Posted inଜାତୀୟ

ଦୀକ୍ଷା ନେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲିଙ୍ଗାୟତ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରିଛନ୍ତି। କର୍ନାଟକର ଚିତ୍ରଦୁର୍ଗାଠାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ମଠର ମୁଖ୍ୟ ଡାକ୍ତର ଶିବମୂର୍ତ୍ତୀ ମୁରଗା ଶରଣରୁ ସ୍ବାମୀଙ୍କୁ ଭେଟି ସେ ଇଷ୍ଟଲିଙ୍ଗ ଦୀକ୍ଷା ନେଇଥିଲେ। ଏହି ସମୟରେ କର୍ନାଟକ କଂଗ୍ରେସର ଅନେକ ନେତା ଉପସ୍ଥିତ ଥିଲେ। ରାହୁଲଙ୍କ ଇଷ୍ଟଲିଙ୍ଗ ଦୀକ୍ଷା ଦିଆଯାଉଥିବାବେଳେ ମଠ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଏହା ଐତିହାସିକ ସମୟ, ରାହୁଲ ଗାନ୍ଧୀ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରୁଛନ୍ତି।
ରାହୁଲ ଗାନ୍ଧି ଟୁଇଟ୍‌ କରି କହିଛନ୍ତି, ଶ୍ରୀଜଗତଗୁରୁ ମୁରଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ।
୨୦୨୩ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ଆକୃଷ୍ଟ କରିବା ପାଇଁ ରାହୁଲ ଏହି ଦୀକ୍ଷା ନେଇଥିବା ଚର୍ଚ୍ଚା ହେଉଛି। ଲିଙ୍ଗାୟତ ସମ୍ପ୍ରଦାୟର ଏକ ବୃହତ ଭୋଟ ବ୍ୟାଙ୍କ ଅଛି।
୧୨ଶ ଶତାବ୍ଦୀରେ କର୍ନାଟକର ପ୍ରସିଦ୍ଧ ସନ୍ଥ ତଥା ସମାଜ ସଂସ୍କାରକ ବାସବେଶ୍ବର ଏହି ଲିଙ୍ଗାୟତ ସଂପ୍ରଦାୟର ପ୍ରତିଷ୍ଠା କରିଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ଭଗବାନ ଶିବଙ୍କ ଆରାଧନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରେ ଦାଦନଙ୍କ ବିକ୍ଷୋଭ

ସୁରଟ,୧୫ା୪: ଲକ୍‌ଡାଉନ ଯୋଗୁ ଘରକୁ ଫେରି ନ ପାରି ଦାଦନ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସରକାର ଓ...

ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ, ଏସବୁ ନେତାଙ୍କୁ ଫୋନ୍‌…

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ନାନା ଚର୍ଚ୍ଚା ଜାରି ରହିଛି। କ୍ୟାବିନେଟ୍‌ରେ କେଉଁମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେ ନେଇ...

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ୬୯ତମ ସ୍ଥାନରେ, ୨୪ ଦେଶରେ ଭିଜା ମୁକ୍ତ ପ୍ରବେଶ…

ନୂଆଦିଲ୍ଲୀ,୧୦।୧୨ : ଆର୍ଟନ କ୍ୟାପିଟାଲ ୨୦୨୨ ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ...

ଦେଶ ପାଇଁ ଆବଶ୍ୟକ ଜଣେ ଭଲ ପ୍ରଧାନମନ୍ତ୍ରୀ; ଚୌକିଦାର ନୁହେଁ: ପ୍ରକାଶ ରାଜ୍‌

ପାଟନା,୨୮।୪: ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ; ଚୌକିଦାର ନୁହେଁ। ଚୌକିଦାର ଖୋଜିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନ ଥାଏ। ଚୌକିଦାର...

ଲୋକ ସଭାରେ କଞ୍ଚା ବାଇଗଣ ଖାଇଲେ ଏମ୍‌ପି

ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି)...

କୌଣସି କାମ ଛୋଟ ନୁହେଁ: ଜନନୀ

ହାଇଦ୍ରାବାଦ,୧୯।୧୦: ତେଲେଙ୍ଗାନା ହାଇଦ୍ରାବାଦର ୨୦ ବର୍ଷିୟା ଯୁବତୀ ଜନନୀ ରାଓ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କାରଣ ସାମାଜିକ କଟକଣାକୁ ଭାଙ୍ଗି ସେ...

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର...

ସନ୍ଦେହ ଘେରରେ ପୋଲିସ: ବଳାତ୍କାର ମାମଲାରେ ଜେଲରେ ଥିବା ନାରାୟଣ ସାଇଙ୍କ ନିକଟରୁୁ ମିଳିଲା ମୋବାଇଲ

ସୁରଟ,୨୪ ।୧୦: ବଳାତ୍କାର ମାମଲାରେ ଜେଲରେ ସଜା କାଟୁଥିବା ନାରାୟଣ ସାଇଙ୍କ ପାଖରେ ମୋବାଇଲ ଫୋନ ମିଳିବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ । ଏହାକୁ...

Advertisement
Archives

Model This Week