Posted inଜାତୀୟ

ସଡ଼କକୁ ଗଲା ସଂସଦ କଳି

ନୂଆଦିଲ୍ଲୀ,୧୩ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। କିନ୍ତୁ ଯେତେଦୂର ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରଶ୍ନ ଉଠୁଛି, କୌଣସି ଅଧିବେଶନ ହୋଇନାହିଁ। ୬୦% ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଗଲା, ସେମାନଙ୍କୁ ଅପମାନିତ କରାଗଲା ଓ ବୁଧବାର ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ ମାଡ଼ ମରାଗଲା। ଏଥିପାଇଁ ବାହାରୁ ଲୋକଙ୍କୁ ଅଣାଯାଇଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାକୁ ଶାସକ ଭାଜପା ଖଣ୍ଡନ କରିଛି। ଏଥିସହ ଜଣେ ମହିଳା ମାର୍ଶାଲଙ୍କୁ ବିରୋଧୀ ସଦସ୍ୟମାନେ ଯେପରି ଠେଲାପେଲା କରିଛନ୍ତି, ତାହା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଏହି ଲଜ୍ଜାଜନକ କାର୍ଯ୍ୟ ପାଇଁ ବିରୋଧୀ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ଦାବି କରିଛି।
ସଂସଦର ଅଧିବେଶନକୁ ଅବଧି ପୂରିବାର ଦୁଇଦିନ ପୂର୍ବରୁ ହଠାତ୍‌ ବନ୍ଦ କରିଦିଆଯିବା ଓ ରାଜ୍ୟ ସଭାରେ କେତେଜଣ ମହିଳା ଏମ୍‌ପିଙ୍କ ଉପରେ ହୋଇଥିବା ତଥାକଥିତ ଆକ୍ରମଣକୁ ନେଇ ଗୁରୁବାର ସକାଳେ ପାର୍ଲାମେଣ୍ଟ ବାହାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଗଣମାଧ୍ୟମକୁ ରାହୁଲ କହିଥିଲେ, ଆଜି ଆମେ ଆପଣମାନଙ୍କ ସହ ଆଲୋଚନା କରିବାକୁ ଆସିଛୁ। କାରଣ ପାର୍ଲାମେଣ୍ଟ ଭିତରେ ଆମକୁ କହିବାକୁ ଦିଆଗଲା ନାହିଁ। ଏହା ଗଣତନ୍ତ୍ରର ହତ୍ୟା। ରାଜ୍ୟ ସଭାରେ ପ୍ରଥମ ଥର ପାଇଁ ଏମ୍‌ପିମାନଙ୍କୁ ମାଡ଼ ମରାଯାଇଛି, ଠେଲାପେଲା କରାଯାଇଛି। ଅଧ୍ୟକ୍ଷ କହୁଛନ୍ତି, ସେ ଅସ୍ବସ୍ତ। ବାଚସ୍ପତିଙ୍କ ମଧ୍ୟ ସମାନ ଅବସ୍ଥା। କିନ୍ତୁ ଗୃହକୁ କିପରି ଚଳାଯିବ ତାହା ସେମାନଙ୍କ ଦାୟିତ୍ୱ। ମିଳିତ ବିକ୍ଷୋଭରେ ଅନେକ ବିରୋଧୀ ନେତା ସାମିଲ ହୋଇଥିଲେ। ଏଥିରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ଶିବସେନାର ସଞ୍ଜୟ ରାଉତଙ୍କ ସମେତ ଡିଏମ୍‌କେ, ସମାଜବାଦୀ ପାର୍ଟି, ଆର୍‌ଜେଡି, ସିପିଏମ୍‌, ସିପିଆଇ, ମୁସ୍‌ଲିମ ଲିଗ୍‌, ଆର୍‌ଏସ୍‌ପି ଏବଂ କେରଳ କଂଗ୍ରେସର ନେତାମାନେ ଯୋଗଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ପାର୍ଲାମେଣ୍ଟ ସୁରକ୍ଷା ବ୍ୟବସ୍ଥାର ଅଂଶ ହୋଇ ନ ଥିବା ବାହାର ଲୋକଙ୍କୁ ବିରୋଧୀ ନେତା ଓ ବିକ୍ଷୋଭରତ ମହିଳା ସଦସ୍ୟଙ୍କ ଉପରେ ଆକ୍ରମଣ ପାଇଁ ଅଣାଯାଇଥିଲା। ତେଣୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କାୟା ନାଇଡୁ ଏତଲା ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ। ପେଗାସସ୍‌ ସ୍ପାଏଓ୍ବେର ଭଳି ଜାତୀୟ ପ୍ରସଙ୍ଗରେ ବିତର୍କ ପାଇଁ ବିରୋଧୀ ସର୍ବସମ୍ମତ ରୂପେ ଦାବି କରିବା ସତ୍ତ୍ୱେ କେନ୍ଦ୍ର ସରକାର ଜାଣିଶୁଣି ପାର୍ଲାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଇଦେଲେ। ଏହି ଏକଚ୍ଛତ୍ରବାଦୀ ବିଚାର ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିବୃତିରେ ନିନ୍ଦା କରାଯାଇଛି। ତେବେ ଏହି ଅଭିଯୋଗକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ‘ସମ୍ପୂର୍ଣ୍ଣ ମିଥ୍ୟା’ ଅଭିହିତ କରି ଖଣ୍ଡନ କରିଛନ୍ତି। ୭ ଜଣ କେନ୍ଦ୍ରମନ୍ତ୍ରୀ ଡାକିଥିବା ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ପାଲଟା ଆକ୍ରମଣ କରିଛି। ଅଧିବେଶନର ଅବଶିଷ୍ଟ ଅବଧିରେ ଅଧିକ ବିଲ୍‌ ଆଗତ ନ କରିବାକୁ ସରକାରଙ୍କୁ ବିରୋଧୀ ଧମକ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳଗୁଡ଼ିକ ଯେପରି ବ୍ୟବହାର ଦେଖାଇଛନ୍ତି, ତାକୁ ନେଇ ସେମାନେ କ୍ଷମା ମାଗିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri