ଜାତୀୟ

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ

ଥିରୁଭାନ୍ତପୁରମ,୨।୮: କରୋନା ଭାଇରସ୍‌ ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଙ୍ଗଳବାର କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ୩୦ବର୍ଷୀୟ ବ୍ୟକ୍ତି…

ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। କୁହାଯାଉଛି, ଇଡ଼ି ଅଧିକାରୀମାନେ କାର୍ଯ୍ୟାଳୟର…

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ଭାଜପା ବିଧାୟକ ନିଲମ୍ବିତ

ରାଞ୍ଚି,୨।୮: ଝାଡ଼ଖଣ୍ଡ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲୁଛି। ଏହି ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ସୋମବାର ବାଚସ୍ପତି ୪ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ବିଧାୟକମାନଙ୍କୁ ୨ଦିନ ପାଇଁ…

ବେଙ୍ଗାଲୁରୁରେ ‘ମଙ୍କିପକ୍ସ’ ନେଇ ଗାଇଡ୍‌ଲାଇନ ଜାରି: ଆଇସୋଲେଶନରେ ରହିବେ ୨୧ ଦିନ

ବେଙ୍ଗାଲୁରୁ,୨।୮: ଦେଶରେ‘ମଙ୍କିପକ୍ସ’ମାମଲା ବୃଦ୍ଧି ପାଇବା ପରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ମଙ୍ଗଳବାର ଏକ ଗାଇଡ୍‌ଲାଇନ ଜାରି ହୋଇଛି। ବିମାନବନ୍ଦର ଏବଂ ରେଳ ଷ୍ଟେଶନରେ ଯାତ୍ରାଙ୍କୁ କଡ଼ାକଡି ଯାଞ୍ଚ କରିବାକୁ ବିବିଏମ୍‌ପି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ହୋଇଥିବା ଗାଇଡ୍‌ଲାଇନ ଅନୁଯାୟୀ, ଯଦି…

ପ୍ରୋଫାଇଲ୍‌ ଫଟୋ ‘ତ୍ରିରଙ୍ଗା’ ରଖିଲେ ମୋଦି

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପ୍ରୋଫାଇଲ୍‌ ଫଟୋକୁ ପରିବର୍ତ୍ତନ କରିଛନ୍ତି। ସେ ଫ୍ରୋଫାଇଲ୍‌ ଫଟୋ ଜାତୀୟ ପତାକା ‘ତ୍ରିରଙ୍ଗା’ ରଖିଛନ୍ତି। ଏହାସହ ସମସ୍ତେ ଏହା କରିବାକୁ ସେ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ…

ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ

ଜୟପୁର,୨।୮: ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇଛି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନମୁନାକୁ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୭୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨।୮: ତାମିଲନାଡୁର ସାଲେମରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନର ସହଯୋଗୀ ଧରାପଡ଼ିବା ପରେ ରାଜ୍ୟ ଗୋଇନ୍ଦା ବିଭାଗ ଏବଂ ପୋଲିସର ସଜାଗ ହୋଇଉଠିଛି। ଗୋଇନ୍ଦା ଅଧିକାରୀ ଯୁବକଙ୍କୁ ଧରି ଜେରା ପରେ ପୋଲିସକୁ ହସ୍ତାନ୍ତର କରିଥିଲା। ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।…

ପିୟୁଷ ଜୈନଙ୍କ ବିରୋଧରେ ଇଡିରେ ମନି ଲଣ୍ଡରିଂ ମାମଲା

ଲକ୍ଷ୍ନୌ,୨ ।୮: ଉତ୍ତର ପ୍ରଦେଶ କନ୍ନୌଜର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପିୟୁଷଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ ଆମରିକାରକୁ ଆତଙ୍କବାଦ ବିରୋଧରେ ବଡ ସଫଳତା ମିଳିଥିବା ବେଳେ ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା…

ସିଙ୍ଗାପୁରରେ ନାନ୍ସି ପେଲୋସି

କୁଆଲାଲମ୍ପୁର, ୨ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ଏସିଆ ଗସ୍ତ ଆରମ୍ଭ ହୋଇଛି। ସୋମବାର ସେ ଏକ ପ୍ରତିନିଧି ମଣ୍ଡଳୀ ସହ ସିଙ୍ଗାପୁରରେ ପହଞ୍ଚିଛନ୍ତି। ତାଙ୍କ ଗସ୍ତର ବିବରଣୀ ରିପୋର୍ଟ କରିବାକୁ କୌଣସି ଗଣମାଧ୍ୟମକୁ ଅନୁମତି ମିଳିନାହିଁ। ନାନ୍ସି ସିଙ୍ଗାପୁର…

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ସତ୍ୟେନ୍ଦ୍ରଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୨ା୮: ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରତୀୟ ସୂଚନା ସେବା(ଆଇଆଇଏସ୍‌)ର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri