ଜାତୀୟ

ତ୍ରିପୁରାରେ ଭାଜପାକୁ ଝଟ୍‌କା

ଅଗରତାଲା,୨୩।୯: ତ୍ରିପୁରାରେ ଭାଜପାକୁ ଏକ ଝଟ୍‌କା ଲାଗିଛି। ରାଜ୍ୟର କାର୍ବୁକ ବିଧାନସଭାର ବିଧାୟକ ବୁର୍ବା ମୋହନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଟିପ୍ରା ମୋଥା ପାର୍ଟିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ବୁର୍ବା ମୋହନ ତ୍ରିପୁରା ବିଧାନସଭା ସଦସ୍ୟତାରୁ ଇସ୍ତଫା…

ଉଦ୍ଧବ ଗୋଷ୍ଠୀଙ୍କ ବଡ଼ ବିଜୟ: ଶିବାଜୀ ପାର୍କରେ ଦଶହରା ରାଲିକୁ ମିଳିଲା ଅନୁମତି

ମୁମ୍ବାଇ,୨୩।୯: ମହାରାଷ୍ଟ୍ରରେ ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ବିଜୟ ମିଳିଛି। ହାଇକୋର୍ଟ ଠାକରେଙ୍କ ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହରା ରାଲି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି…

ମୁଖ୍ୟମନ୍ତ୍ରୀ ରେସ୍‌ରେ ଏହି ୨ନେତା

ଜୟପୁର,୨୩।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଏବେ ରାଜନୀତି ସରଗରମ ହୋଇଛି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହି ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଦୌଡ଼ରେ ଆଗରେ ରହିଛନ୍ତି। ଇତିମଧ୍ୟରେ ଶୁକ୍ରବାର ସେ…

ଡାକ୍ତର ଏମ ଶ୍ରୀନିବାସ ଏମ୍ସର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୩ ।୯: ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ସବୁଠାରୁ ବଡ ଚିକିତ୍ସା ସଂସ୍ଥା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ)କୁ ନୂଆ ନିର୍ଦ୍ଦେଶକ ମିଳିଛନ୍ତି । ଡାକ୍ତର ଏମ. ଶ୍ରୀନିବାସ, ଡିନ, ଇଏସଆଇସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହାଇଦ୍ରାବାଦରେ…

ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୫ବର୍ଷ କାରାଦଣ୍ଡ

ଲକ୍ଷ୍ନୌ,୨୩।୯: ବାହୁବଳୀ ମୁଖତାର ଅନସାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜେଲରଙ୍କୁ ଧମକାଇବା ମାମଲାରେ ବୁଧବାର ୭ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବର୍ତ୍ତମାନ ମୁଖତାର ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩ଦିନ ମଧ୍ୟରେ ମୁଖତାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ…

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ ବିକ୍ରି କରିଦିଆଯାଇଥିଲା। ସ୍କଟଲାଣ୍ଡର ଗ୍ଲାସ୍‌ଗୋ ମ୍ୟୁଜିୟମଗୁଡ଼ିକୁ ପରିଚାଳନା କରୁଥିବା ଗ୍ଲାସ୍‌ଗୋ ଲାଇଫ୍‌ ପକ୍ଷରୁ ଭାରତକୁ…

କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରାର୍ଥିଙ୍କୁ ନେଇ କୌଣସି ଟିପ୍ପଣି କରା ନ ଯାଉ, କଂଗ୍ରେସ ପ୍ରବକ୍ତାଙ୍କୁ ଦଳର ପରାମର୍ଶ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଖୁବ ଟଣାଭିଡା ଲାଗି ରହିଛି । ଏବେ ସ୍ପଷ୍ଟ ହୋଇଛି କି ଏହି ନିର୍ବାଚନରେ ରାହୁଲ ଗାନ୍ଧୀ ଭାଗ ନେଉ ନାହାନ୍ତି । ଏହାସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି…

ଭାଜପାକୁ ଧୋକା ଦେଇ ଲାଲୁଙ୍କ କୋଳରେ ବସିଛନ୍ତି ନୀତୀଶ: ଅମିତ ଶାହା

ପାଟନା,୨୩।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିହାରର ପୁର୍ନିଆ ଜିଲାରେ ‘ଜନ ଭାବନ ମହାସଭା’କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ଗ୍ରାଣ୍ଡ ଆଲାଇନ୍ସକୁ ମଧ୍ୟ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, ତାଙ୍କ ଗସ୍ତ ଯୋଗୁ ଲାଲୁ…

ହରତାଳରେ ହିଂସାକାଣ୍ଡ: ବସ୍‌ କାଚ ଭଙ୍ଗାରୁଜା, ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୩।୯: ରାଷ୍ଟ୍ରୀୟ ଏଜେନ୍ସି ଏନ୍‌ଆଇଏ ଏବଂ ଇଡି ଚଢ଼ାଉ ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଗୁରୁବାର ସାରା କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟକୁ ବିରୋଧ କରି ସଂଗଠନ ପକ୍ଷରୁ କେରଳରେ ଶୁକ୍ରବାର…

ଟ୍ରାକ୍ଟର ତଳେ ଚାପି ହୋଇ ୬ ମାସ ଶିଶୁର ମୃତ୍ୟୁ

ମୁମ୍ବାଇ,୨୩।୯: ମହାରାଷ୍ଟ୍ରର ରାଜଗୁରୁନଗର ଅଞ୍ଚଳର ପୁଣେ-ନାଶିକ ରାଜପଥରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ୬ ମାସର ଶିଶୁର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏକ ବାଇକ୍‌ ଯୋଗେ ଜଣେ ବ୍ୟକ୍ତି ଏବଂ…

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୩।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୯୧୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

ଅକ୍ଟୋବର ୧୮ରେ ୬ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ,୨୩।୯: ମୁମ୍ବାଇ ବିମାନବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଅକ୍ଟୋବର ୧୮ରେ ମୁମ୍ବାଇ ଏୟାରପୋର୍ଟ ବନ୍ଦ ରହିବ। ସୂଚନା ମୁତାବକ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଅକ୍ଟୋବର ୧୮ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri