ଜାତୀୟ

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ କହିଛନ୍ତି ଜୁଲାଇ ମାସ ଆସିଯାଇଛି, କିନ୍ତୁ ଟିକା ଆସି ନାହିଁ। ରାହୁଲଙ୍କ ଏହି ଟୁଇଟ…

ମାତ୍ର ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ଅଢ଼େଇ ମାସ ରହିଲା କରୋନା ରୋଗୀଙ୍କ ମୃତଦେହ, ଆଉ ତା’ ପରେ…

ଲକ୍ଷ୍ନୌ,୨ା୭: ଉତ୍ତରପ୍ରଦେଶର ଜନପଦ ହାପୁରରେ କରୋନା ମହାମାରୀ ଆଜି ପର୍ଯ୍ୟନ୍ତ କାୟା ବିସ୍ତାର କରିଚାଲିଛି। ଏହି ସମୟରେ କୋତବାଲି ସହରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୧୫ ହଜାର ଟଙ୍କା ପାଇଁ କରୋନା ପଜିଟିଭ୍‌ଙ୍କ ମୃତଦେହ ଅଢ଼େଇ ମାସ ପର୍ଯ୍ୟନ୍ତ…

ଜନ୍ମଦିନ କେକ୍‌ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…

ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍‌ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ ପୁଅର ଜନ୍ମଦିନ ପାର୍ଟି ଚାଲିଥିଲା। ହଠାତ୍‌ ଏକ ଚିତା ବାଘ କ୍ଷେତରୁ ବାହାରି ତାଙ୍କ…

ଇଞ୍ଜିନିୟରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ସୁନା, କାର୍‌: ଏସିବି ଟିମ୍‌ର ହୋସ୍‌ ଉଡିଲା

ଜୟପୁର,୨।୭: ରାଜସ୍ଥାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ପକ୍ଷରୁ ଚଢାଉ ଅଭିଯାନ ଜାରି ରହିଛି। ଜୟପୁର, ଯୋଧପୁର ଏବଂ ଚିତ୍ତୋରଗଡର ତିନିଜଣ ଅଧିକାରୀଙ୍କ ୧୪ଟି ସ୍ଥାନରେ ଏସିବି ଟିମ ଏକକାଳୀନ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ…

୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେବ ପ୍ରବଳ ଖରା ହେଉଛି। ଫଳସ୍ବରୂପ ତାପମାତ୍ରା ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇର ପ୍ରଥମ ଦିନ ୯୦ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା। ଜୁଲାଇ ୧, ୧୯୩୧ରେ ପାରା ୪୫…

କରୋନା ସଂକ୍ରମଣ ସାମାନ୍ୟ କମିଲା

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୫୯,୩୮୪ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

ଟଳିପଡିଲେ ଆତଙ୍କବାଦୀ

ଶ୍ରୀନଗର,୨।୭: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରୁ ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ତିନିରୁ ଚାରି ଜଣ ଆତଙ୍କବାଦୀ ଘେରି ରହିଛନ୍ତି। ଏଥିସହ ଜଣେ ଯବାନ ଆହତ…

ଇ-କମର୍ସକୁ ଅବାଞ୍ଛିତ ଅଙ୍କୁଶ

ମୁମ୍ବାଇ/ନୂଆଦିଲ୍ଲୀ,୨ା୭:ଭାରତରେ ବ୍ୟବସାୟିକ ଧାରାକୁ ବଦଳାଇଦେଇଛି ଇ-କମର୍ସ। ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରି ଘରକୁ ମଗାଇବାର ମଜା ଅଲଗା। ଏହା ସୁବିଧାଜନକ ଓ ଶସ୍ତା ମଧ୍ୟ। କରୋନା ମହାମାରୀ ସମୟରେ ଏହି ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ କୋଟି କୋଟି ଲୋକଙ୍କ…

ହତ୍ୟା ପରେ ସ୍ତ୍ରୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେଲେ

ହାଇଦ୍ରବାଦ,୧।୭: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ସୁଟକେସରୁ ମିଳିଥିବା ୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ। ମୃତକ ଭୁବନେଶ୍ୱରୀ ହାଇଦ୍ରାବାଦରେ କଗନିଜାଣ୍ଟ କମ୍ପାନୀରେ କାମ କରୁଥିଲେ। ତାଙ୍କ ସ୍ବାମୀ ଶ୍ରୀକାନ୍ଥ ରେଡ୍ଡୀ ମଧ୍ୟ…

ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର

ନୂଆଦିଲ୍ଲୀ,୧।୭: ମହାମାରୀ ସମୟରେ କ୍ରମାଗତ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ସାଙ୍ଗକୁ ଏଲ୍‌ପିଜ ଦର ଲୋକଙ୍କ ଉପରେ ସାଜିଲାଣି ବୋଝ ଉପରେ ନଳିତା ବିଡ଼ା। ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍‌ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା…

୩ ପକ୍ଷଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠୁ ରାଜ୍ୟରେ ହିଂସାକାଣ୍ଡ ଲାଗି ରହିବା ସହ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେଠାରେ ରାଷ୍ଟ୍ରପତି ଶାସନ ଜାରି ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ହୋଇଥିବା…

କ୍ୟାପଟେନ ଅମରିନ୍ଦର ସିଂଙ୍କ ଗୋଟିଏ ଗୁଳିରେ ଦୁଇଟି ଶିକାର!

ଚଣ୍ଡିଗଡ଼,୧ ।୭: ଗୋଟିଏ ପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିବା ବେଳେ ଅନ୍ୟପଟେ ସିଦ୍ଧୁଙ୍କୁ ନେଇ ପଞ୍ଜାବ ରାଜନୀତିରେ ଥିବା ଅର୍ନ୍ତକଳହ ଶେଷ ହେବ ବୋଲି ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri