Posted inଜାତୀୟ

ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଶହୀଦ

ଜମ୍ମୁ,୨୨ ।୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଂଜୱାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେଶନରେ ୪ ଜଣ ଯବାନ ଆହତ ହୋଇଛନ୍ତି । ଗୁରୁବାର ରାତିରୁ ଏହି ଅଞ୍ଚଳକୁ ଘେରି ରହି ଅପରେଶନ ଜାରି ରହିଛି ।
ଜମ୍ମୁ ଜୋନର ଏଡିଜିପି ମୁକେଶ ସିଂ କହିଛନ୍ତି ଏହି ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏବେବି ସେଠାରେ ଅପରେଶନ ଜାରି ରହିଛି । ତେବେ ଆତଙ୍କବାଦୀମାନେ ବଠିଣ୍ଡି ଅଞ୍ଚଳରେ ଘରେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ହେଲେ ଆତଙ୍କବାଦୀମାନେ ଏହା ଜାଣିପାରି ଫାୟରିଂ କରିବାରୁ ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ବାରମୂଳାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଲଶ୍କର-ଏ-ତୋଏବାର ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ଆଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ କି ଦୁଇ ଜଣ ଲୁଚି ରହିଥିବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା...

ରେଳମନ୍ତ୍ରୀଙ୍କ ଘରୁ ଚୋରି

ମୁମ୍ବାଇ,୩।୧୦: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ...

୧୫ରୁ ବିଦେଶକୁ ନିୟମିତ ଉଡ଼ାଣ

ନୂଆଦିଲ୍ଲୀ,୨୨।୨: ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ନିୟମିତ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ପାଳନ କରିବାକୁ...

ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…

ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି...

କୋଭିଡ୍‌ ଭାକ୍ସିନ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ : ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୩।୩ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୁଧବାର ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ପଶ୍ଚିମ ବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ...

ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍‌ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ...

‘ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି’

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ବିବାଦୀୟ ବିବୃତ୍ତି ଉପରେ...

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା...

Advertisement
Archives

Model This Week