Posted inଜାତୀୟ

ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: କଂଗ୍ରେସ

ନୂଆଦିଲ୍ଲୀ,୩।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ହେରାଲ୍ଡ ହାଉସ୍‌ରେ ଥିବା ୟଙ୍ଗ୍‌ ଇଣ୍ଡିଆନ୍‌ ଲିମିଟେଡ୍‌ର ଅଫିସକୁ ସିଲ୍‌ କରିଛି। ଏଥିସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ୍‌ କରାଯିବା ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ମଙ୍ଗଳବାର ନ୍ୟାଶନାଲ ହେରାଲ୍ଡ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ହେରାଲ୍ଡ ହାଉସ୍‌ ସମେତ ୧୩ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହାପରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇଛି।

କଂଗ୍ରେସ ନେତା ଜୟରାମ ରମେଶ, ଅଜୟ ମାକେନ ଏବଂ ଅଭିଷେକ ମନୁ ସିଂଭି ପ୍ରମୁଖ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟାଳୟ ତଥା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ଘେରି ରହିଛି। ଅଗଷ୍ଟ ୫ରେ କଂଗ୍ରେସ ପକ୍ଷରୁ ମୁଦ୍ରାସ୍ଫୀତି ବିରୋଧରେ ଜାତୀୟସ୍ତରରେ ପ୍ରଦର୍ଶନ କରାଯିବ। ଏନେଇ ଗତ ଶନିବାର ଘୋଷଣା କରାଯାଇଥିଲା। ହେଲେ ବୁଧବାର ଡିସିପିଙ୍କଠାରୁ କଂଗ୍ରେସ କୌଣସି ପ୍ରଦର୍ଶନ କରିପାରିବ ନାହିଁ ବୋଲି ଚିଠି ପାଇଛୁ। ଏହାପରେ କଂଗ୍ରେସ ମୁଖ୍ୟାଳୟ ତଥା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ଘେରି ରହିଛି। ଏଭଳି କାର୍ଯ୍ୟରୁ କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ବିଷୟରେ କୌଣସି ଆଲୋଚନା ହେଉ ବୋଲି ଚାହୁଁ ନ ଥିବା ସ୍ପଷ୍ଟ ହୋଇଛି। ଭୟର ବାତାବରଣ ସୃଷ୍ଟି କରାଯାଉଛି। ଦେଶର ସର୍ବପୁରାତନ ଦଳ କଂଗ୍ରେସ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରକୁ ମିଳିପାରେ ରାଜ୍ୟ ମାନ୍ୟତା, ଅର୍ଥମନ୍ତ୍ରୀ ଦେଲେ ସଙ୍କେତ…

ଥିରୁଭାନନ୍ତପୁରମ,୬।୧୧ : ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସଙ୍କେତ ଦେଇଛନ୍ତି। ୧୪ ତମ ଅର୍ଥ ଆୟୋଗର ସୁପାରିଶ ବିଷୟରେ ସୂଚନା...

ଜଗନ୍ନାଥମୟ ଦିଲ୍ଲୀ

ନୂଆଦିଲ୍ଲୀ,୨।୭: କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭାରତର ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଧାର୍ମିକ ରୀତିନୀତି ଅନୁଯାୟୀ ମହା ଆଡ଼ମ୍ବରରେ ପାଳିତ...

୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଲେ ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର

ଜୟପୁର,୧୬।୧୧: ପାକିସ୍ତାନର ଜଣେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି। ଏହା ସହିତ ସେ ବିମାନକୁ ସୁରକ୍ଷିତ ଭାବେ ଯାତ୍ରା କରିବାରେ...

ପେଗାସସ୍‌ ତାତି,ସଂସଦ ଅଚଳ…

ନୂଆଦିଲ୍ଲୀ,୨।୮: ବିରୋଧୀ ଦଳଙ୍କ ପକ୍ଷରୁ ପେଗାସସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ଫଳରେ ମୌସୁମୀ ଅଧିବେଶନରେ ଲୋକ ସଭା ଏବଂ...

ଲୁଣ କାରଖାନାର କାନ୍ଥ ଧସିଲା, ୧୨ ଶ୍ରମିକ ମୃତ, ମୃତକ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଅହମଦାବାଦ, ୧୮।୫ : ଗୁଜରାଟର ମୋରବିର ହାଲଓ୍ବଦ ଅଞ୍ଚଳରେ ବୁଧବାର ଏକ ଲୁଣ କାରଖାନାର କାନ୍ଥ ଧସି ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି...

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ...

ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ

ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍‌...

ସୀମାରେ ସ୍ଥିତି ଗମ୍ଭୀର: ସେନାମୁଖ୍ୟ

ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ...

Advertisement
Archives

Model This Week