ଜାତୀୟ

ଗୁଜରାଟରେ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ

ରାଜକୋଟ,୨୪।୮: ଗୁଜରାଟରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଗଢ଼ିଲେ ରାଜ୍ୟର ୧୦ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ପ୍ରତିଶ୍ରୁତି ଦେଇଛନ୍ତି। ଭାବନଗର ଟାଉନହଲ୍‌ରେ ଏକ ସଭାକୁ ସମ୍ବୋଧିତ କରି ଏଏପି…

ନୁପୂରଙ୍କୁ ରାଜ୍‌ ଠାକ୍‌ରେଙ୍କ ସମର୍ଥନ

ମୁମ୍ବାଇ,୨୪।୮: ଏକ ନ୍ୟୁଜ୍‌ ଚ୍ୟାନେଲରେ ବିତର୍କ ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୂର ଶର୍ମାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ସମର୍ଥନ ଜଣାଇଛନ୍ତି। ନୁପୂର ତାଙ୍କ ମନରୁ…

ସେପ୍ଟେମ୍ବର ୧୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୨୪।୮(ବ୍ୟୁରୋ): ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ସେପ୍ଟେମ୍ବର ୧୩କୁ ଘୁଞ୍ଚତ୍ଛି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ…

ଜେଲ ଫେରିପାରନ୍ତି ୧୧ ଦୋଷୀ

ନୂଆଦିଲ୍ଲୀ,୨୪ା୮: ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡାଦେଶ ମାଫ କରିବା ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗୁଜରାଟ ସରକାରଙ୍କ ସ୍ବତନ୍ତ୍ର…

ମଙ୍ଗଳରେ ଜଳ ଥିବା ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ,୨୪।୮: ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଏକଦା ଜଳ ରହିଥିବା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲା। ତେବେ ଏହି ଜଳ ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ପ୍ରଥମ ଥର ପାଇଁ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପ୍ରକାଶ କରିଛି। ଫଳରେ ଭବିଷ୍ୟତରେ…

ଗଡ଼କରୀଙ୍କ କଡ଼ା ସମାଲୋଚନା, ସରକାର ଠିକ ସମୟରେ ନେଉ ନାହାନ୍ତି ନିଷ୍ପତ୍ତି…

ମୁମ୍ବାଇ, ୨୩।୮ : କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପୁଣିଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ ସରକାର ଠିକ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି ଏବଂ ଏହା ଏକ…

ସିଦ୍ଧାରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ୟେଦୁରପ୍ପା…

ବେଙ୍ଗାଲୁରୁ, ୨୩।୮ : କର୍ନାଟକରେ ଭାଜପାର ବରିଷ୍ଠ ନେତା ବି.ଏସ୍‌. ୟେଦୁରପ୍ପା ମଙ୍ଗଳବାର ମହୀଶୁରରେ ସାବରକର ରଥାଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିନାୟକ ଦାମୋଦର ସବରକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ।…

ବିଲ୍‌କିସ ବାନୋ ମାମଲାର ଅପରାଧୀଙ୍କୁ ଫୁଲମାଳରେ ସ୍ବାଗତ, ଫଡ଼ନଭିସ କହିଲେ ଏହା ଠିକ ନୁହେଁ…

ମୁମ୍ବାଇ, ୨୩।୮ : ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ଗଣ ବଳାତ୍କାର କରିଥିବା ଅପରାଧୀଙ୍କୁୂ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟଙ୍କ…

ମନୀଷ ସିସୋଡିଆଙ୍କ ଅଡୁଆ ଆହୁରି ବଢ଼ିଲା: ମନିଂ ଲଣ୍ଡରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ,୨୩।୮: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଅଡ଼ୁଆ। ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି ଘଟଣାରେ ସିବିଆଇ ମାମଲା ରୁଜୁ କରି ସିସୋଦିଆଙ୍କ ଘରେ…

ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କଲେ ବିଜୟ ସିହ୍ନା…

ପାଟନା, ୨୩।୮ : ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏହି ପଦରୁ ଇସ୍ତଫା ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ଯୋଗୁ ଯଦି ସେ ଇସ୍ତଫା…

ଏଲୋପାଥିକୁ ସମାଲୋଚନା ନେଇ ରାମଦେବଙ୍କୁ ତାଗିଦ୍‌ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୩।୮ : ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଲୋପାଥି ଏବଂ ଏଲୋପାଥିକ ଡାକ୍ତରଙ୍କୁ ସମାଲୋଚନା କରିଥିବାରୁ ସୁପ୍ରିମକୋର୍ଟ ରାମଦେବଙ୍କୁ କହିଛନ୍ତି ଯେ ସେ ଡାକ୍ତର ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀକୁ ଦାୟୀ କରିବା ଉଚିତ ନୁହେଁ। ଟିକାକରଣ…

ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା କ୍ଷେପଣାସ୍ତ୍ର, ୩ ବାୟୁସେନା ଅଧିକାରୀଙ୍କ ଚାକିରି ଗଲା…

ନୂଆଦିଲ୍ଲୀ, ୨୩।୮ : ପାକିସ୍ତାନରେ ଭୁଲରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଖସି ପଡିଥିଲା। ଏହି ଘଟଣାର ତଦନ୍ତ ପରେ ତିନିଜଣ ଅଧିକାରୀଙ୍କୁ ଦାୟୀ କରାଯାଇଛି। ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି। ବାୟୁସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri