Posted inଜାତୀୟ

ଦେଶର ୫୦ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୭।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ନଭେମ୍ବର ୯ରେ ସେ ଶପଥ ଗ୍ରହଣ କରିବା ସହ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ଚନ୍ଦ୍ରଚୂଡ ଦେଶର ୫୦ତମ ପ୍ରଧାନ ବିଚାରପତି ଭୋବେ ବିବେଚିତ ହେବେ। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର୧୦ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଅକ୍ଟୋବର ୧୧ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ। ତେବେ ସୋମବାର କେନ୍ଦ୍ର ତାଙ୍କ ନାମକୁ ମଞ୍ଜୁରି ପ୍ରଦାନ କରିଛି। ସୂଚନାଯୋଗ୍ୟ, ୧୯୫୯ ନଭେମ୍ବର ୧୧ରେ ଜନ୍ମ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ମଧ୍ୟ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଳାଇଛନ୍ତି। ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦୀର୍ଘ ସମୟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ୧୯୭୮ ରୁ ୧୯୮୫ ପର୍ଯ୍ୟନ୍ତ ଅଥାତ୍‌ ଦୀର୍ଘ ୭ବର୍ଷ ପାଇଁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ।
ଅନ୍ୟପଟେ ୨୦୧୬ରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପୂର୍ବରୁ ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ବିଚାରପତି ଭାବେ ତାଙ୍କର ପ୍ରଥମ ନିଯୁକ୍ତି ୨୦୦୦ମସିହାରେ ବମ୍ବେ ହାଇକୋର୍ଟରେ ହୋଇଥିଲା। ଏହାପୂର୍ବରୁ ସେ ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ...

ଆଜି କ୍ୟାବିନେଟ ବୈଠକ, ମହଙ୍ଗା ଭତ୍ତା ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୩: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଦିଆଯାଏ। ସରକାରୀ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ଏବଂ ଜୁଲାଇ ପହିଲାରେ...

କଶ୍ମୀର ପଣ୍ଡିତଙ୍କ ବିନା ପୂର୍ଣ୍ଣ ନୁହେଁ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୫।୮: ଶେର-ଇ-କଶ୍ମୀର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କଶ୍ମୀର ପଣ୍ଡିତଙ୍କ ବିନା ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ...

ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…

ନୂଆଦିଲ୍ଲୀ, ୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ନୂପୁର ଶର୍ମା ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିନ୍ଦା ଦେଇଛନ୍ତି। ଟିଭିରେ ସେ...

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା...

ଜମାଟ ବାନ୍ଧିଲା ୧୦୦୦ କରୋନା ଟିକା, ନଷ୍ଟ ହୋଇଥିବା ଆଶଙ୍କା

ସିଲଚର୍‌, ୨୦।୧: ହସ୍ପିଟାଲରେ ୧୦୦୦ କରୋନା ଟିକା ଜମାଟ ବାନ୍ଧି ଯାଇଛି। ଶୂନ ଡିଗ୍ରୀ ତାପମାତ୍ରାରେ ଟିକାକୁ ନ ରଖାଯିବାରୁ ଏଭଳି ହୋଇଥିବା କୁହାଯାଉଛି। ଆସାମର...

‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’

ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...

Advertisement
Archives

Model This Week