତ ପତ୍ରର ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହେଉଛି। ସେଥିପାଇଁ ସମ୍ବିଧାନର ଅନୁଚ୍ଛେଦ ୧୨୯ରେ ପ୍ରଦତ୍ତ କ୍ଷମତା ବଳରେ ସଚିବଙ୍କୁ କ’ଣ ପାଇଁ ଦଣ୍ଡିତ କରା ନ ଯିବ କାରଣ ଦର୍ଶାଇବାକୁ ଖଣ୍ଡପୀଠ କହିଥିଲେ। ଖଣ୍ଡପୀଠରେ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri