Posted inଜାତୀୟ

ସ୍ବତନ୍ତ୍ର ବିମାନରେ ଭାରତ ଆସିବେ ୮ ଚିତାବାଘ

ନୂଆଦିଲ୍ଲୀ,୧୫।୯: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଖାସ୍‌ ହେବାକୁ ଯାଉଛି। ଏହି ଦିନ ଦେଶରେ ବିଲୁପ୍ତ ୮ ଚିତାବାଘ ନାମ୍ବିଆରୁ ଭାରତ ଅଣାଯିବ। ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଚିତାଗୁଡ଼ିକୁ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନରେ ସ୍ବାଗତ କରିବେ।
୭୦ ବର୍ଷ ପରେ ନାମ୍ବିଆରୁ ୮ଟି ଚିତା ଆଣିବାକୁ ଯାଇଥିବା ସ୍ବତନ୍ତ୍ର ବିମାନକୁ ସୁନ୍ଦର ଚିତ୍ରରେ ସଜାଯାଇଛି। ବିମାନ ଆଗରେ ବାଘର ଏକ ଚିତ୍ର ଲଗାଯାଇଛି। ନାମ୍ବିଆରେ ଥିବା ଭାରତର ହାଇକମିଶନ ଟୁଇଟ୍‌ ଯୋଗେ ବିମାନର ଫଟୋ ଶେୟାର କରିଛନ୍ତି। ନାମ୍ବିଆରୁ ଜୟପୁରକୁ ପ୍ରଥମ ଚିତାବାଘକୁ ଅଣାଯିବ। ଏହା ପରେ ସେହି ଦିନ ହେଲିକପ୍ଟରକୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ଅଣାଯିବ।
ସୂଚନାଯୋଗ୍ୟ ଯେ, ଭାରତରେ ଚିତାବାଘ ସଂଖ୍ୟା ବଢାଇବା ପାଇଁ ଏକ ଦୀର୍ଘକାଳୀନ ଉଦ୍ୟମ ଚାଲିଛି। ଏହି କ୍ରମରେ, ୨୦୦୯ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଅନ୍ତର୍ଜାତୀୟ ଚିତା ବିଶେଷଜ୍ଞଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୦ରେ, ଚିତା ପୁନରୁଦ୍ଧାର ପାଇଁ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ସମଗ୍ର ଭାରତରେ ୧୦ଟି ସମ୍ଭାବ୍ୟ କ୍ଷେତ୍ର ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସମ୍ଭାବ୍ୟ ୧୦ଟି ସ୍ଥାନ ମଧ୍ୟରୁ କୁନୋ ଅଭୟାରଣ୍ୟ ସବୁଠାରୁ ଉପଯୁକ୍ତ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri