Posted inଜାତୀୟ

କେଜ୍‌ରିୱାଲଙ୍କ ପ୍ରଶ୍ନ: ଭାଜପାଠାରୁ କ’ଣ ଶିଖିବେ ଦେଶର ଯୁବକ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରଥମ ଥର ପାଇଁ ତାଙ୍କ ସରକାରୀ ବାସଭବନରେ ହୋଇଥିବା ଆକ୍ରମଣକୁ ନେଇ ଗୁରୁବାର ମୁହଁ ଖୋଲିଛନ୍ତି। କେଜ୍‌ରିୱାଲ ଗୁରୁବାର ଭାଜପାକୁ ପ୍ରଶ୍ନ କରି କହିଛନ୍ତି, ଯଦି ଦେଶର ଶାସକ ଦଳ ଦିଲ୍ଲୀରେ ଏପରି ଗୁଣ୍ଡାଗିରି କରନ୍ତି, ତେବେ ଏହା ଦେଶର ଯୁବକମାନଙ୍କୁ କେଉଁ ବାର୍ତ୍ତା ଦେବ? ଗତକାଲି ମୋ ଘର ଉପରେ ଆକ୍ରମଣ କରାଯାଇଥିଲା, ମୋ ଜୀବନ ମଧ୍ୟ ଦେଶ ପାଇଁ ସମର୍ପିତ। କିନ୍ତୁ ମୁଁ ନୁହେଁ, ଦେଶ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଗୁଣ୍ଡାଗିରି ଠିକ ନୁହେଁ। ଏପରି କଲେ ଦେଶ ଅଗ୍ରଗତି କରିବ କି? ନା ନା? ଆସନ୍ତୁ ସମସ୍ତେ ଦେଶ ପାଇଁ ଏକାଠି କାମ କରିବା।
ସେ ଆହୁରି କହିଛନ୍ତି, ଗୁଣ୍ଡାଗିର ଦେଶକୁ ଆଗକୁ ବଢାଇବ ନାହିଁ। ଯଦି ଦେଶକୁ ଏକବିଂଶ ଶତାବ୍ଦୀର ଭାରତ ହେବାକୁ ପଡ଼ିବ, ତେବେ ସମସ୍ତଙ୍କୁ ପ୍ରେମ ଏବଂ ସଦ୍‌ଭାବନା ସହିତ ଏକାଠି କାମ କରିବାକୁ ପଡ଼ିବ। ଯଦି ଦେଶର ସର୍ବବୃହତ ଦଳ ରାଜଧାନୀରେ ଏଭଳି ଗୁଣ୍ଡାଗିରି କାର୍ଯ୍ୟରେ ଜାରି ରହିବ, ତେବେ ଯୁବକମାନଙ୍କୁ ଏକ ଭୁଲ ବାର୍ତ୍ତା ଯିବ।
ସୂଚନାଯୋଗ୍ୟ, ଭାଜପା ବିଧାୟକମାନେ କଶ୍ମୀର ଫାଇଲ୍ସ ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। ଏହାର ଜବାବରେ କେଜ୍‌ରିୱାଲ ଦିଲ୍ଲୀ ବିଧାନସଭାରେ ଭାଜପାକୁ ତାଚ୍ଛଲ୍ୟ କରି ୟୁଟ୍ୟୁବରେ ଫିଲ୍ମକୁ ରିଲିଜ କଲେ ସମସ୍ତେ ମାଗଣା ଦେଖିପାରିବେ। ତେଣୁ ଟିକସ ମୁକ୍ତର କୌଣସି ଆବଶ୍ୟକ ନ ଥିବା ସେ କହିଥିଲେ। କେଜ୍‌ରିଓ୍ବାଲଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆଉ କିଛି ଲୋକଙ୍କୁ ଖୋଜୁଛି। ଏହି ଘଟଣାରେ ପୋଲିସର ୬ଟି ଟିମ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri