Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ରହିଛି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି। ସେପଟେ ଭାଜପାର ତାମିଲନାଡୁ ୟୁନିଟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।
ଏଠାରେ ମୋଦିଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାମାନଙ୍କୁ ସୁନା ମୁଦି ଦେବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ, ଏହି ଦିନ ୭୨୦ କିଲୋଗ୍ରାମ ମାଛ ବଣ୍ଟନ କରିବାର ଯୋଜନା ମଧ୍ୟ ଅଛି।
ପିଲାମାନଙ୍କୁ ଏକ ସୁନା ମୁଦି ପ୍ରାୟ ଦୁଇ ଗ୍ରାମ ହେବ, ଯାହାର ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ହେବ। ଚେନ୍ନାଇର ଆରଏସଆରଏସ୍‌ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କୁ ସୁନା ମୁଦି ଦିଆଯିବ ବୋଲି ଚୟନ କରାଯାଇଛି। ଶନିବାର ଏହି ଡାକ୍ତରଖାନାରେ ୧୫ ରୁ ୨୦ ଶିଶୁ ଜନ୍ମ ହେବେ। ୭୨୦ କିଲୋଗ୍ରାମ ମାଛ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀକୁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାଜପା ଆଶ୍ୱସ୍ତ, ବିଜୟୀ ଘୋଷଣା ହେବା ପରେ ସାରା ଦେଶର ଆଦିବାସୀ ଗାଁରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ପ୍ରକାର ଆଶ୍ୱସ୍ତ ରହିଛି । ଯେମିତି...

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ...

ଏମ୍ସରେ ଭର୍ତ୍ତି ହେବେ ଲାଲୁ: ଫୁସ୍‌ଫୁସ୍‌ରେ ଜମିଛି ପାଣି!

ରାଞ୍ଚି,୨୩ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଅବନତି ଦେଖାଯାଇଛି ।...

ଦେଶରେ ରୂପ ବଦଳାଇ ନାହିଁ କରୋନା ଭାଇରସ ତେଣୁ ସତର୍କତା ଜରୁରୀ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୧୦: ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ କହିଛନ୍ତି ଏବେବି ଦେଶରେ...

୧୫୦ ଦିନରେ ଶେଷ ହେବ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ,୧୦।୮: ଭୟ ଓ ଅସମାନତା ମୁକ୍ତ ରାଜନୀତି ଓ ଏକ ବିକଳ୍ପ ଶାସନ ଲାଗି ସେପ୍ଟେମ୍ବର ୭ରୁ କଂଗ୍ରେସ ଦଳ ଦେଶବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ର...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

୩୭୦ ମୃତ୍ୟୁରେ କଶ୍ମୀରୀଙ୍କ ଆଶାର ଜନ୍ମ

ନୂଆଦିଲ୍ଲୀ,୯।୮(ଆଇଏଏନ୍‌ଏସ୍‌):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ ଶ୍ମଶାନ ନୀରବତା ଛାଇଯାଇଥିବାବେଳେ ଏକ ଚାପା ଉତ୍ତେଜନା ଲାଗିରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁ...

ମୋଦିଙ୍କ ହୃଦୟରେ ଅଛି ଜମ୍ମୁ-କଶ୍ମୀର: ଅମିତ ଶାହା

ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ...

Advertisement
Archives

Model This Week