Posted inଜାତୀୟ

ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର ଜୁଇ ଜଳିଥିଲା ସେଠାରେ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଛତିଶଗଡ଼ର ବାଲୋଦରେ ଘଟିଛି।

ବାଲୋଦ ପୋଲିସ ଟେକାପାର ନିବାସୀ ମନୀଷ ନେତାମ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଶ୍ମଶାନର ଏକ ଗଛରେ ଝୁଲୁଥିବା ସୂଚନା ମିଳିଥିଲା। ମୃତକ ଆରକ୍ଷୀ ମନୀଷ ଧମତରି ଜିଲାର ବୋରଇ ଥାନାରେ ନିଯୁକ୍ତି ପାଇଥିଲେ। ଦୁଇ ମାସ ତଳେ ତାଙ୍କର ବିବାହ ହୋଇଥିଲା। ୧୭ ଦିନ ତଳେ ଘରେ ଲାଗିଥିବା ଟାଇଲ୍‌ରେ ପଡ଼ି ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଇମାସ ଭିତରେ ସ୍ବାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସ୍ତ୍ରୀଙ୍କ ମୃତ୍ୟୁକୁ ସେ ସହି ପାରି ନ ଥିଲେ। ସବୁବେଳେ ମନୀଷଙ୍କ ସ୍ତ୍ରୀ ତାଙ୍କର ମନେ ପଡୁଥିଲେ। ଯେଉଁଠି ବସୁଥିଲେ ମନେ ପକାଇ କାନ୍ଦୁଥିଲେ। ବୁଧବାର ମନୀଷ ତାଙ୍କ ସ୍ତ୍ରୀଙ୍କର ଯେଉଁଠି ଅନ୍ତିମ ସଂସ୍କାର କରାଯାଇଥିଲା ସେଠାରେ ପହଞ୍ଚି ପ୍ରବଳ କାନ୍ଦିଥିଲେ। ଏହା ପରେ ସେଠାରେ ଥିବା ଏକ ବବୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା ପୂର୍ବରୁ ମନୀଷ ତାଙ୍କ ଭାଇଙ୍କ ନିକଟକୁ ହ୍ବାଟ୍ସଆପ୍‌ରେ ଏକ ମେସେଜ ଲେଖିଥିଲେ। ଏଥିରେ ଲେଖାଥିଲା, କେବଳ ଦୁଇମାସ ହେବ ଆମର ବିବାହ ହୋଇଥିଲା। ମୁଁ ଲତାକୁ ଭୁଲି ପାରୁନି। ଏତେ କଷ୍ଟ କରି ନୂଆ ଘର ତିଆରି କରିଥିଲି। ସବୁକଥା ଠିକ୍‌ ଠାକ ଥିଲା। ପୁଣି ଜଣାନାହିଁ ଭଗବାନଙ୍କ କ’ଣ ନିର୍ଦ୍ଦେଶ ଆସିଲା। ଏ ଘରେ ରହିବାକୁ ମୋର ଆଉ ଜମା ଇଚ୍ଛା ହେଉନି।

ଆହୁରି ମଧ୍ୟ ମନୀଷ ଲେଖିଛନ୍ତି, ଛୋଟୁ ପାପା ଏବଂ ଦିଦିଙ୍କୁ କହିବୁ ମୋତେ କ୍ଷମା କରିଦେବେ। ଯେଉଁ ପ୍ରେମ ମୋତେ ଲତା ଦେଇଥିଲା ସେ ତ ନାହିଁ ମୁଁ ଆଉ କାହା ପାଇଁ ବଞ୍ଚତ୍ବି? ଲତା ମୋତେ ଯେଉଁ ଫୋନ୍‌ ଦେଇଥିଲା ମୁଁ ଚାହେଁ ସେହି ଫୋନ୍‌ ମୋ ଛୋଟୁ ବ୍ୟବହାର କରୁ। ଆଶା କରେ ମୋ’ କଥା ରଖିବୁ।

ମନୀଷଙ୍କ ସୁଇସାଇଡ୍‌ ନୋଟ୍‌ ମିଳିବା ପରେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri