Posted inଜାତୀୟ

ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର: ଭାଜପା ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ

ନୂଆଦିଲ୍ଲୀ,୧୬।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଭାଜପାରେ ଯୋଗଦେବେ। ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଅମରିନ୍ଦର ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଏନେଇ ଦଳର ମୁଖପାତ୍ର ପ୍ରୀତପାଲ ସିଂ ବଲିଓ୍ବାଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିବେ।

୮୦ ବର୍ଷୀୟ ଅମରିନ୍ଦର ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପରେ ସେ ପଞ୍ଜାବ ଲୋକ କଂଗ୍ରେସ ଦଳ(ପିଏଲ୍‌ସି) ଗଠନ କରିଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ଅମରିନ୍ଦରଙ୍କ ଦଳ ଶୋଚନୀୟ ପରାଜୟ ହୋଇଥିଲା। ବର୍ତ୍ତମାନ ସେ ଭାଜପାରେ ମିଶିବା ନେଇ ସ୍ଥିର ହୋଇଛି। ଏପରିକି ଦଳର ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ଏମ୍‌ପି ମଧ୍ୟଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏପରି କି ଅମରିନ୍ଦରଙ୍କ ପୁଅ ରଣୀନ୍ଦର ସିଂ, ଝିଅ ଜୟୀଇନ୍ଦର କୌର, ନାତି ନିର୍ବାଣ ସିଂ ମଧ୍ୟ ଭାଜପାରେ ଯୋଗଦେବେ ବୋଲି ଆଶା କରାଯାଉଛି। ଅମରିନ୍ଦର ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ସେଠାରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri