Posted inଜାତୀୟ

‘ଧରିତ୍ରୀ ଦିବସ’ରେ ଗୁଗଲ୍‌ର ସ୍ବତନ୍ତ୍ର ଡୁଡଲ୍‌

ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ ସ୍ବତନ୍ତ୍ର ଡୁଡଲ ତିଆରି କରି ପୃଥିବୀ କିପରି ବଦଳୁଛି ତାହା ବାର୍ତ୍ତା ଦେଇଛି। ଡୁଡଲରେ ଗୁଗଲ କିଛି ଚିତ୍ର ଦେଖାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନ ପୃଥିବୀକୁ କିପରି ପ୍ରଭାବିତ କରିଛି ସେଥିରେ କୁହାଯାଇଛି। ଏଥିରେ ବିଭିନ୍ନ ବର୍ଷର ଚାରୋଟି ଚିତ୍ର ଯଥା ତାଞ୍ଜାନିଆର କିଲିମାନଜାରୋ ମାଉଣ୍ଟ, ସେରମୋସୁକ୍‌ ଗ୍ଲାସିୟର୍‌, ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରିୟର୍‌ ରିଫ ଏବଂ ଜର୍ମାନୀର ଆଲେଣ୍ଡର ହର୍ଜ ଫରେଷ୍ଟ ସାମିଲ ଅଛି।
ଆଜିର ଗୁଗୁଲ ଡୁଡଲ ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଇବା ପାଇଁ ଗୁଗଲ ଆର୍ଥ ଟାଇମଲେପ୍ସ ଏବଂ ଅନ୍ୟାନ୍ୟ ଉତ୍ସରୁ ପ୍ରକୃତ ସମୟର ଚିତ୍ର ବ୍ୟବହାର କରିଥିଲା। ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ଏଡାଇବା ପାଇଁ ଅଧିକ ସ୍ଥାୟୀ ଭାବରେ ବଞ୍ଚିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କମ୍ପାନୀ କହିଛି।
୧୯୭୦ରେ ପ୍ରଥମ ଥର ପାଇଁ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଇଥିଲା।ସେବେଠାରୁ ପ୍ରତିବର୍ଷ ଏହାକୁ ଏପ୍ରିଲ ୨୨ରେ ପାଳନ କରାଯାଏ। ଚଳିତବର୍ଷ ଧରିତ୍ରୀ ଦିବସର ବିଷୟବସ୍ତୁ ହେଉଛି ‘ଆମ ଗ୍ରହରେ ନିବେଶ କରିବା’।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ

ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି।...

‘ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ରେ ଅଛନ୍ତି ନଓ୍ବାବ ମଲିକ’

ମୁମ୍ବାଇ,୧।୧୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଲିଙ୍କ୍‌ରେ ଅଛନ୍ତି। ଦୀପାବଳି ପରେ...

ରତୁଲ୍‌ଙ୍କ ୨୫୪ କୋଟିି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ,୩୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ୍‌ ପୁରୀଙ୍କ ୨୫୪ ଟଙ୍କାର ସମ୍ପତ୍ତି ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଜୀବ ସାକ୍ସସେନାଙ୍କ ସହଯୋଗରେ ଏଫଡିଆ...

୮ ଲକ୍ଷ ୮୫ ହଜାରରୁ ଅଧିକ କରୋନା ମୁକ୍ତ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ରବିବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫...

ଦିଲ୍ଲୀ ହସ୍ପିଟାଲରେ ବ୍ରେନ୍‌ ମ୍ୟାପିଙ୍ଗ୍‌ ସୁବିଧା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀର ଆଇବିଏସ୍‌ ହସ୍ପିଟାଲ ରବିବାର ବ୍ରେନ୍‌ ମ୍ୟାପିଙ୍ଗ ଟେକ୍ନୋଲୋଜି ସୁବିଧା ଉପଲବ୍ଧ ହୋଇଛି। କୌଣସି ଡାକ୍ତରଖାନାରେ ଏହି ଟେକ୍ନୋଲୋଜି ରହିବା ଦେଶରେ ପ୍ରଥମ। ଏହା...

ଟିଭିରେ ହେଉଛି ମୋଦିଙ୍କ ପ୍ରଚାର: ରାହୁଲ…

ଶିଲଂ,୨୨।୨ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ଶିଲଂରେ ଭାଜପା ଏବଂ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆପଣ ଟିଏମସିର ଇତିହାସ ଜାଣିଛନ୍ତି,...

ବଢ଼ୁଛି କରୋନା କଷଣ

ନୂଆଦିଲ୍ଲୀ, ୧୦।୫: ଦେଶରେ ଭୟଙ୍କର ସ୍ଥିତିରେ କରୋନା। ଶନିବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨, ୫୪୭କୁ ବୃଦ୍ଧି ପାଇଥିବା ବେଳେ ୨,୦୯୨ ଜଣଙ୍କ...

ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର

ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା।...

Advertisement
Archives

Model This Week