Posted inଜାତୀୟ

ମହାପଞ୍ଚାୟତ ଲାଗି ଦିଲ୍ଲୀରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୨୩।୮: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ଆଣିବା, କୃଷି ଋଣ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ କୃଷକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମହାପଞ୍ଚାୟତର ଡାକରା ଦିଆଯାଇଥିଲା। ଏଥିରେ ଯୋଗଦେବା ଲାଗି ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ସୋମବାର ନୂଆଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚତ୍ଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ବର୍ଷେ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। କୃଷି ଆଇନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିସହିତ ଚାଷୀମାନଙ୍କ ବିଭିନ୍ନ ଦାବି ପୂରଣ ଲାଗି ସରକାର ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇ ନ ଥିବାରୁ ଚାଷୀମାନେ ପୁଣିଥରେ ରାଜଧାନୀରେ ଏକାଠି ହୋଇଛନ୍ତି। ଅଧିକାଂଶ ଚାଷୀ ସାଙ୍ଗରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସିଥିବାରୁ ସେମାନେ ପୁଣିଥରେ ଧାରଣାରେ ବସିବା ଆଶଙ୍କା କରାଯାଉଛି। ସେମାନେ ରାଜପଥର ବିଭିନ୍ନ ସ୍ଥାନରେ ବସିବା ସହ ପ୍ରତିଶ୍ରୁତି ପୂରଣ କରି ନ ଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଛି।
ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଏକାଧିକ ଲେୟର ବ୍ୟାରିକେଡ୍‌ କରିବା ସହ ଜାତୀୟ ରାଜଧାନୀରେ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଫଳରେ ସୀମାନ୍ତ ଅଞ୍ଚଳ ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସମେତ ବିଭିନ୍ନ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି ହୋଇଛି। ଏହା ବ୍ୟତୀତ ଦିଲ୍ଲୀ-ମିରଟ ଏକ୍ସପ୍ରେସଓ୍ବେ, ପାଲାମ ଫ୍ଲାଇଓଭର, ଅରବିନ୍ଦ ମାର୍ଗ, ରିଙ୍ଗ୍‌ ରୋଡ (ଇନ୍ଦ୍ରପ୍ରସ୍ଥ ପାର୍କ ନିକଟ), ଗାଜିଆବାଦ-ଓ୍ବାଜିରାବାଦ ରୋଡ୍‌ ଏବଂ ମୁନିର୍କା ରୋଡ୍‌ରେ ଗାଡ଼ିମୋଟର ଭିଡ଼ ଦେଖାଦେଇଛି।
ମହାପଞ୍ଚାୟତ ଲାଗି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ କର୍ନାଟକ, ମହାରାଷ୍ଟ୍ର, ଓଡ଼ିଶା ଓ କେରଳରୁ ଚାଷୀମାନେ ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଆବଶ୍ୟକ ପଡ଼ିଲେ ରାଜଧାନୀରେ ରହିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିବା ପଞ୍ଜାବର ମାଘ ନିବୋରି ନାମକ ଚାଷୀ କହିଛନ୍ତି। ସୁରକ୍ଷା କାରଣ ନେଇ କେତେକ ବିକ୍ଷୋଭକାରୀ ଚାଷୀଙ୍କୁ ଗାଜିପୁର ସୀମାରେ ଅଟକା ଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ଯନ୍ତରମନ୍ତର ଯିବାକୁ ଅନୁମତି ଦିଆଯାଇଥିବା ପୂର୍ବ ଦିଲ୍ଲୀର ଡିସିପି ପ୍ରିୟଙ୍କା କଶ୍ୟପ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା ଏବଂ କୌଣସି ଧନଜୀବନ ଯେପରି ହାନି ନ ହୁଏ, ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ସ୍ବତନ୍ତ୍ର କମିଶନର ଦେପେନ୍ଦ୍ର ପାଠକ କହିଛନ୍ତି। ଅନ୍ୟପକ୍ଷରେ ଯନ୍ତରମନ୍ତରରେ ପହଞ୍ଚତ୍ବା ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଷୀମାନଙ୍କୁ ଅଟକାଯାଇଥିଲା ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣରାଜନୀତିକ)ର ନେତାମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri