Posted inଜାତୀୟ

ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍‌ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍‌ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ ଏହା ଭାରତୀୟ ସମ୍ବିଧାନର ଅନୁରୂପ ହେବା ଜରୁରୀ।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇ ଥିବା ବିରୋଧରେ ଟୁଇଟର ବ୍ୟବହାରକାରୀଙ୍କ ଆବେଦନର ଜବାବରେ ଦାଖଲ କରାଯାଇଥିବା ଏକ ଆଫିଡେଭିଟରେ କେନ୍ଦ୍ର ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଆକାଉଣ୍ଟକୁ ନିଜେ ବନ୍ଦ କରିବା ଉଚିତ ନୁହେଁ କିମ୍ବା ଏହାକୁ ସବୁ କ୍ଷେତ୍ରରେ ନିଲମ୍ବନ କରିବା ଉଚିତ ନୁହେଁ। କେନ୍ଦ୍ର ସରକାର ବ୍ୟାଖ୍ୟା କରିଛନ୍ତି ଯେ ଏକ ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ପୂର୍ବ ସୂଚନା ଦେଇପାରେ ଏବଂ ନିର୍ଦ୍ଦିଷ୍ଟ ସୂଚନା କିମ୍ବା ପଦାର୍ଥର ଅପସାରଣ ପାଇଁ ଚେଷ୍ଟା କରିପାରିବ ଯାହା ଏହାର ନୀତି କିମ୍ବା ପ୍ରଯୁଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମକୁ ଉଲ୍ଲଂଘନ କରିଥାଏ।

ଯେଉଁଠାରେ ଉପଭୋକ୍ତା ଆକାଉଣ୍ଟର ଅଧିକାଂଶ ବିଷୟବସ୍ତୁ / ପୋଷ୍ଟ / ଟୁଇଟ୍‌ ଆପତ୍ତିଜନକ ସେ କ୍ଷେତ୍ରରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପକ୍ଷରୁ ସମସ୍ତ ସୂଚନା ବିଲୋପ କରିବାକୁ କିମ୍ବା ଆକାଉଣ୍ଟକୁ ବନ୍ଦ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଇପାରେ। ସରକାର କହିଛନ୍ତି ଯେ ସଂପୂର୍ଣ୍ଣ ଡି-ପ୍ଲାଟଫର୍ମିଂ (ଉପଭୋକ୍ତାଙ୍କୁ ପ୍ଲାଟଫର୍ମରୁ ହଟାଇବା) ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଏବଂ ୨୧ର ବିରୁଦ୍ଧ। ଯଦି କେବଳ କିଛି ଅଂଶ କିମ୍ବା ବିଷୟବସ୍ତୁ ଆପତ୍ତିଜନକ, ତେବେ ପ୍ଲାଟଫର୍ମ କେବଳ ଏହାକୁ ଅପସାରଣ କରିବା ପାଇଁ ଆନୁପାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ତେବେ ଗ୍ରାହକଙ୍କ ଆକାଉଣ୍ଟକୁ ନିଲମ୍ବନ କରିପାରିବେ ନାହିଁ ।

ଆଡଭୋକେଟ ମନୀଷ ମୋହନଙ୍କ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଦାଖଲ ହୋଇଥିବା ଏହି ଆଫିଡେଭିଟରେ କୁହାଯାଇଛି ଯେ ପ୍ଲାଟଫର୍ମ ନାଗରିକଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବା ଜରୁରୀ ଏବଂ ଆକାଉଣ୍ଟକ ବନ୍ଦ କରିବା ଉଚିତ ନୁହେଁ କିମ୍ବା ସମସ୍ତ ମାମଲାରେ ଉପଭୋକ୍ତା ଆକାଉଣ୍ଟକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିବା ଠିକ୍‌ ନୁହେଁ। ସମ୍ପୂର୍ଣ୍ଣ ସୂଚନା ହଟାଇବା କିମ୍ବା ଉପଭୋକ୍ତା ଆକାଉଣ୍ଟ ବନ୍ଦ କରିବା ଏକ ଶେଷ ପନ୍ଥା ହେବା ଉଚିତ ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସବୁବେଳେ ନ୍ୟାୟ ନୀତିର ଅନୁସରଣ କରି ଉପଭୋକ୍ତାଙ୍କୁ ବୁଝାଇବା ପାଇଁ ଯୁକ୍ତିଯୁକ୍ତ ସମୟ ଏବଂ ସୁଯୋଗ ପ୍ରଦାନ କରି ବ୍ୟବହାରକାରୀଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ...

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି...

ଅଗ୍ନିବୀର ଯୋଜନାକୁ ନେଇ ସରକାର ନେବେ ବଡ ନିଷ୍ପତ୍ତି? ରାଜନାଥ ଦେଲେ ସୂଚନା

ନୂଆଦିଲ୍ଲୀ,୨୮।୩: ଅଗ୍ନିବୀର ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ...

ଛିଣ୍ଡିଲା କଥା! ମହାମେଣ୍ଟରେ ସମାଧାନ ହେଲା ସିଟ ଶେୟାରିଂ ପ୍ରସଙ୍ଗ, କାଲି ଘୋଷଣା

ପାଟନା,୨୮।୩: ବିହାରରୁ ଏକ ବଡ ଖବର ଆସିଛି, ଯେଉଁଠାରେ ଗ୍ରାଣ୍ଡ ଆଲାଇନ୍ସରେ ସିଟ ବଣ୍ଟନ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହି ବିଷୟରେ...

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ ଲଢିବେ ନିର୍ବାଚନ

ମୁମ୍ବାଇ,୨୮।୩: ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ...

Video: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟ୍ରାକ୍‌ର ଝଲକ ଦେଖାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri