ଯୋଗୀଙ୍କୁ ଭେଟିବା ପରେ ଶିବପାଲଙ୍କୁ ନେଇ ବଢୁଛି ଚର୍ଚ୍ଚା
ଲକ୍ଷ୍ନୌ,୩୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ଧରୁନି। ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ନଜର...
ବିହାର ରାଜନୀତିରେ ଟୁଇଷ୍ଟ: ନୀତିଶ କୁମାରଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା
ପାଟନା,୩୧।୩: ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ସଭା ଯିବାକୁ ଇଛା ପ୍ରକାଶ କରିବା ପରେ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ବିହାର ସରକାରରେ ଜେଡିୟୁର ସହଯୋଗୀ ଭାଜପା ମଧ୍ୟ...
‘୩ ମାସ ଭିତରେ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ’
ନୂଆଦିଲ୍ଲୀ,୩୧।୩: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ପରାଜୟ ପରେ ଦଳରେ ଜି୨୩ ନେତାଙ୍କ ସକ୍ରିୟତା ବୃଦ୍ଧି ପାଇଛି। ଜି୨୩ ନେତାମାନେ ଦଳର ନେତୃତ୍ୱ ଉପରେ କ୍ରମାଗତ ପ୍ରଶ୍ନ କରୁଛନ୍ତି।...
ଉତ୍ତରପୂର୍ବ ରାଜ୍ୟରୁ ହଟିଲା ଆଫ୍ସା
ନୂଆଦିଲ୍ଲୀ,୩୧।୩: ଦେଶର ଉତ୍ତରପୂର୍ବ ରାଜ୍ୟମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ନାଗାଲାଣ୍ଡ, ଆସାମ ଏବଂ ମଣିପୁର ଆଦି ଉତ୍ତରପୂର୍ବ ରାଜ୍ୟ ଉପରେ ଲଗାଯାଇଥିବା ବିବାଦୀୟ ସଶସ୍ତ୍ର ବଳ (ସ୍ବତନ୍ତ୍ର ଅଧିକାର) ଆଇନକୁ ହଟାଇ...
୮ ଆଇଏଏସ୍ ଅଧିକାରୀ ଦୋଷୀ ସାବ୍ୟସ୍ତ
ଭୋପାଳ,୩୧ା୩: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ କୋର୍ଟର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ହାଇକୋର୍ଟ ଏହି ସମସ୍ତ ଅଧିକାରୀଙ୍କୁ ଦୁଇ ସପ୍ତାହ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ଅଧିକାରୀମାନେ କୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ,...
କେଜ୍ରିୱାଲଙ୍କ ପ୍ରଶ୍ନ: ଭାଜପାଠାରୁ କ’ଣ ଶିଖିବେ ଦେଶର ଯୁବକ
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ତାଙ୍କ ସରକାରୀ ବାସଭବନରେ ହୋଇଥିବା ଆକ୍ରମଣକୁ ନେଇ ଗୁରୁବାର ମୁହଁ ଖୋଲିଛନ୍ତି। କେଜ୍ରିୱାଲ ଗୁରୁବାର ଭାଜପାକୁ ପ୍ରଶ୍ନ କରି କହିଛନ୍ତି, ଯଦି ଦେଶର ଶାସକ ଦଳ ଦିଲ୍ଲୀରେ ଏପରି...
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା
ହାଇଦ୍ରାବାଦ,୩୧।୩: ତେଲେଙ୍ଗାନାର ବିକାରାବାଦ ଜିଲାର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୨୦ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ୧୬ ବର୍ଷୀୟା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଗାଁର ଉପକଣ୍ଠରୁ ଜାନୁୟାରୀ...
‘ମଦ୍ୟପାନ କରୁଥିବା ଲୋକେ ମହାପାପି’
ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ରିଲିଫ ଯୋଗାଇ ଦେବ ନାହିଁ ବୋଲି ସେ ସ୍ପଷ୍ଟ...
ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ଏ.କେ ଆଣ୍ଟୋନିଙ୍କ ପରି ଅନେକ ଭେଟେରାନ ନେତା ଅଛନ୍ତି। ଏହା...
୨ ବର୍ଷରେ ୪୦ ହଜାର ଶିଶୁଙ୍କୁ ଯୌନ ନିର୍ଯାତନା…
ନୂଆଦିଲ୍ଲୀ, ୩୧।୩ : ଦେଶରେ ଶିଶୁ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଡିଏମକେ ନେତା ତିରୁଚି ଶିବ ରାଜ୍ୟ ସଭାରେ କହିଛନ୍ତି ଯେ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟରେ...
ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…
ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ...
ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇଲେ ରାମଦେବ
ନୂଆଦିଲ୍ଲୀ,୩୧।୩: ବର୍ଦ୍ଧିତ ତେଲ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଛନ୍ତି। ହରିୟାଣାର କର୍ନାଲଠାରେ ଆୟୋଜିତ ଏକ ଇଭେଣ୍ଟରେ ଜଣେ ଜର୍ନାଲିଷ୍ଟ ପତଞ୍ଜଳୀ ବ୍ରାଣ୍ଡ ଆମ୍ବାସାଡରଙ୍କ ଠାରୁ ବର୍ଦ୍ଧିତ ପେଟ୍ରୋଲ ଏବଂ...
Archives


