Posted inଜାତୀୟ

ଅଟକିଯାଇଛି ୟୁକ୍ରେନୀୟଙ୍କ ସମୟ

କିଭ୍‌, ୨୩ା୮: ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣକୁ ୧୮୦ ଦିନ ବିତିଗଲାଣି। ହେଲେ ୟୁକ୍ରେନୀୟଙ୍କ ପାଇଁ ଏହି ୬ ମାସ ଯେପରି କେଉଁଠି ଅଟକିଯାଇଛି। ମାତ୍ର ୫ ମାସର ଶିଶୁକୁ ଧରି ପଡ଼ୋଶୀ ପୋଲାଣ୍ଡକୁ ଗତ ମାର୍ଚ୍ଚରେ ପଳାୟନ କରିଥିବା ୟୁକ୍ରେନୀୟ ମହିଳା ତାଇସିଆ ମୋକ୍ରୋଜୁବ୍‌ ଭାବିଥିଲେ ଅତିବେଶୀରେ ମେ’ ସୁଦ୍ଧା ଯୁଦ୍ଧ ସରିଥିବ। ସେ ପୁଣି ଘରକୁ ଫେରିଆସିବେ। ହେଲେ ଇତିମଧ୍ୟରେ ତାଙ୍କ ଶିଶୁକୁ ୧୧ ମାସ ପୂରିଥିଲେ ବି ରୁଷିଆର ଆକ୍ରମଣ ଜାରି ରହିଛି। ଏବେ ବି ସେ ସ୍ବାମୀ, ପରିବାରଠାରୁ ଦୂରରେ। ନା ସରିଛି ଯୁଦ୍ଧ ନା ପୂରଣ ହୋଇଛି ତାଙ୍କ ଆଶା। ଯୁଦ୍ଧ ଅନ୍ତ ହେବାର କୌଣସି ରାସ୍ତା ଫିଟିପାରି ନ ଥିବାରୁ ଏହା ଆଗକୁ କେତେଦିନ ଧରି ଚାଲିବ ତାହା ମଧ୍ୟ ଅନିଶ୍ଚିତତାରେ। ଏହି କାହାଣୀ କେବଳ ଜଣକର ନୁହେଁ। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ଅନ୍ୟ ଦେଶକୁ ଜୀବନ ରକ୍ଷା ପାଇଁ ପଳାୟନ କରିଥିବା କୋଟିଏରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ଏବେ ଅନିଶ୍ଚିତତା ଭିତରେ ଜୀବନ କାଟୁଛନ୍ତି।
ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆସନ୍ତା ୨୪ ତାରିଖରେ ୟୁକ୍ରେନ୍‌ ଏହାର ୩୧ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଥିବାବେଳେ ମସ୍କୋ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଇଛି। ତେଣୁ ସମସ୍ତ ୟୁକ୍ରେନୀୟ ସତର୍କ ରହିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପରାମର୍ଶ ଦେଇଛନ୍ତି। ରାଜଧାନୀ କିଭ୍‌କୁ ରୁଷିଆ ଟାର୍ଗେଟ କରିପାରେ ବୋଲି କୁହାଯାଉଥିବାରୁ ଗୁରୁବାର ପର୍ଯ୍ୟନ୍ତ ସ୍ବାଧୀନତା ଦିବସ ରାଲି ଉପରେ କଟକଣା ଲଗାଯାଇଛି। ଖର୍କିଭରେ କର୍ଫ୍ୟୁ ଜାରି ହୋଇଛି। ଦକ୍ଷିଣ ୟୁକ୍ରେନ୍‌ର କେତେକ ସହର ଉପରେ ରୁଷିଆ ମିଶାଇଲ, ରକେଟ୍‌ ମାଡ଼ ଜାରି ରଖିଛି। ଜାପୋରିଜିଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟ ନିକଟରେ ମସ୍କୋ ବାରମ୍ବାର ଆକ୍ରମଣ କରୁଥିବାରୁ କୌଣସି ବଡ଼ ଧରଣର ଅଘଟଣ ଘଟିପାରେ ବୋଲି କିଭ୍‌ ଆଶଙ୍କା ବ୍ୟକ୍ତ କରିଛି। ଏହାର ମୁକାବିଲା ପାଇଁ କିଭ୍‌ ନିଜକୁ ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri