ଜାତୀୟ

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

କୁଲଗାମ,୧୩।୮: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କାବଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ରାଜପଥରେ ଦକ୍ଷିଣ କାଶ୍ମୀର କୁଲଗାମ ଜିଲାର କାଜିଗୁଣ୍ଡରେ ଗୁରୁବାର ଦ୍ୱିପ୍ରହରରେ ବିଏସ୍‌ଏଫ୍‌ର ପାଟ୍ରୋଲିଂ ଉପରେ ଆତଙ୍କବାଦୀମାନେ…

ଅଳିଆ ଗଦାରେ ଗ୍ରେନେଡ

ଚଣ୍ଡିଗଡ଼, ୧୩ ।୮: ପଞ୍ଜାବ ଅମୃତସରର ରଞ୍ଜିତ ଏଭେନ୍ୟୁରେ ଘର ସାମ୍ନାରେ ଏକ ଅଜଣା ଜିନିଷ ମିଳିବା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ଏହା ଏକ ଗ୍ରେନେଡ ବୋଲି କୁହାଯାଉଛି । ରଞ୍ଜିତ ଏଭେନ୍ୟୁ ଅମୃତସର…

ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ

ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି ସବୁକିଛି ଠିକ୍ ରହିଲା ତେବେ ସିଙ୍ଗଲ ଡୋଜ ବାଲା ସ୍ପୁଟନିକ ଭି ଲାଇଟ୍ ଭ୍ୟାକ୍ସିନ…

ପ୍ରେମିକାଙ୍କ ସହ ହୋଟେଲ ଯାଇଥିଲେ ସ୍ବାମୀ, ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ ପରେ…

ମୁମ୍ବାଇ,୧୩ା୮: ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ହୋଟେଲ ବାହାରେ ଜଣେ ମହିଳା ହଙ୍ଗାମା କରିଛନ୍ତି। କାରଣ ତାଙ୍କ ସ୍ବାମୀ ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିବା ଜାଣିବା ପରେ ସେ ସିଧା ଯାଇ ହୋଟେଲ ସାମ୍ନାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଦେଖି ରାଗ…

ଭାଜପା ଏମ୍‌ପିଙ୍କୁ ଧମକ: ଟଙ୍କା ନ ଦେଲେ ବୋମାପକାଇ ଘର ଉଡାଇଦେବୁ

ପ୍ରତାପଗଡ,୧୩।୮: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଏମ୍‌ପି ସଙ୍ଗମଲାଲ ଗୁପ୍ତାଙ୍କୁ ଏକ ଧମକ ମିଳିଛି। ତାଙ୍କୁ ଫୋନ୍‌ରେ କିଛି ଲୋକ ୫ କୋଟି ଟଙ୍କା ବଟି ମାଗିଛନ୍ତି। ଯଦି ବଟି ନ ଦିଅନ୍ତି ତେବେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବୋମା ପକାଇ…

୯ରାଜ୍ୟର ୫୦ପ୍ରତିଶତ ଜନସଂଖ୍ୟା ନେଇଛନ୍ତି ଭ୍ୟାକ୍ସିନର ସିଙ୍ଗଲ ଡୋଜ୍‌

ନୂଆଦିଲ୍ଲୀ,୧୩।୮: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୫୩କୋଟି ଲୋକଙ୍କ ଟିକାକରଣ କରାଯାଇସାରିଛି। ଇତିମଧ୍ୟରେ ଅତିକମ୍‌ରେ ୪୧କୋଟି ଲୋକ ଟିକାର ପ୍ରଥମ…

୫ହଜାର କଂଗ୍ରେସ ନେତାଙ୍କ ଆକାଉଣ୍ଟ ବନ୍ଦ କଲା ଟୁଇଟର: ରାହୁଲ କହିଲେ, ଏହା ଲକ୍ଷାଧିକ ଫଲୋଅର୍ସଙ୍କ ଅପମାନ

ନୂଆଦିଲ୍ଲୀ,୧୩।୮: ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟ ସହ ୫ହଜାରରୁ ଊର୍ଦ୍ଧ୍ୱ ଦଳର ନେତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏନେଇ କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ନେତାଙ୍କ ବିରୋଧରେ ଟୁଇଟରର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ…

ଦୁଇ ଡୋଜ୍‌ ଟିକା ନେଇ ବି ଡେଲ୍‌ଟା ପ୍ଲସ ଭାରିଆଣ୍ଟର ଶିକାର: ଆସିଲା ପ୍ରଥମ ମୃତ୍ୟୁର ରିପୋର୍ଟ

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ମୁମ୍ବାଇରେ ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଜୁଲାଇ ମାସରେ ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା, ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ମହିଳାଙ୍କ…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୩।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୦,୧୨୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୮୫ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର ଜୁଇ ଜଳିଥିଲା ସେଠାରେ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଏପରି ହୃଦୟ ବିଦାରକ ଘଟଣା…

ସଡ଼କକୁ ଗଲା ସଂସଦ କଳି

ନୂଆଦିଲ୍ଲୀ,୧୩ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। କିନ୍ତୁ ଯେତେଦୂର ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରଶ୍ନ ଉଠୁଛି, କୌଣସି ଅଧିବେଶନ ହୋଇନାହିଁ। ୬୦% ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଗଲା, ସେମାନଙ୍କୁ ଅପମାନିତ କରାଗଲା ଓ ବୁଧବାର ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ…

ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ

କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ୧୬ ଜଣ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?