ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ଔଷଧ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଅଛି। ଭାରତକୁ ଏକ ଉତ୍ପାଦନ ହବ୍‌ କରିବା ପାଇଁ ପ୍ରୟାସ କରୁଛି। ତେବେ ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ୧୦ଟି ବଡ଼ କଥା କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

୧. ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କରୋନା ମହାମାରୀକୁ ଦୂର କରୁଛି। କରୋନା ଏବଂ ୟୁକ୍ରେନ ସଙ୍କଟ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ସୃଷ୍ଟି କରିଛି। ଆମେ ଭାରତକୁ ଏକ ଉତ୍ପାଦନ ହବ୍‌ରେ ପରିଣତ କରିବାକୁ ଚାହୁଁଛୁ।

୨. ଆମେ ଲୋକମାନଙ୍କୁ କେନ୍ଦ୍ରିତ ବିକାଶ ମଡେଲ ଉପରେ ଧ୍ୟାନ ଦେଉଛୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ନବସୃଜନକୁ ସମର୍ଥନ କରୁଛୁ। ଆଜି ଆମ ଦେଶରେ ୭୦୦୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ ଏବଂ ୧୦୦ରୁ ଅଧିକ ୟୁନିକର୍ନ ଅଛି।

୩. ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମୁଁ ଖୁସି ଯେ, ଆମର ଅର୍ଥନୀତି ଦୁନିଆର ସବୁଠୁ ବଡ଼।

୪. ଭାରତର ସଫଳତାର କାହାଣୀରୁ ଧାରଣା ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ ଅନ୍ୟ ଏସ୍‌ସିଓ ସଦସ୍ୟ ଦେଶମାନଙ୍କୁ ନିଜ ଉଦ୍ୟମରେ ସାହାଯ୍ୟ କରିବ।

୫. ଭାରତ ଆଜି ବିଶ୍ୱର ଚିକିତ୍ସା ଏବଂ ସ୍ବାସ୍ଥ୍ୟ ପର୍ଯ୍ୟଟନ ପାଇଁ ସବୁଠାରୁ ସୁଲଭ ସ୍ଥାନରେ। ଏପ୍ରିଲ ୨୦୨୨ରେ ଗୁଜୁରାଟରେ ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ ସେଣ୍ଟର ଫର୍‌ ଟ୍ରାଡିଶନାଲ ମେଡିସିନ ଉଦ୍‌ଘାଟନ ହୋଇଥିଲା।

୬. ବିଶ୍ୱ ଆଜି ଆଉ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି। ଆମ ନାଗରିକଙ୍କ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଆମର ବଡ଼ ଦାୟିତ୍ୱ। ଏହି ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଚାଷକୁ ପ୍ରୋତ୍ସାହିତ କରିବା।

୭. ବିଶ୍ୱର ଅନେକ ସ୍ଥାନରେ ହଜାର ହଜାର ବର୍ଷ ଧରି ଏହା ଚାଷ କରାଯାଉଛି। ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଏହା ଏକ ପାରମ୍ପରିକ, ପୁଷ୍ଟିକର ଏବଂ ସ୍ବଳ୍ପ ମୂଲ୍ୟର ବିକଳ୍ପ।

୮. ୨୦୨୩ ବର୍ଷକୁ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ବର୍ଷ ଭାବରେ ପାଳନ କରାଯିବ। ଆମେ ଏସ୍‌ସିଓ ଅଧୀନରେ ଏକ ‘ମିଲେଟ ଫୁଡ୍‌ ଫେଷ୍ଟିଭାଲ’ ଆୟୋଜନ କରିବାକୁ ଚିନ୍ତା କରିବୁ।

୯. ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସମେତ ସାଂଘାଇ ସହଯୋଗ ସଂଗଠନର ଅନ୍ୟ ସଦସ୍ୟଙ୍କ ସହ ଅଂଶଗ୍ରହଣ କରିଛନ୍ତି।

୧୦. ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri