Posted inଜାତୀୟ

ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ସୁପରଟେକ ଟ୍ୱିନ ଟାୱାର

ଲକ୍ଷ୍ନୌ,୨୭ ।୮: ଉତ୍ତର ପ୍ରଦେଶର ନୋଏଡାରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଟ୍ୱିନ ଟାୱାର୍ସକୁ ନେଇ ଏବେ ଚର୍ଚ୍ଚା । ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଏବେ ଏହି ଟାୱାର୍ସକୁ ଭଙ୍ଗାଯିବ । ତେବେ ଏହାକୁ ଭାଙ୍ଗିବା ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ଟାୱାର ଭଙ୍ଗାଯିବା ସମୟରେ ଏହାର ଆଖପାଖରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ଟାୱାରକୁ ୨୮ ଅଗଷ୍ଟ ଦିନ ୨ଟା ୩୦ ମିନିଟରେ ଭଙ୍ଗାଯିବ । ମାତ୍ର ୧୨ ସେକେଣ୍ଡରେ ଟାୱାର ଧ୍ୱଂସ ହୋଇଯିବ ବୋଲି କୁହାଯାଉଛି ।
ତେବେ ଟାୱାର ଧ୍ୱଂସ ହେବା ସମୟରେ ଏହାର ଆଖାପାଖି ରାସ୍ତାରେ ଗମନା ଗମନ ବନ୍ଦ କରି ଦିଆଯିବ । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ ୱେକୁ ବି ଅଧ ଘଣ୍ଟା ପାଇଁ ବନ୍ଦ କରି ଦିଆଯିବ । ମୋଟାମୋଟି ଭାବେ ଟାୱାର ଭଙ୍ଗାଯିବା ସମୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବ ସୂଚନା ମିଳିଛି ।
ଟାୱାର୍ସକୁ ଧ୍ୱଂସ କରିବାକୁ ୩୭୦୦ କିଲୋଗ୍ରମା ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । ଏଥିପାଇଁ ଦୁଇଟି ଯାକ ଟାୱାରରେ ୯୬୦୦ ହୋଲ ବା କଣା କରାଯାଇ ବିସ୍ଫୋରକକୁ ଖଞ୍ଜି ଦିଆଯାଇ ସରିଛି । ଏବେ ଏହାକୁ ଚାର୍ଜ କରାଯାଉଛି । ରବିବାର ଅର୍ଥାତ୍ ୨୮ ଅଗଷ୍ଟ ଦିନ ଠିକ ୨ଟା ୩୦ରେ ବଟନ ଦବାଇ ମାତ୍ର ୧୨ ସେକେଣ୍ଟରେ ଗୋଟିଏ ୩୦ ମହଲା ଓ ଅନ୍ୟଟି ୩୧ ମହଲା ଟାୱାରକୁ ମାଟିରେ ମିଶାଇ ଦିଆଯିବ । ଏଥିରୁ ପ୍ରାୟ ୮୦,୦୦୦ ଟନ ବର୍ଯ୍ୟବସ୍ତୁ ବାହାରିବ ବୋଲି ଅନୁମାନ କରାଯାଉଛି । ଏହି ବର୍ଯ୍ୟବସ୍ତୁକୁ ୩ ମାସ ମଧ୍ୟରେ ଅନ୍ୟ କାମରେ ଲାଗାଇ ଦିଆଯିବାର ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri