ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ । କିଛିଦିନ ହେବ ସେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଧର୍ମ ଓ ରାଜନୀତିକୁ ନେଇ ତାଙ୍କର ମନ୍ତବ୍ୟ କେବେ କେବେ ତାଙ୍କ ପାଇଁ ମହଙ୍ଗା ପଡୁଛି । ସବୁବେଳେ ସେ ଏହାକୁ ନେଇ ଖୋଲା ଖୋଲି ମନ୍ତବ୍ୟ ଦେଇଥାଆନ୍ତି । ଯେଉଁଥିପାଇଁ ଏହାର ପ୍ରଭାବ ତାଙ୍କ ଶୋ’ ଉପରେ ପଡିଥାଏ । ବେଙ୍ଗାଲୁରୁ ପରେ ଏବେ ଦିଲ୍ଲୀରେ ହେବାକୁ ଥିବା ମୁନାୱରଙ୍କ ଶୋ’କୁ ବି ବନ୍ଦ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୨୮ରେ ଦିଲ୍ଲୀରେ ହେବାକୁ ଥିବା ମୁନାୱର ଫାରୁକିଙ୍କ ଶୋ’କୁ ଦିଲ୍ଲୀ ପୋଲିସର ଲାଇସେଂସିଂ ବ୍ରାଞ୍ଚ ଅନୁମତି ଦେବାକୁ ମନା କରି ଦେଇଛି । ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ଦ୍ୱାରା ଦିଆଯାଇଥିବା ଧମକ ପରେ ଫାରୁକିଙ୍କ ଶୋ’କୁ ବନ୍ଦ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ପୋଲିସ ବ୍ରାଞ୍ଚକୁ ଏକ ରିପୋର୍ଟ ଦେଇଥିଲା, ଏଥିରେ ମୁନାୱରଙ୍କ ଶୋ’ ଯୋଗୁ ଉକ୍ତ ଅଞ୍ଚଳରେ ସାଂପ୍ରଦାୟିକ ଶାନ୍ତି ଭଙ୍ଗ ହେବ ବୋଲି କୁହାଯାଇଥିଲା । ଫାରୁକିଙ୍କ ଶୋ’ ସେଣ୍ଟ୍ରାଲ ଦିଲ୍ଲୀର କେଦାରନାଥ ସାହନି ଅଡିଟୋରିୟମରେ ୨୮ ଅଗଷ୍ଟରେ ହେବାର ଥିଲା । ଲୋକାଲ ପୋଲିସ ଏହାକୁ ରିକ୍ୱେଷ୍ଟ ଲାଇସେନ୍ସ ବ୍ରାଞ୍ଚକୁ ପଠାଇଥିଲା । ହେଲେ ଲାଇସେନ୍ସ ବ୍ରାଞ୍ଚ ଏହାକୁ ଅନୁମତି ଦେଇ ନ ଥିଲା । ଶୋ’ ମାଧ୍ୟମରେ ଫାରୁକି ହିନ୍ଦୁ ଦେବାତାଙ୍କ ବ୍ୟଙ୍ଗ କରୁଥିବା ଅଭିଯୋଗ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ଲାଗି ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କଲେ ୯୪ ବର୍ଷୀୟା ବୃଦ୍ଧା

ଗୁରୁଗ୍ରାମ, ୮।୯: ହରିୟାଣାର ଗୁରୁଗ୍ରାମରେ ଜଣେ ୯୪ ବର୍ଷୀୟା ବୃଦ୍ଧା ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ...

ବିଗ୍‌ ବସ୍‌ ଶୋରେ ରୋମାନ୍ସ କରିଥିଲେ ଏହି ଯୋଡ଼ି, ପରେ ହୋଇଥିଲା ବ୍ରେକ୍‌ଅପ୍‌

ବିଗ୍‌ ବସ୍‌ ୧୪ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁ ଏଥର ଶୋ ସମ୍ପୂର୍ଣ୍ଣ ଭିନ୍ନ ହେବ। ଶୋ’ର ପ୍ରତ୍ୟେକ ସିଜିନରେ୍‌ ଝଗଡାଠାରୁ ଆରମ୍ଭ...

ବିକ୍‌ନୀ ଛାଡ଼ି ଦେଶୀ ଲୁକ୍‌ରେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ନିଜ ଗ୍ଲାମରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ନେଇ ତ କେବେ ବିକ୍‌ନୀକୁ ନେଇ।...

ବିବାହ କରିବେ ଶ୍ରଦ୍ଧା କପୁର!

ମୁମ୍ବାଇ: ବଲିଉଡ୍‌ରେ ଏବେ ଗୋଟିଏ ପରେ ଗୋଟିଏ ବିବାହ ହେଉଥିବା ଦେଖାଯାଉଛି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ନାୟିକା ଶ୍ରଦ୍ଧା କପୁର ।...

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା...

ଦେଶରେ କୋଭିଡ ଭ୍ୟାକ୍ସିନ ବଞ୍ଚାଇଛି ୩୪ ଲକ୍ଷ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୨୫ ।୨: ଠିକ୍ ସମୟରେ ନାଗରିକଙ୍କୁ ଭ୍ୟାକ୍ସିନ ଦେଇ ଭାରତ ୩୪ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଏକଥା କହିଛି ଷ୍ଟାନଫୋର୍ଡ ୟୁନିଭର୍ସିଟିର...

ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…

ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ...

ଭାବବିହ୍ବଳ ହେଲେ ହିନା

ବମ୍ବେ: ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ ହିନା ଖାଁ। ବାପାଙ୍କୁ ହରାଇବା ପରେ ଏବେ ମା’ ହିଁ ତାଙ୍କର ସବୁକିଛି। ହିନାଙ୍କ ସୁଖଦୁଃଖରେ, ହାରଜିତ୍‌ରେ ସେ ଏବେ...

Advertisement
Archives

Model This Week