Posted inଜାତୀୟ

ଚାଇନା ସୀମାରେ ଯୁଦ୍ଧାଭ୍ୟାସ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୪ ।୮: ଚାଇନା ସୀମା(ଏଲଏସି)ରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଓ ଆମେରିକା ସେନା ଆସନ୍ତା ଅକ୍ଟୋବରରେ ଉତ୍ତରାଖଣ୍ଡର ଓଲିରେ ଯୁଦ୍ଧାଭ୍ୟାସ କରିବାକୁ ଯାଉଥିବା ସୂଚନା ମିଳିଛି । ଭାରତ ଓ ଆମେରିକା ସେନାଙ୍କ ମଧ୍ୟରେ ଏହା ମିଲିଟ୍ରି ଏକ୍ସରସାଇଜର ୧୮ତମ ସଂସ୍କରଣ । ଏହି ଯୁଦ୍ଧାଭ୍ୟାାସ ଗୋଟିଏ ବର୍ଷ ଆମେରିକାରେ ଓ ଆଉ ଗୋଟିଏ ବର୍ଷ ଭାରତରେ ହୋଇଥାଏ । ଗତବର୍ଷ ଯୁଦ୍ଧାଭ୍ୟାସ ଆମେରିକାର ଆଲାସ୍କାରେ ହୋଇଥିଲା । ସେଥିପାଇଁ ଚଳିତ ବର୍ଷ ଏହା ଭାରତରେ ହେବାକୁ ଯାଉଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ପ୍ରତିରକ୍ଷା ବିଭାଗର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଯୁଦ୍ଧାଭ୍ୟାସ ୧୪-୩୧ ଅକ୍ଟୋବର ମଧ୍ୟରେ ହେବ । କୁହାଯାଉଛି କି ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ହେଉଛି ଭାରତ ଓ ଆମେରିକା ସେନାଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସହଯୋଗ ଓ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା । କିଛି ବର୍ଷ ହେବ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବାରେ ଲାଗିଛି । ୨୦୧୬ରେ ଆମେରିକା ଭାରତକୁ ‘ମୁଖ୍ୟ ପ୍ରତିରକ୍ଷା ଅଂଶିଦାର’ ଭାବେ ନାମିତ କରିଥିଲା ।
କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଏବଂ ସୁରକ୍ଷା ଚକ୍ତିନାମା ବି ସ୍ୱାକ୍ଷରିତ ହୋଇଛି । ୨୦୧୬ରେ ଲଜିଷ୍ଟିକ ଏକ୍ସଚେଞ୍ଚ ମେମୋରେଣ୍ଡମ ଅଫ୍ ଏଗ୍ରିମେଣ୍ଟ(ଏଳଇଏମଓଏ) ସାମିଲ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?