Posted inଜାତୀୟ

ଜାତୀୟ ଦଳଙ୍କୁ ଅଜଣା ସୂତ୍ରରୁ ମିଳିଛି ୧୫,୦୭୭ କୋଟି

ନୂଆଦିଲ୍ଲୀ,୨୭ା୮ (ପି.ଟି.): ଜାତୀୟ ରାଜନୈତିକ ଦଳଗୁଡ଼ିକ ୨୦୦୪-୦୫ରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ମଧ୍ୟରେ ଅଜଣା ସୂତ୍ରରୁ ୧୫,୦୭୭.୯୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛନ୍ତି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। କେବଳ ୨୦୨୦-୨୧ ବର୍ଷରେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଅଜଣା ସୂତ୍ରରୁ ମୋଟ ଆୟ ପରିମାଣ ୬୯୦.୬୭ କୋଟି ଟଙ୍କା ବୋଲି ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୮ଟି ଜାତୀୟ ଏବଂ ୨୭ ଆଞ୍ଚଳିକ ଦଳର ଆୟ ଉପରେ ଏଡିଆର୍‌ ଏହି ବିଶ୍ଲେଷଣ କରିଥିଲା। ଜାତୀୟ ଦଳ ମଧ୍ୟରେ ଅଛନ୍ତି ଭାଜପା, କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ(ଏମ୍‌), ଏନ୍‌ସିପି, ବିଏସ୍‌ପି, ସିପିଆଇ ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି। ଦଳଗୁଡ଼ିକର ଆୟକର ରିଟର୍ନ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେମାନେ ଦାଖଲ କରିଥିବା ଚାନ୍ଦା ବିବରଣୀକୁ ଅନୁଧ୍ୟାନ କରାଯାଇଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୮ ଜାତୀୟ ରାଜନୈତିକ ଦଳଙ୍କୁ ଅଜଣା ସୂତ୍ରରୁ ୪୨୬.୭୪ କୋଟି ମିଳିଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହି ସୂତ୍ରରୁ ୨୬୩.୯୨୮ କୋଟି ଟଙ୍କା ପାଇଛନ୍ତି। ଉକ୍ତ ବର୍ଷରେ କଂଗ୍ରେସ ଅଜଣା ସୂତ୍ରରୁ ୧୭୮.୭୮୨ କୋଟି ଟଙ୍କା ପାଇଥିବାବେଳେ ଭାଜପା ୧୦୦.୫୦୨ କୋଟି ଟଙ୍କା ପାଇଛି। ଅଜଣା ସୂତ୍ରରୁ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ମଧ୍ୟରେ ଅଛନ୍ତି ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଡିଏମ୍‌କେ, ବିଜେଡି, ଏମ୍‌ଏନ୍‌ଏସ୍‌ ଏବଂ ଏଏପି। ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ୯୬.୨୫୦୭ କୋଟି ମିଳିଥିବାବେଳେ ଡିଏମ୍‌କେକୁ ୮୦.୦୨ କୋଟି, ବିଜେଡିକୁ ୬୭ କୋଟି, ଏମ୍‌ଏନ୍‌ଏସ୍‌କୁ ୫.୭୭୩ କୋଟି ଏବଂ ଆମ୍‌ ଆଦ୍‌ମୀ ପାର୍ଟିକୁ ୫.୪ କୋଟି ଟଙ୍କା ମିଳିଛି। ଆଞ୍ଚଳିକ ଦଳଗୁଡ଼ିକର ମୋଟ ଆୟର ୪୭.୦୬ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଛି। ୨୦୦୪-୦୫ରୁ ୨୦୨୦-୨୧ ମଧ୍ୟରେ କଂଗ୍ରେସ ଏବଂ ଏନ୍‌ସିପି କୁପନ ବିକ୍ରିରୁ ୪,୨୬୧.୮୩ କୋଟି ଟଙ୍କା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?