Posted inଜାତୀୟ

ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍‌ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍‌ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ ଏହା ଭାରତୀୟ ସମ୍ବିଧାନର ଅନୁରୂପ ହେବା ଜରୁରୀ।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇ ଥିବା ବିରୋଧରେ ଟୁଇଟର ବ୍ୟବହାରକାରୀଙ୍କ ଆବେଦନର ଜବାବରେ ଦାଖଲ କରାଯାଇଥିବା ଏକ ଆଫିଡେଭିଟରେ କେନ୍ଦ୍ର ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଆକାଉଣ୍ଟକୁ ନିଜେ ବନ୍ଦ କରିବା ଉଚିତ ନୁହେଁ କିମ୍ବା ଏହାକୁ ସବୁ କ୍ଷେତ୍ରରେ ନିଲମ୍ବନ କରିବା ଉଚିତ ନୁହେଁ। କେନ୍ଦ୍ର ସରକାର ବ୍ୟାଖ୍ୟା କରିଛନ୍ତି ଯେ ଏକ ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ପୂର୍ବ ସୂଚନା ଦେଇପାରେ ଏବଂ ନିର୍ଦ୍ଦିଷ୍ଟ ସୂଚନା କିମ୍ବା ପଦାର୍ଥର ଅପସାରଣ ପାଇଁ ଚେଷ୍ଟା କରିପାରିବ ଯାହା ଏହାର ନୀତି କିମ୍ବା ପ୍ରଯୁଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମକୁ ଉଲ୍ଲଂଘନ କରିଥାଏ।

ଯେଉଁଠାରେ ଉପଭୋକ୍ତା ଆକାଉଣ୍ଟର ଅଧିକାଂଶ ବିଷୟବସ୍ତୁ / ପୋଷ୍ଟ / ଟୁଇଟ୍‌ ଆପତ୍ତିଜନକ ସେ କ୍ଷେତ୍ରରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପକ୍ଷରୁ ସମସ୍ତ ସୂଚନା ବିଲୋପ କରିବାକୁ କିମ୍ବା ଆକାଉଣ୍ଟକୁ ବନ୍ଦ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଇପାରେ। ସରକାର କହିଛନ୍ତି ଯେ ସଂପୂର୍ଣ୍ଣ ଡି-ପ୍ଲାଟଫର୍ମିଂ (ଉପଭୋକ୍ତାଙ୍କୁ ପ୍ଲାଟଫର୍ମରୁ ହଟାଇବା) ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଏବଂ ୨୧ର ବିରୁଦ୍ଧ। ଯଦି କେବଳ କିଛି ଅଂଶ କିମ୍ବା ବିଷୟବସ୍ତୁ ଆପତ୍ତିଜନକ, ତେବେ ପ୍ଲାଟଫର୍ମ କେବଳ ଏହାକୁ ଅପସାରଣ କରିବା ପାଇଁ ଆନୁପାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ତେବେ ଗ୍ରାହକଙ୍କ ଆକାଉଣ୍ଟକୁ ନିଲମ୍ବନ କରିପାରିବେ ନାହିଁ ।

ଆଡଭୋକେଟ ମନୀଷ ମୋହନଙ୍କ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଦାଖଲ ହୋଇଥିବା ଏହି ଆଫିଡେଭିଟରେ କୁହାଯାଇଛି ଯେ ପ୍ଲାଟଫର୍ମ ନାଗରିକଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବା ଜରୁରୀ ଏବଂ ଆକାଉଣ୍ଟକ ବନ୍ଦ କରିବା ଉଚିତ ନୁହେଁ କିମ୍ବା ସମସ୍ତ ମାମଲାରେ ଉପଭୋକ୍ତା ଆକାଉଣ୍ଟକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିବା ଠିକ୍‌ ନୁହେଁ। ସମ୍ପୂର୍ଣ୍ଣ ସୂଚନା ହଟାଇବା କିମ୍ବା ଉପଭୋକ୍ତା ଆକାଉଣ୍ଟ ବନ୍ଦ କରିବା ଏକ ଶେଷ ପନ୍ଥା ହେବା ଉଚିତ ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସବୁବେଳେ ନ୍ୟାୟ ନୀତିର ଅନୁସରଣ କରି ଉପଭୋକ୍ତାଙ୍କୁ ବୁଝାଇବା ପାଇଁ ଯୁକ୍ତିଯୁକ୍ତ ସମୟ ଏବଂ ସୁଯୋଗ ପ୍ରଦାନ କରି ବ୍ୟବହାରକାରୀଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?