Posted inଜାତୀୟ

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ର, ସିବିଆଇ, ଆରବିଆଇକୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀ ସୁବ୍ରମଣ୍ୟମ ସ୍ବାମୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏଥିରେ ଲୋକଙ୍କର ଟଙ୍କା ଅନ୍ତର୍ଭୁକ୍ତ ରହିଛି। ଏହା ଦେଶର ନାଗରିକ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ୧୯୯୭ରେ ଅଦାଲତ ଏହା ଉପରେ ବିଚାର କରିଥିଲେ।

ଏହା ସ୍ପଷ୍ଟ ଭାବେ ଆବେଦନ କରାଯାଇଛି ଯେ ଋଣଦିଆଯିବା ଉଚିତ କି ନୁହେଁ ତାହା ସ୍ଥିର କରିବାରେ ଆରବିଆଇର ନୀତିର କିଭଳି ଭୂମିକା ଗ୍ରହଣ କରାଯାଇଛି। ଏପରିକି ଗୀତାଞ୍ଜଳି ଏବଂ ବିଜୟ ମାଲ୍ୟା ମାମଲାରେ ମଧ୍ୟ ସିବିଆଇ ଆରବିଆଇକୁ ସାମିଲ କରି ନଥିଲେ। ସିବିଆଇ ହେଉ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷ, ସେହି ସମସ୍ତ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ଉଚିତ ଯେଉଁମାନେ ଋଣ ବଣ୍ଟନ ପ୍ରକ୍ରିୟାରେ ଥିଲେ। ସେମାନେ ନିର୍ଦ୍ଦେଶକ ବୋର୍ଡର ପୂର୍ଣ୍ଣ ସଦସ୍ୟ ଏବଂ ଯଦି ସେମାନେ ଦୋଷୀ ତେବେ ଆରବିଆଇର ପ୍ରତିନିଧୀଙ୍କର ମଧ୍ୟ ଯାଞ୍ଚ୍‌ କରାଯିବା ଉଚିତ। ସିବିଆଇ ଦ୍ୱାରା ତଦନ୍ତ ନକରିବା ଆଇନର ଉଲ୍ଲଂଘନ।

ଏଥି ସହିତ ଜଷ୍ଟିସ ବିଆର ଗଭାଇ କହିଛନ୍ତି, କିନ୍ତୁ ଯଦି ସିବିଆଇ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ ନକରନ୍ତି, ତେବେ ତାଙ୍କୁ ଅଭିଯୁକ୍ତ କରାଯାଇପାରିବ କି? ଅନ୍ୟ ନିର୍ଦ୍ଦେଶକଙ୍କ ପାଇଁ ଯାଞ୍ଚର ସ୍ତର କ’ଣ? ଆମେ ତାହାର ବିଚାର କରିବୁ ।

ଆରବିଆଇ ଅଧିକାରୀଙ୍କ ସରକାରୀ କାର୍ଯ୍ୟ ସମ୍ପାଦନ କରିବାରେ ହୋଇଥିବା ବେଆଇନ ଘଟଣାର ଯାଞ୍ଚ ପାଇଁ ସିବିଆଇକୁ ନିର୍ଦ୍ଦେଶ ମାଗିଥିବା ସୁପ୍ରିମକୋର୍ଟ ଏକ ଆବେଦନ ଶୁଣାଣି କରୁଛନ୍ତି। ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏହି ଆବେଦନରେ ବିଭିନ୍ନ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବର୍ଷ ବର୍ଷ ଧରି ଘଟିଥିବା ବହୁ ଶହ କୋଟି ଟଙ୍କାର ସ୍କାମରେ ଆରବିଆଇ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏହି ଦୁର୍ନୀତି ଯୋଗୁଁ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି ବୋଲି ଆବେଦନରେ ଦର୍ଶାଯାଇଛି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ରହିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri