Posted inଜାତୀୟ

ଉତ୍ତରପୂର୍ବ ରାଜ୍ୟରୁ ହଟିଲା ଆଫ୍‌ସା

ନୂଆଦିଲ୍ଲୀ,୩୧।୩: ଦେଶର ଉତ୍ତରପୂର୍ବ ରାଜ୍ୟମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ନାଗାଲାଣ୍ଡ, ଆସାମ ଏବଂ ମଣିପୁର ଆଦି ଉତ୍ତରପୂର୍ବ ରାଜ୍ୟ ଉପରେ ଲଗାଯାଇଥିବା ବିବାଦୀୟ ସଶସ୍ତ୍ର ବଳ (ସ୍ବତନ୍ତ୍ର ଅଧିକାର) ଆଇନକୁ ହଟାଇ ଦିଆଯିବ।

ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ରମାଗତ ଉଦ୍ୟମ ଏବଂ ବିଭିନ୍ନ ଚୁକ୍ତି ଜରିଆରେ ଉତ୍ତରପୂର୍ବ ରାଜ୍ୟରେ ଉଗ୍ରବାଦର ଅନ୍ତ ଘଟିଛି ଏବଂ ଶାନ୍ତି ଫେରିବାକୁ ଯାଉଛି। ଉନ୍ନତ ସୁରକ୍ଷା ପରିସ୍ଥିତି ଏବଂ ବିକାଶର ଦ୍ରୁତ ଗତି ଯୋଗୁ ଏହା ସମ୍ଭବ ହୋଇପାରିଛି।

ଉଲ୍ଲେଖଯୋଗ୍ୟ, ସଶସ୍ତ୍ର ବଳ ସ୍ବତନ୍ତ୍ର ଅଧିକାର ଆଇନ (ଆଫସା) ସୁରକ୍ଷା ବଳକୁ ଯେକୌଣସି ସ୍ଥାନରେ ଅପରେଶନ କରିବାକୁ ଅନୁମତି ଦେଉଥିଲା। ଏହା ବଳରେ ବିନା କୌଣସି ଓ୍ବାରେଣ୍ଟରେ ଯେକୌଣସି ବ୍ୟକ୍ତି ଗିରଫ ମଧ୍ୟ କରାଯାଏ। ଉତ୍ତରପୂର୍ବ ଅଞ୍ଚଳରେ ଉଗ୍ରବାଦକୁ କାଉଣ୍ଟର କରିବା ପାଇଁ ସେନାକୁ ଏହି ଆଇନ ଦ୍ୱାରା ସ୍ବତନ୍ତ୍ର ଅଧିକାର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?