Posted inଜାତୀୟ

ଉଜ୍‌ବେକିସ୍ତାନରେ ମୋଦି

ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଯୋଗଦେବା ଲାଗି ଗୁରୁବାର ଉଜ୍‌ବେକିସ୍ତାନର ସମରକନ୍ଦ ସହରରେ ପହଞ୍ଚିଛନ୍ତି। ଏସ୍‌ସିଓ ସମିଟ୍‌ରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସମେତ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୋଗଦେବେ। ଅନ୍ୟପକ୍ଷେ ୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଶୁକ୍ରବାର ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
ଏସ୍‌ସିଓ ସମିଟ୍‌ରେ ବିଭିନ୍ନ ଆଞ୍ଚଳିକ, ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ଉଜ୍‌ବେକିସ୍ତାନ ଗସ୍ତରେ ଯିବା ପୂର୍ବରୁ କହିଛନ୍ତି। ଏଥିସହିତ ସାଂଘାଇ ସହଯୋଗ ସଂଗଠନର ସମ୍ପ୍ରସାରଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ। ଏସ୍‌ସିଓରେ ବହୁବିଧ ସହଯୋଗ ବଢ଼ାଇବା ଉପରେ ସେ ମତ ବିନିମୟ କରିବେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ପରାସ୍ତ ହେବାପରେ କାନ୍ଦିଲେ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି

ଚଣ୍ଡିଗଡ,୨୫।୧୦: ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ନିର୍ବାଚନ ମୈଦାନରେ ଫେଲ୍‌ ମାରିବା ପରେ ଚିରାଚରିତ ଟିକ୍‌ଟକ୍‌ ଭିଡିଓ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ପରାଜୟ ପରେ...

ଅମରନାଥ ଯାତ୍ରା ନାଁରେ କଶ୍ମୀର ଲୋକଙ୍କୁ ହଇରାଣ କରା ନ ଯାଉ: ମେହବୁବା ମୁଫତି

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅମରନାଥ ଯାତ୍ରାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମରନାଥ ଯାତ୍ରାକୁ ମୁଁ...

ପିଏମ୍‌-କେୟାର୍ସକୁ ଦାନ କରିଛନ୍ତି ଚାଇନା କମ୍ପାନୀ: କଂଗ୍ରେସ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌)-ଭାରତରେ କରୋନା ମହାମାରୀ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଣ୍ଠି...

ସତ୍ୟପାଲ୍‌ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?

ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍‌ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ...

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ,୨୧।୧: ପାକିସ୍ତାନ ପକ୍ଷରୁ ଗୁରୁବାର ପୁଣି ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏହି...

୨ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ମାଓବାଦୀ

ନାଗପୁର,୨।୧୨: ମହାରାଷ୍ଟ୍ର ଗଡଚିରୋଲି ଗଁାରେ ମାଓବାଦୀ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଗଡଚିରୋଲିର ପୁରାସ୍ଲାଗୋନ୍ଧି ଗଁ।ରେ ୨ଜଣ ସାଧାରଣ...

ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର...

Advertisement
Archives

Model This Week