Posted inଜାତୀୟ

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ରିଲିଫ ଯୋଗାଇ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମହାତ୍ମା ଗାନ୍ଧୀ ମଦ୍ୟପାନକୁ ବିରୋଧ କରିଥିଲେ ଏବଂ ଯେଉଁମାନେ ଗାନ୍ଧୀଙ୍କ ନୀତି ବିରୋଧରେ ଚାଲୁଛନ୍ତି, ସେମାନେ ମହାପାପି। ମୋ ମତରେ ସେମାନେ ଭାରତୀୟ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମଦ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଜାଣିବା ପରେ ମଧ୍ୟ ଲୋକେ ବିଷାକ୍ତ ମଦ୍ୟପାନ କରୁଛନ୍ତି। ଏଣୁ ପରିଣାମ ଲାଗି ରାଜ୍ୟ ସରକାର ନୁହେଁ, ବରଂ ସେମାନେ ଦାୟୀ। ଏହା ସେମାନଙ୍କ ଭୁଲ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବୁଧବାର ବିହାର ବିଧାନସଭାରେ ମଦ ବ୍ୟାନ ଆଇନରେ ଏକ ସଂଶୋଧିତ ବିଲ ପାରିତ ହେଲା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ରାଜ୍ୟ ସରକାର ମଦ ବ୍ୟାନକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବାରୁ ବିହାରରେ ବାରମ୍ବାର ମଦ ମୃତ୍ୟୁ ଘଟଣା ଘଟୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର...

ଅର୍ଥ ବ୍ୟବସ୍ଥାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ମନମୋହନ

ମୁମ୍ବାଇ,୧୭।୧୦: ଦେଶର ଆର୍ଥିିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମହାରାଷ୍ଟ୍ରରେ ସେ ଯୋଗ ଦେଇଥିବା ଏକ...

ରାଜୌରି ଯିବେ ରାଜନାଥ

ନୂଆଦିଲ୍ଲୀ,୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ରାଜୌରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ନେତା କମାଣ୍ଡର ଓ ପ୍ରତିରକ୍ଷା ଅଧିକାରୀଙ୍କ...

ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି...

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ...

୭ରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେବେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୨୭ା୧୧: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ସକ୍ରିୟ ଭାବେ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ଖେଡାଠାରେ ଏକ ନିର୍ବାଚନୀ...

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର...

Advertisement
Archives

Model This Week