ଜାତୀୟ

‘ମୋତେ ବିଶ୍ୱାସ କରିଥିବାରୁ ହୃଦୟରୁ ଧନ୍ୟବାଦ’

ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳର ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ଏହା ପରେ…

ଗୋଟିଏ ଡୋଜ୍‌, କରୋନା ଛୁ’: ସ୍ପୁଟ୍‌ନିକ୍‌ ଲାଇଟ ଟିକାକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ,୬।୨:ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ବିରୋଧ ଲଢେଇରେ କେବଳ ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି। ଭାରତରେ ପୂର୍ବରୁ ଦୁଇଟି ସ୍ବଦେଶୀ କରୋନା ଟିକା…

୩୪ ବର୍ଷ ପରେ ତୁଷାରପାତ

ଇଟାନଗର,୬।୨: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟରେ ଥିବା ଦରିଆ ହିଲରେ ରବିବାର ସକାଳେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୩୪ ବର୍ଷ ପରେ ତୁଷାରପାତ ହୋଇଛି। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲାର ରୂପା ସହରରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଯାଞ୍ଚ୍‌ ଟିମ୍‌ଙ୍କ ଘଟଣାସ୍ଥଳ ପରିଦର୍ଶନ…

ନୂଆଦିଲ୍ଲୀ, ୬।୨ : ଜାନୁୟାରୀ ୫ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଅବହେଳାର ଯାଞ୍ଚ୍‌ ପାଇଁ ଗଠିତ ହୋଇ ଥିବା ଟିମ୍‌ ରବିବାର ଫିରୋଜପୁରରେ ପହଞ୍ଚିଛନ୍ତି। ଅବସର ପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ୫…

ନିର୍ବନ୍ଧର ୩ ଦିନ ପୂର୍ବରୁ ପାଣି ଡ୍ରମରୁ ମିଳିଲା ଯୁବତୀଙ୍କ ମୃତଦେହ

ଖଣ୍ଡଓ୍ବା,୬।୨: ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ତାଙ୍କ ଘରେ ରଖାଯାଇଥିବା ପାଣି ଡ୍ରମରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ ରବିବାର ଘଟିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ…

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର ଲତାଙ୍କୁ ମୁଖାଗ୍ନି…

ନିଆରା ଶ୍ରଦ୍ଧାଞ୍ଜଳି: ୧୫ ଦିନ ପର୍ଯ୍ୟନ୍ତ ସବୁ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ବାଜିବ ଲତା ମଙ୍ଗେସକରଙ୍କ ଗୀତ

କୋଲକତା,୬।୨: ସୂରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର ସରକାର ଦୁଇ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି, ଦେଶର ଅନେକ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଶୋକ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର…

ସିଦ୍ଧୁଙ୍କ ପାଦ ଛୁଇଁଲେ ଚନ୍ନି

ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଚରନଜିତ ସିଂ ଚନ୍ନିଙ୍କୁ ଶାସକ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏଥିଲାଗି ପ୍ରବଳ ଦାବିଦାର ଥିଲେ। ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ…

ସୂରସାମ୍ରାଜ୍ଞୀଙ୍କୁ ଶେଷ ବିଦାୟ ଦେବାକୁ ଶିବାଜୀ ପାର୍କ ପହଞ୍ଚିଲେ ମୋଦି

ମୁମ୍ବାଇ,୬।୨: ମହାନ ଗାୟିକା ଲତା ମଙ୍ଗେଶକର ଆଉ ନାହାଁନ୍ତି। ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଥିଲେ। ଏବେ ସୂରସାମ୍ରାଜ୍ଞୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି। ପ୍ରତାପ କୁଞ୍ଜରେ ଅବସ୍ଥିତ ଘରୁ ଲତା ମଙ୍ଗେସକରଙ୍କ ପାର୍ଥତ୍ବ ଶରୀର ଶିବାଜୀ ପାର୍କରେ ପହଞ୍ଚିଛି,…

ପ୍ରଚାର ବେଳେ ପ୍ରିୟଙ୍କାଙ୍କ କାର୍‌କୁ ଘେରିଲେ ଭାଜପା କର୍ମୀ

ନୂଆଦିଲ୍ଲୀ,୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବା ବେଳେ ଶାସକ ଭାଜପା ସହ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଅଲିଗଡ଼ଠାରେ ପ୍ରଚାର ବେଳେ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା…

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି…

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍‌ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…

ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍‌ ଚିସ୍ତିଙ୍କ ଦରଘାରେ ଚାଦର ଚଢ଼ାଇଛନ୍ତି। ଏହି ଅବସରରେ ନକ୍‌ଭୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri