Posted inଜାତୀୟ

କୋଇଲା ଅଭାବ: ସୃଷ୍ଟି ହେବ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୨୨।୪: ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ କୋଇଲା ଅଭାବ ଯୋଗୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କଲାଣି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ପଞ୍ଜାବ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉଛି। କେତେକ ଅଞ୍ଚଳରେ ଦିନକୁ ୮ ଘଣ୍ଟା ବିଜୁଳି କାଟ୍‌ ହେଉଥିବା ଦେଖାଯାଉଛି। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକରେ କୋଇଲାର ଘୋର ଅଭାବ ଯୋଗୁ ଭାରତରେ ଆଗାମୀ ଦିନରେ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୧୫୦ ଥର୍ମାଲ ପାଓ୍ବାର ଷ୍ଟେଶନ ମଧ୍ୟରୁ ଘରୋଇ କୋଇଲା ଉପରେ ନିର୍ଭର କରୁଥିବା ୮୧ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଇଛି। ଘରୋଇ ଥର୍ମାଲ ପ୍ଲାଣ୍ଟ ସ୍ଥିତି ମଧ୍ୟ ଅନୁରୂପ। ୫୪ ପ୍ଲାଣ୍ଟ ମଧ୍ୟରୁ ୨୮ଟିରେ କୋଇଲା ସଙ୍କଟ ଦେଖାଦେଇଛି।
ଏପ୍ରିଲ ମଧ୍ୟଭାଗରେ ବିଭିନ୍ନ ତାପଜ ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ହାରାହାରି ୯ ଦିନ ପାଇଁ ଗଚ୍ଛିତ ରହିଛି। କୋଇଲା ଯୋଗାଣ ନ ବଢ଼ିଲେ ବିଦ୍ୟୁତ୍‌ ସଙ୍କଟ ଗମ୍ଭୀର ହୋଇପାରେ ବୋଲି ଅଲ୍‌ ଇଣ୍ଡିଆ ପାଓ୍ବାର ଇଞ୍ଜିନିୟର୍ସ ଫେଡେରେଶନର ଅଧ୍ୟକ୍ଷ ଶଳେନ୍ଦ୍ର ଦୁବେ କହିଛନ୍ତି। ୟୁପିରେ ୭ ଦିନ ପାଇଁ କୋଇଲା ଗଚ୍ଛିତ ଥିବାବେଳେ ହରିୟାଣାରେ ୮ ଦିନ, ରାଜସ୍ଥାନରେ ୧୭ ଦିନ ପାଇଁ ମହଜୁଦ ରହିଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଅନୁରୂପ ଅବସ୍ଥା। ଥର୍ମାଲ ପ୍ଲାଣ୍ଟରେ ୨୬ ଦିନ ବ୍ୟବହାର ଲାଗି କୋଇଲା ମହଜୁଦ ରହିବା ଆବଶ୍ୟକ। ଗତ ୧୯ ତାରିଖରେ ସର୍ବାଧିକ ବିଦ୍ୟୁତ ଚାହିଦା ୧,୮୮,୦୧୪ ମେଗାଓ୍ବାଟ ଥିବାବେଳେ ୪,୪୬୯ ମେଗାଓ୍ବାଟ ବିଜୁଳି ଅଭାବ ରହିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଦ୍ୟୁତ୍‌ ସଙ୍କଟ ଆଶଙ୍କାକୁ ଖଣ୍ଡନ କରିଛନ୍ତି। କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌), ଓ୍ବାଶେରି ଏବଂ ଘରୋଇ ବ୍ଲକ୍‌ରେ ୭୨.୫ ନିୟୁତ ଟନ୍‌ କୋଇଲା ମହଜୁଦ୍‌ ଥିବା ବିଭାଗୀୟ ମନ୍ତ୍ରୀ ପ୍ରହଲାଦ ଜୋଷୀ କହିଛନ୍ତି। ୨୦୨୧-୨୨ରେ କୋଇଲା ଆମଦାନୀ ହ୍ରାସ ଥର୍ମାଲ ପ୍ଲାଣ୍ଟରେ କୋଇଲା ଅଭାବର ମୁଖ୍ୟ କାରଣ। ଗତ ଆର୍ଥତ୍କ ବର୍ଷରେ ଭାରତ ମାତ୍ର ୨୫ ନିୟୁତ ଟନ୍‌ କୋଇଲା ଆମଦାନୀ କରିଛି, ଯାହା କି ପୂର୍ବବର୍ଷର ୫୦ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?