Posted inଜାତୀୟ

ପ୍ରେମିକାଙ୍କ ସହ ହୋଟେଲ ଯାଇଥିଲେ ସ୍ବାମୀ, ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ ପରେ…

ମୁମ୍ବାଇ,୧୩ା୮: ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ହୋଟେଲ ବାହାରେ ଜଣେ ମହିଳା ହଙ୍ଗାମା କରିଛନ୍ତି। କାରଣ ତାଙ୍କ ସ୍ବାମୀ ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିବା ଜାଣିବା ପରେ ସେ ସିଧା ଯାଇ ହୋଟେଲ ସାମ୍ନାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଦେଖି ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ଫଳରେ ଯୁବତୀଙ୍କର ଚୁଟି ଧରି ପ୍ରବଳ ମାରିଥିଲେ ମହିଳା। ଏହା ପରେ ହୋଟେଲ ସମ୍ମୁଖରେ ଭିଡ଼ ଜମିଥିଲା। ଏହି ହାଇଡ୍ରାମାର ଭିଡିଓ କେହି ଜଣେ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

ମହିଳା ଜଣକ ତାଙ୍କ ସ୍ବାମୀ ସବୁବେଳେ କାହା ସହ ଗପୁଥିବାର ସନ୍ଦେହ କରୁଥିଲେ। ତେଣୁ ସେ ପୂରା ନଜର ରଖିଥିଲେ ସ୍ବାମୀଙ୍କ ଉପରେ। ଏକଥା ବି ତାଙ୍କର ସନ୍ଦେହ ହେଉଥିଲା କୌଣସି ଯୁବତୀଙ୍କୁ ଧରି ତାଙ୍କ ସ୍ବାମୀ ବୁଲିବାକୁ ଯାଉଛନ୍ତି। ଏନେଇ ସେ ପତ୍ତା ଲଗାଇବା ଆରମ୍ଭ କରିଦେଲେ। ଯେତେବେଳେ ସ୍ବାମୀ ଘରୁ ବାହାରି ଗଲେ ସେ ତାଙ୍କ ପିଛା କରିଥିଲେ। ପିଛା କରି କରି ଔରଙ୍ଗାବାଦର ହୋଟେଲ କାର୍ତ୍ତିକରେ ପହଞ୍ଚତ୍ଥିଲେ। ସେଠାରେ ସ୍ବାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ଦେଖିଥିଲେ। ଏହା ଦେଖିବା ପରେ ରାଗିପାଚି ଲାଲ୍‌ ହୋଇଯାଇଥିଲେ। ଆଉ ସ୍ବାମୀଙ୍କ ସାମ୍ନାରେ ପ୍ରେମିକାଙ୍କ ଉପରେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ଯୁବତୀଙ୍କ ଚୁଟି ଘୋଷାଡ଼ି ବିଧା, ଚାପୁଡ଼ା, ଗୋଇଠା ମାରି ଚାଲିଲେ। କିଛି ସମୟ ଧରି ହୋଟେଲ ବାହାରେ ଏହି ଡ୍ରାମା ଚାଲିଥିଲା। ମହିଳା ଜଣକ ପୋଲିସରେ କହିବେ ବୋଲି ବାରମ୍ବାର କହୁଥିବା ବେଳେ ତାଙ୍କ ସ୍ବାମୀ ନ କହିବା ପାଇଁ ବୁଝାଉଥିଲେ। ଏହି ପୂରା ଘଟଣା ଦେଖୁଥିବା ଦେଖଣାହାରୀଙ୍କ ମଧ୍ୟରୁ କେହି ଜଣେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri