Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଝଟକା, କୋର୍ଟ କହିଲେ ୩ ମାସ ମଧ୍ୟରେ ନିଜେ ହଟାନ୍ତୁ ଅବୈଧ ନିର୍ମାଣ ନଚେତ…

ନୂଆଦିଲ୍ଲୀ,୨୬ ।୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଝଟକା ଲାଗିଛି । କୋର୍ଟ କେନ୍ଦ୍ରମନ୍ତ୍ରୀଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ‘ଆଦିଶ ବଙ୍ଗଳା’ରେ କଥିତ ଭାବେ ଅନଧିକୃତ ନିର୍ମାଣକୁ ଭାଙ୍ଗିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରୋକିବାକୁ ଆବେଦନ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନାରାୟଣ ରାଣେ ଆସନ୍ତା ୨ ମାସ ମଧ୍ୟରେ ନିଜେ ଅବୈଧ ନିର୍ମାଣକୁ ଭାଙ୍ଗିବେ । ଏମିତି ନ କଲେ ବୃହାନମୁମ୍ବାଇ ମହାନଗର ପାଳିକା କୋଠାକୁ ଭାଙ୍ଗିଦେବ ।

ଆରଟିଆଇ ଆକ୍ଟିଭିଷ୍ଟ ସନ୍ତୋଷ ଦୌଂଡକର ବିଏମସିରେ ଅଭିଯୋଗ କରିଥିଲେ କି ନାରାୟଣ ରାଣେଙ୍କ ବଙ୍ଗଳାରେ ଅନଧିକୃତ ନିର୍ମାଣ କରାଯାଇଛି । ବିଏମସି ଜୁହୁ ସ୍ଥିତ ଅଦିଶା ବଙ୍ଗଳାକୁ ଧାରା ୩୫୧(୧)ର ନୋଟିସ ଜାରି କରି କୁହାଯାଇଥିଲା କି କେନ୍ଦ୍ର ମନ୍ତ୍ରୀ ଅନଧିକୃତ ନିର୍ମାଣ କରିଛନ୍ତି । ଏହାପରେ ବିଏମସି ଅଧିକାରୀ ତାଙ୍କୁ ପ୍ରମାଣ କରିବାକୁ କହିଥିଲେ କି ବଙ୍ଗଳାରେ କରାଯାଇଥିବା ପରିବର୍ତ୍ତନ ସ୍ୱୀକୃତ କରାଯାଇଥିବା ନକ୍ସା ଅନୁସାରେ କରାଯାଇଛି । ଏହାପରେ ରାଣେ ସମସ୍ତ ଦସ୍ତାବିଜ ନଗର ପାଳିକାକୁ ଦେଖାଇଥିଲେ ହେଲେ ବିଏମସି ତାଙ୍କ ଜବାବରେ ସନ୍ତୁଷ୍ଟ ହୋଇ ନ ଥିଲା ଓ ପରେ ତାଙ୍କୁ ପୁଣି ନୋଟିସ ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ...

ନବନୀତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ,୭।୧୧: ନକଲି ଜାତି ପ୍ରମାଣପତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ...

ଅସ୍ତିତ୍ୱରେ ରହିଛି ଏକତା, ଆମେ ଅହିଂସାର ଉପାସକ, ଦୁର୍ବଳତାର ନୁହେଁ, କହିଲେ ମୋହନ ଭାଗଓ୍ବତ…

ନାଗପୁର, ୧୪।୮ : ମହାରାଷ୍ଟ୍ରର ନାଗପୁରରେ ରବିବାର ଅନୁଷ୍ଠିତ ଉତିଷ୍ଠ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭଗଓ୍ବତ ଯୋଗ କହିଛନ୍ତି ଯେ...

ଓଲଟିଲା ସ୍କୁଲ୍‌ ବସ୍‌: ୧୮ ଆହତ

ବେଙ୍ଗାଲୁରୁ,୧୫।୧୨: କର୍ନାଟକର ଶିବମୋଗ୍ଗା ଜିଲା ସାଗର ତାଲୁକର ତୁମାରି ନିକଟ ଭାକ୍କୋଡିରେ ଏକ ସ୍କୁଲ୍‌ ବସ୍‌ ଓଲଟି ପଡିଛି। ଫଳରେ ୧୮ ଜଣ ଛାତ୍ର ଏବଂ...

ସୁପ୍ରିମକୋର୍ଟରୁ ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି: ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତରିତ

ନୂଆଦିଲ୍ଲୀ,୧୦।୮: ନିଲମ୍ବିତ ଭାଜପା ନେତା ନୂପୁର ଶର୍ମାଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ...

ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା...

‘ଇଦ୍‌-ଉଲ୍‌-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍‌-ଉଲ୍‌-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା...

ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା...

Advertisement
Archives

Model This Week