Posted inଜାତୀୟ

ମାଲାବାର ନୌସେନା ଅଭ୍ୟାସ: ବିକ୍ରମାଦିତ୍ୟ ସହ ଦେଖାଦେବ ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୭ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଭାରତ, ଆମେରିକା, ଜାପାନ, ଓ ଅଷ୍ଟ୍ରେଲିଆ ମଧ୍ୟରେ ମାଲାବାର ନୌସେନା ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଆମେରିକାର ସବୁଠାରୁ ଶକ୍ତିଶାଳୀ ବିମାନବାହକ ଯୁଦ୍ଧ ଜାହାଜ ନିମିତ୍‌ଜ ଓ ଭାରତୀୟ ନୌସେନାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ବିକ୍ରମାଦିତ୍ୟକୁ ଦେଖିବାକୁ ମିଳିବ । ଏହାସହ ଅଷ୍ଟ୍ରେଲିଆ ଓ ଜାପାନ ନୌସେନାର ୨ଟି ବିଧ୍ୱସଂକ ଜାହାଜ ବି ସାମିଲ ହେବେ । ଏହି ମାଲାବାର ନୌସେନା ଅଭ୍ୟାସ ବଙ୍ଗୋପସାଗର ଉପକୂଳ ବିଶାଖାପଟନମଠାରେ ଆରମ୍ଭ ହୋଇଛି । ବିକ୍ରମାଦିତ୍ୟରେ ମିଗ୍‌-୨୯ ଯୁଦ୍ଧ ବିମାନ ଥିବା ବେଳେ ନିମିତ୍‌ଜରେ ରହିଛି ଏଫ୍‌-୧୮ ଫାଇଟର ଜେଟ୍ । ଏହି ଯୁଦ୍ଧାଭ୍ୟାସ ଫଳରେ ସେନାଙ୍କୁ ଶତ୍ରୁ ସହ ଲଢିବାର କୌଶଳ ମିଳିବ । ଏଥିରେ ସମସ୍ତ ୪ ଦେଶର ନୌସେନାଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯିବ । ମିଳିଥିବା ସୂଚନାରୁ ଜଣାପଡିଛି କି ଏହି ଅଭ୍ୟାସରେ ବିଦେଶର ପ୍ରାୟ ୭୦ ଯୁଦ୍ଧ ଜାହାଜ ସାମିଲ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

ଅଜିତ୍‌ ପଓ୍ବାରଙ୍କୁ କରୋନା

ମୁମ୍ବାଇ, ୨୬।୧୦: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ୍‌ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ପାଇଁ...

କମିଲା ସାପ୍ତାହିକ ସଂକ୍ରମଣ : ହାର ୦.୧୦ ପ୍ରତିଶତ…

ନୂଆଦିଲ୍ଲୀ, ୧୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ...

ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା...

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ...

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା...

Advertisement
Archives

Model This Week