Posted inଜାତୀୟ

କେନ୍ଦ୍ର କଥାରେ ବିଜେଡିର ହଁ

ନୂଆଦିଲ୍ଲୀ,୯।୪: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆକାଶଛୁଆଁ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। ଏହା ଉପରେ ପାର୍ଲାମେଣ୍ଟରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ବିଜେଡି ଏହି ପ୍ରସଙ୍ଗରୁ ଦୂରେଇ ରହିଥିଲା। ରାଜ୍ୟ ସଭାରେ ଚତୁର୍ଥ ବୃହତ୍‌ ଦଳ ବିଜେଡି ଦରବୃଦ୍ଧି ଉପରେ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଆଣି ନ ଥିଲା। ଓଡ଼ିଶାର ଶାସକ ଦଳ ଜାତୀୟ ରାଜନୀତିରେ ସମଦୂରତ୍ୱ ନୀତି ଅବଲମ୍ବନ କରୁଥିବା କହୁଛି। ଅଥଚ ଶାସକ ଓ ବିରୋଧୀଙ୍କଠାରୁ ସମଦୂରତ୍ୱ ବଜାୟ ରଖିବା ପରିବର୍ତ୍ତେ ଏହି ଦଳ ଜାତୀୟ ସ୍ତରରେ ପ୍ରଭାବ ଥିବା ଜନକୈନ୍ଦ୍ରିକ ପ୍ରସଙ୍ଗ ଉଠାଇବାରୁ ଦୂରେଇ ଯାଉଥିବା ଦେଖାଯାଉଛି।
ରାଜ୍ୟ ସଭା ଓ ଲୋକ ସଭାରେ ଦରବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା ଲାଗି କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଓ ଅନ୍ୟାନ୍ୟ ଦଳ ଏକାଧିକ ମୁଲତବୀ ପ୍ରସ୍ତାବ ନୋଟିସ ଦେଇଥିଲେ। ଗୃହ ଅଧ୍ୟକ୍ଷ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିବାରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ବାରମ୍ବାର ତୈଳ ଓ ଅତ୍ୟାବଶ୍ୟକ ଦର ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିଥିଲେ। ଗୃହ ଅଧ୍ୟକ୍ଷ ଅନୁମତି ନ ଦେବାରୁ ଏହାର ପ୍ରତିବାଦରେ ଟିଆର୍‌ଏସ୍‌ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଲୋକ ସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ବାରମ୍ବାର ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଲାଗି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ହୋହଲ୍ଲା ଯୋଗୁ ଉଭୟ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।
ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ ବିଜେଡି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ, ବିଧାନ ପରିଷଦ ଗଠନ, ବଳକା ଉଷୁନା ଚାଉଳ ଓ ଅନ୍ୟ ଅଞ୍ଚଳଭିତ୍ତିକ ପ୍ରସଙ୍ଗ ଉଠାଇଥିଲା। ଅଧିବେଶନରେ ଗୃହୀତ ହୋଇଥିବା ସମସ୍ତ ବିଲ୍‌କୁ ବିଜେଡି ସମର୍ଥନ କରିଥିଲା। ଆପରାଧିକ ପ୍ରକ୍ରିୟା ପରିଚୟ ବିଲ୍‌ର କେତେକ ବ୍ୟବସ୍ଥାକୁ ବିଜେଡିର କେତେଜଣ ଏମ୍‌ପି ବିରୋଧ କରିଥିଲେ ମଧ୍ୟ ଶେଷରେ ବିଲ୍‌କୁ ସମର୍ଥନ ଜଣାଇଥିଲେ। ସପ୍ତଦଶ ଲୋକ ସଭା ଆରମ୍ଭରୁ ପାର୍ଲାମେଣ୍ଟରେ ତିନି ତଲାକ, ନାଗରିକତ୍ୱ ସଂଶୋଧନ ବିଲ୍‌ଠାରୁ ଆରମ୍ଭ କରି ଅନେକ ବିବାଦୀୟ ବିଲ୍‌କୁ ବିଜେଡି ସମର୍ଥନ କରିଆସିଛି। ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳର ଏଭଳି ଆଭିମୁଖ୍ୟ ପଛରେ ବନ୍ଧୁତା ନୁହେଁ ବରଂ ଭୟ ବୋଲି ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି। ସେମାନେ ଭୁବନେଶ୍ୱରରେ ଆମକୁ ଯେପରି ଅଡ଼ୁଆରେ ନ ପକାଇବେ, ସେଥିପାଇଁ ଆମେ ଦିଲ୍ଲୀରେ ଭାଜପାକୁ ଅସୁବିଧାରେ ପକାଇବାକୁ ଚାହୁଁନାହୁଁ ବୋଲି ନେତା ଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?