Posted inଜାତୀୟ

ସଡ଼କକୁ ଗଲା ସଂସଦ କଳି

ନୂଆଦିଲ୍ଲୀ,୧୩ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। କିନ୍ତୁ ଯେତେଦୂର ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରଶ୍ନ ଉଠୁଛି, କୌଣସି ଅଧିବେଶନ ହୋଇନାହିଁ। ୬୦% ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଗଲା, ସେମାନଙ୍କୁ ଅପମାନିତ କରାଗଲା ଓ ବୁଧବାର ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ ମାଡ଼ ମରାଗଲା। ଏଥିପାଇଁ ବାହାରୁ ଲୋକଙ୍କୁ ଅଣାଯାଇଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାକୁ ଶାସକ ଭାଜପା ଖଣ୍ଡନ କରିଛି। ଏଥିସହ ଜଣେ ମହିଳା ମାର୍ଶାଲଙ୍କୁ ବିରୋଧୀ ସଦସ୍ୟମାନେ ଯେପରି ଠେଲାପେଲା କରିଛନ୍ତି, ତାହା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଏହି ଲଜ୍ଜାଜନକ କାର୍ଯ୍ୟ ପାଇଁ ବିରୋଧୀ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ଦାବି କରିଛି।
ସଂସଦର ଅଧିବେଶନକୁ ଅବଧି ପୂରିବାର ଦୁଇଦିନ ପୂର୍ବରୁ ହଠାତ୍‌ ବନ୍ଦ କରିଦିଆଯିବା ଓ ରାଜ୍ୟ ସଭାରେ କେତେଜଣ ମହିଳା ଏମ୍‌ପିଙ୍କ ଉପରେ ହୋଇଥିବା ତଥାକଥିତ ଆକ୍ରମଣକୁ ନେଇ ଗୁରୁବାର ସକାଳେ ପାର୍ଲାମେଣ୍ଟ ବାହାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଗଣମାଧ୍ୟମକୁ ରାହୁଲ କହିଥିଲେ, ଆଜି ଆମେ ଆପଣମାନଙ୍କ ସହ ଆଲୋଚନା କରିବାକୁ ଆସିଛୁ। କାରଣ ପାର୍ଲାମେଣ୍ଟ ଭିତରେ ଆମକୁ କହିବାକୁ ଦିଆଗଲା ନାହିଁ। ଏହା ଗଣତନ୍ତ୍ରର ହତ୍ୟା। ରାଜ୍ୟ ସଭାରେ ପ୍ରଥମ ଥର ପାଇଁ ଏମ୍‌ପିମାନଙ୍କୁ ମାଡ଼ ମରାଯାଇଛି, ଠେଲାପେଲା କରାଯାଇଛି। ଅଧ୍ୟକ୍ଷ କହୁଛନ୍ତି, ସେ ଅସ୍ବସ୍ତ। ବାଚସ୍ପତିଙ୍କ ମଧ୍ୟ ସମାନ ଅବସ୍ଥା। କିନ୍ତୁ ଗୃହକୁ କିପରି ଚଳାଯିବ ତାହା ସେମାନଙ୍କ ଦାୟିତ୍ୱ। ମିଳିତ ବିକ୍ଷୋଭରେ ଅନେକ ବିରୋଧୀ ନେତା ସାମିଲ ହୋଇଥିଲେ। ଏଥିରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ଶିବସେନାର ସଞ୍ଜୟ ରାଉତଙ୍କ ସମେତ ଡିଏମ୍‌କେ, ସମାଜବାଦୀ ପାର୍ଟି, ଆର୍‌ଜେଡି, ସିପିଏମ୍‌, ସିପିଆଇ, ମୁସ୍‌ଲିମ ଲିଗ୍‌, ଆର୍‌ଏସ୍‌ପି ଏବଂ କେରଳ କଂଗ୍ରେସର ନେତାମାନେ ଯୋଗଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ପାର୍ଲାମେଣ୍ଟ ସୁରକ୍ଷା ବ୍ୟବସ୍ଥାର ଅଂଶ ହୋଇ ନ ଥିବା ବାହାର ଲୋକଙ୍କୁ ବିରୋଧୀ ନେତା ଓ ବିକ୍ଷୋଭରତ ମହିଳା ସଦସ୍ୟଙ୍କ ଉପରେ ଆକ୍ରମଣ ପାଇଁ ଅଣାଯାଇଥିଲା। ତେଣୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କାୟା ନାଇଡୁ ଏତଲା ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ। ପେଗାସସ୍‌ ସ୍ପାଏଓ୍ବେର ଭଳି ଜାତୀୟ ପ୍ରସଙ୍ଗରେ ବିତର୍କ ପାଇଁ ବିରୋଧୀ ସର୍ବସମ୍ମତ ରୂପେ ଦାବି କରିବା ସତ୍ତ୍ୱେ କେନ୍ଦ୍ର ସରକାର ଜାଣିଶୁଣି ପାର୍ଲାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଇଦେଲେ। ଏହି ଏକଚ୍ଛତ୍ରବାଦୀ ବିଚାର ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିବୃତିରେ ନିନ୍ଦା କରାଯାଇଛି। ତେବେ ଏହି ଅଭିଯୋଗକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ‘ସମ୍ପୂର୍ଣ୍ଣ ମିଥ୍ୟା’ ଅଭିହିତ କରି ଖଣ୍ଡନ କରିଛନ୍ତି। ୭ ଜଣ କେନ୍ଦ୍ରମନ୍ତ୍ରୀ ଡାକିଥିବା ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ପାଲଟା ଆକ୍ରମଣ କରିଛି। ଅଧିବେଶନର ଅବଶିଷ୍ଟ ଅବଧିରେ ଅଧିକ ବିଲ୍‌ ଆଗତ ନ କରିବାକୁ ସରକାରଙ୍କୁ ବିରୋଧୀ ଧମକ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳଗୁଡ଼ିକ ଯେପରି ବ୍ୟବହାର ଦେଖାଇଛନ୍ତି, ତାକୁ ନେଇ ସେମାନେ କ୍ଷମା ମାଗିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବର୍ଲିରୁ ଲଢ଼ିବେ ଆଦିତ୍ୟ

ମୁମ୍ବାଇ,୩୦ା୯: ମହାରାଷ୍ଟ୍ର ବିଧାନସଭା ଲାଗି ଭାଜପା-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇ ନ ଥିବାବେଳେ ଶିବସେନା ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଯାଇଛି। ଦଳର...

ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ

ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍‌ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା...

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ...

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ, ୧୩।୧୨:ଦୂରରେ ରହୁଥିବା ପ୍ରିୟଜନମାନଙ୍କୁ ଫୋନ୍‌ ନିକଟତର କରିପାରିଛି। ଏହା ସାହାଯ୍ୟରେ ଲୋକେ ନିଜ ସମ୍ପର୍କୀୟଙ୍କ ସହିତ କଥା ହେବା ସାଙ୍ଗକୁ ଭିଡିଓ କଲ୍‌ ଯୋଗେ...

ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ଆମନ୍ତ୍ରଣ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶିବାଜୀ ପାର୍କରେ ସମସ୍ତ ବ୍ୟବସ୍ଥା...

Advertisement
Archives

Model This Week