୯ରାଜ୍ୟର ୫୦ପ୍ରତିଶତ ଜନସଂଖ୍ୟା ନେଇଛନ୍ତି ଭ୍ୟାକ୍ସିନର ସିଙ୍ଗଲ ଡୋଜ୍‌

ନୂଆଦିଲ୍ଲୀ,୧୩।୮: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୫୩କୋଟି ଲୋକଙ୍କ ଟିକାକରଣ କରାଯାଇସାରିଛି। ଇତିମଧ୍ୟରେ ଅତିକମ୍‌ରେ ୪୧କୋଟି ଲୋକ ଟିକାର ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଜନସଂଖ୍ୟା ଅନୁସାରେ ଭାରତର ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୯ପ୍ରତିଶତ ଲୋକ ଉଭୟ ଡୋଜ୍‌ ନେଇଛନ୍ତି। ଦେଶରେ ୯ଟି ରାଜ୍ୟ ଏଭଳି ଅଛି, ଯେଉଁଠାରେ ୫୦ପ୍ରତିଶତ ଜନସଂଖ୍ୟା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏଥିରେ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ନାଟକ, କେରଳ, ରାଜସ୍ଥାନ ଓ ଛତିଶଗଡ ରହିଛି। ଭାଜପା ଶାସିତ ଉତ୍ତରପ୍ରଦେଶ ହେଉଛି ସେହି ରାଜ୍ୟ ଯେଉଁଠାରେ ସର୍ବାଧିକ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଉତ୍ତରପ୍ରଦେଶ ସବୁଠାରୁ ପଛରେ ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୫.୬୩ କୋଟି ଡୋଜ ଦିଆଯାଇଛି। କିନ୍ତୁ ଅତିକମ୍‌ରେ ୩୧ପ୍ରତିଶତ ଲୋକମାନେ ଟିକାର ସିଙ୍ଗଲ ଡୋଜ୍‌ ଗ୍ରହଣ କରିଛନ୍ତି। ସେହପିରି ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡ଼ଖଣ୍ଡ, ତାମିଲନାଡୁ ଓ ମହାରାଷ୍ଟ୍ରର ଜନସଂଖ୍ୟାକୁ ଉତ୍ତରପ୍ରଦେଶ ଅପେକ୍ଷା ଅଧିକ ଟିକା ଦିଆଯାଇଥିବା ଜଣାପଡ଼ିଛି। ସେହିଭଳି ହିମାଚଳ ପ୍ରଦେଶରେ ସର୍ବାଧିକ ୭୭ପ୍ରତିଶତ ବୟସ୍କ ଟିକା ନେଇସାରିଛନ୍ତି। ଏହାପରେ ଜମ୍ମୁ-କଶ୍ମୀରରେ ୬୬ପ୍ରତିଶତ, ଉତ୍ତରପ୍ରଦେଶରେ ୬୪ପ୍ରତିଶତ, ଗୁଜୁରାଟରେ ୬୦ପ୍ରତିଶତ, ମଧ୍ୟପ୍ରଦେଶରେ ୫୫ପ୍ରତିଶତ, କର୍ନାଟକରେ ୫୪ପ୍ରତିଶତ, କେରଳରେ ୫୪ପ୍ରତିଶତ, ରାଜସ୍ଥାନରେ ୫୨ପ୍ରତିଶତ ଓ ଛତିଶଗଡରେ ୫୦ପ୍ରତିଶତ ଲୋକ ଟିକା ନେଇଥିବା ସୂଚନା ରହିଛି।

ଭାଜପା ଶାସିତ ରାଜ୍ୟରେ ଟିକାକରଣ
ଉତ୍ତରପ୍ରଦେଶ-ମୋଟ ୫କୋଟି ୬୩ଲକ୍ଷ ଡୋଜ
ମଧ୍ୟପ୍ରଦେଶ-ମୋଟ ୩କୋଟି ୬୭ଲକ୍ଷ ଡୋଜ
ଗୁଜୁରାଟ-ମୋଟ ୩କୋଟି ୮୬ଲକ୍ଷ ଡୋଜ
ବିହାର-ମୋଟ ୨କୋଟି ୮୯ଲକ୍ଷ ଡୋଜ
ହରିୟାଣା-ମୋଟ ୧କୋଟି ୩୩ଲକ୍ଷ ଡୋଜ

ଅଣ-ଭାଜପା ଶାସିତ ରାଜ୍ୟରେ ଟିକାକରଣ
ମହାରାଷ୍ଟ୍ର-୪କୋଟି ୭୯ଲକ୍ଷ ଡୋଜ
ରାଜସ୍ଥାନ-ସମୁଦାୟ ୩କୋଟି ୬୩ଲକ୍ଷ ଡୋଜ
ପଶ୍ଚିମବଙ୍ଗ- ମୋଟ ୩କୋଟି ୩୩ଲକ୍ଷ ଡୋଜ
କେରଳ-ମୋଟ ୨କୋଟି ୨୮ଲକ୍ଷ ଡୋଜ
ଦିଲ୍ଲୀ-ମୋଟ ୧କୋଟି ୧୨ଲକ୍ଷ ଡୋଜ


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri