Posted inଜାତୀୟ

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମହମ୍ମଦ ଇସ୍ରାଏଲ ମନସୁରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। କିନ୍ତୁ ବର୍ତ୍ତମାନ ମନ୍ଦିର କମିଟି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ବିଷ୍ଣୁପଦ ମନ୍ଦିରରେ ମନ୍ତ୍ରୀ ଇସ୍ରାଏଲ ମନସୁରୀଙ୍କ ପ୍ରବେଶ ବିବାଦ ସୃଷ୍ଟି କରିଛି। ଅଣ-ହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିବା ସତ୍ତ୍ୱେ ମନସୁରୀ ମନ୍ଦିରରେ ପ୍ରବେଶ କରିବାକୁ ନେଇ କମିଟି ଆପତ୍ତି ଉଠାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଭାଜପା ବିଧାୟକ ହରିଭୂଷଣ ଠାକୁର କହିଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ଦିରରେ ପ୍ରାର୍ଥନା କରୁଥିବା ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ମନ୍ତ୍ରୀ ଇସ୍ରାଏଲ ମନସୁରୀ ମଧ୍ୟ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ମନସୁରୀ କହିଛନ୍ତି, ସେ ଭାଗ୍ୟବାନ ଯେ ତାଙ୍କୁ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ମିଳିଛି।
ମନ୍ଦିର କମିଟିର ସଭାପତି ଶମ୍ଭୁ ଲାଲ ବିଠଲ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ନିଷେଧ। ଏହି ପରମ୍ପରା ଅନେକ ଦିନରୁ ଚାଲିଆସୁଛି। ସେ ଜାଣି ନ ଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ମୁସଲମାନ ମନ୍ତ୍ରୀ ଅଛନ୍ତି। ଯଦି ଆଗରୁ ଜାଣିଥାନ୍ତେ, ତେବେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇ ନ ଥାନ୍ତେ। ଜାଣିଶୁଶି ଏଭଳି କାର୍ଯ୍ୟ କରି ସନାତନ ଧର୍ମକୁ ଆଘାତ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ କଂଗ୍ରେସର ଭିନ୍ନ ଘୋଷଣାପତ୍ର: ମାଗଣା ବସ୍ ଯାତ୍ରା ସହ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଖୁବ୍ ଯୋର ଦେଉଛି । ଏବେ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର...

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ...

ମୋଦି ସରକାରଙ୍କୁ ରାହୁଲ ଧନ୍ୟବାଦ୍‌ ଦେବା ଉଚିତ୍‌:ଭାଜପା

ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା।...

ରିଜ ମଇଦାନରେ ମୋଦି

ଶିମଲା,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ଶାସନକୁ ୮ ବର୍ଷ ପୂରଣ ହୋଇଛି । ଏହି ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...

ଲାଲୁଙ୍କୁ ଝଟ୍‌କା: ଅସୁସ୍ଥତା ପରେ ବି ମିଳିଲାନି ଜାମିନ

ରାଞ୍ଚି,୨୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି ।...

ସୁରକ୍ଷିତ ନ ଥିଲା କୋଝିକୋଡ ବିମାନ ବନ୍ଦର: ଡିଜିସିଏ କରିଥିଲା ସତର୍କ

ନୂଆଦିଲ୍ଲୀ,୮।୮: କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ...

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା...

ଅଲୱର ନାବାଳିକା ମାମଲାର ନୂଆ ମୋଡ: ଭିନ୍ନ କଥା କହୁଛି ମେଡିକାଲ ବୋର୍ଡ ଯାଞ୍ଚ ରିପୋର୍ଟ

ଅଲୱର,୧୫ ।୧: ରାଜସ୍ଥାନର ଅଲୱରରେ ମାନସିକ ବିକାର ଗ୍ରସ୍ତ ଜଣେ ନାବାଳିକାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଅନୁମାନ କରାଯାଉଥିଲା କି ସେ ବଳାତ୍କାରର...

Advertisement
Archives

Model This Week