ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, ୪ ମାସର ଶିଶୁ ଅକ୍ସିଜେନ ସପୋର୍ଟରେ

ନୂଆଦିଲ୍ଲୀ,୨୨ ।୪: ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗୋଟିଏ ମାସ ପୂର୍ବରୁ ସଂକ୍ରମିଙ୍କ ସଂଖ୍ୟା ଦୁଇ ଅଙ୍କରେ ସିମିତ ଥିବା ବେଳେ ଏବେ ଏହା ବହୁ ଉପରକୁ ଚାଲି ଯାଇଛି । କେବଳ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଅତିକ୍ରମ କରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ କରୋନା ସଂକ୍ରମିତ ୭ ଜଣ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ୪ ମାସର ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଶିଶୁଟି ଏବେ ଅକ୍ସିଜେନ ସପୋର୍ଟରେ ରହିଛି । ଉକ୍ତ ଶିଶୁଟି ପୂର୍ବରୁ କିଛି ରୋଗରେ ପୀଡ଼ିତ ଥିବା ଜଣାପଡିଛି । ତେବେ ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଏବେ ଶିଶୁଙ୍କୁ ହେଉଥିବା ସଂକ୍ରମଣ ବିଶେଷ ଭାବେ ପୂର୍ବରୁ ଯେଉଁ ଶିଶୁମାନେ ଅନ୍ୟ କିଛି ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ସଂକ୍ରମଣ ହେଉଛି । ଶିଶୁଟିର ପିତା ବି କରୋନାରେ ସଂକ୍ରିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏପଟେ ବିଶେଷଜ୍ଞମାନେ କହୁଛନ୍ତି କରୋନା ଟିକା ନେବା ଜରୁରୀ । ଯେଉଁ ମାତା ପିତା କରୋନା ଟିକା ନେଇ ନାହାନ୍ତି ଏହାର ପ୍ରଭାବ ସେମାନଙ୍କ ଶିଶୁମାନଙ୍କ ଉପରେ ଅଧିକ ପଡିପାରେ ବୋଲି କୁହାଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ କୋର୍ଟରେ ଏକ ବଡ଼ ଝଟକା ଲାଗିଛି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଦେଇଥିବା ଏକ ବିବାଦୀୟ…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

+୩ ଶେଷ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ : ବିଶ୍ୱବିଦ୍ୟାଳୟ ର଼୍ୟାଙ୍କରେ ଗଞ୍ଜାମ କଲେଜର ୩ ପିଲା

ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri