ଜାତୀୟ

ସେନା ନିଯୁକ୍ତିରେ ନୂଆ ନିୟମ, ପ୍ରଥମ ୪ ବର୍ଷ ପରେ ପ୍ରଦର୍ଶନ ଆଧାରରେ ହେବ ଚୟନ…

ନୂଆଦିଲ୍ଲୀ, ୨୮।୫ : ଭାରତ ସରକାର ଦେଶରେ ସେନା ନିଯୁକ୍ତି ପାଇଁ ଏକ ନୂତନ ପ୍ରକ୍ରିୟା ଆଣିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାର ନାମ ହେଉଛି ’ଟୁର୍‌ ଅଫ ଡ୍ୟୁଟି’ ଯେଉଁଥିରେ ସେନାରେ ପ୍ରଥମେ ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯିବ।…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ୟୁକ୍ରେନ ସଙ୍କଟ ମଧ୍ୟରେ ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସହ ବୈଠକ କରିିବେ ମୋଦି

ନୂଆଦିଲ୍ଲୀ,୨୮।୫: ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ବୃଦ୍ଧି ପାଇଥିବା ଅସ୍ଥିରତା ଓ ଲଦାଖ ସୀମାରେ ଚାଇନାର ପୁଣି ନୂଆ ଷଡ଼ଯନ୍ତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଓ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।…

ବୀର ସାବରକରଙ୍କ ଲୁକ୍‌ରେ ନଜର ଆସିଲେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ୧୩୯ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ନିର୍ମାତା ରଣଦୀପ ହୁଡ୍ଡାଙ୍କ ପ୍ରଥମ ଲୁକ୍‌ ଜାରି ହୋଇଛି। ଏଥିସହ ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ‘ହିନ୍ଦୁ ଧର୍ମ ଧର୍ମ ନୁହେଁ, ଏହା…

୪୨୪ ରାଜନେତା, ଧର୍ମଗୁରୁଙ୍କ ହଟିଲା ସୁରକ୍ଷା

ଚଣ୍ଡିଗଡ଼,୨୮।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୨୪ଜଣଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ତୁରନ୍ତ ପ୍ରଭାବରେ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ଶନିବାର…

୮ବର୍ଷରେ ମୁଣ୍ଡ ନୁଆଇଁ ନାହୁଁ, ଗରିବଙ୍କ ପାଇଁ ଖୋଲିଛୁ ଅନ୍ନ ଭଣ୍ଡାର: ମୋଦି

ଗାନ୍ଧିନଗର,୨୮ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତ କରିଛନ୍ତି । ରାଜକୋଟରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଗୁଜରାଟର ଲୋକେ ମୋତେ ବହୁତ କିଛି ଶିଖାଇଛନ୍ତି । ଏହାସହ ଗତ…

ଜମ୍ମୁରେ ଓଲଟିଲା ବସ: ୨୫ ଯାତ୍ରୀ ଆହତ

ଜମ୍ମୁ,୨୮ା୫: ଜମ୍ମୁର ଡୋଡା ଜିଲାକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଉଦ୍ଧାମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଫଳରେ ୨୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାମପୁରସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଥିବା…

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ, ୨୮।୫: ସାରା ବିଶ୍ୱରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ମାମଲା ୨୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି। ପ୍ରାୟ ୨୦୦ ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ…

ହୃଦ୍‌ଘାତରେ ବଢ଼ୁଛି କେଦାରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ,୨୮।୫: କେଦାରନାଥ ଯାତ୍ରାରେ ଶୁକ୍ରବାର ଆଉ ୨ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପଟେଲ ଧନୀଶ ଭାଇ(୩୨) ଏବଂ ପାଟନାର ଭାନୁ ଶଙ୍କର ପ୍ରସାଦ (୭୧) କେଦାରନାଥ ଯାତ୍ରାରେ ଆସିଥିଲେ।…

ଭାରତରେ ମଙ୍କିପକ୍ସ ଚିହ୍ନଟ ପାଇଁ ବିକଶିତ ହେଲା କିଟ୍‌: ଘଣ୍ଟାକରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ୨୦ରୁ ଅଧିକ ଦେଶରେ ବ୍ୟାପସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ଅନୁଯାୟୀ,ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଏକ ଖୁସି…

୭୬୨ କି.ମି. ଆସିବାକୁ ଟ୍ରେନ୍‌କୁ ଲାଗିଲା ବର୍ଷେ

ରାଞ୍ଚି,୨୮।୫: ଛତିଶଗଡ଼ରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଚାଉଳ ଧରି ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବାକୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲଓ୍ବେ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି। ଗତବର୍ଷ ଚାଉଳ ବୋଝେଇ ଟ୍ରେନ୍‌ଟି ଯାତ୍ରା ଆରମ୍ଭ ରକିଥିଲା। ୭୬୨ କି.ମି. ଅତିକ୍ରମ…

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନକରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପରେ ଅପରାହ୍ନ ପ୍ରାୟ ୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri