Posted inଜାତୀୟ

ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍‌ ଅଫିସର ନିଲମ୍ବିତ

ନୂଆଦିଲ୍ଲୀ,୧୭।୧୦: ଏକ ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ନିଲମ୍ବନ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି। ୧୯୯୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସରଙ୍କ ନାମରେ ଏତଲା ଦାଏର ହୋଇଛି। ଚଳିତବର୍ଷ ଏପ୍ରିଲ ଓ ମେ’ ମାସରେ ଜିତେନ୍ଦ୍ର ନାରାୟଣ, ଆର୍‌ଏଲ୍‌, ରିଷି ଓ ଅନ୍ୟ ଜଣେ ଅଫିସର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଆଣ୍ଡାମାନ ନିକୋବର ପୋଲିସଠାରୁ ରିପୋର୍ଟ ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ...

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି

ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ...

ଚାଇନିଜ୍‌ ମାଞ୍ଜା ପକ୍ଷୀଙ୍କ ସ୍ବାଧୀନତାରେ ସାଜିଛି ବାଧକ, ୧୫ ଦିନରେ ୨୭୭ ଉଦ୍ଧାର, ୪୦୦ରୁ ଅଧିକଙ୍କର କଟିଛି ଡେଣା-ବେକ-ଗୋଡ଼…

ନୂଆଦିଲ୍ଲୀ, ୧୮।୮ : ଦେଶର ରାଜଧାନୀରେ ଚାଇନାର ମାଞ୍ଜ କେବଳ ମଣିଷଙ୍କୁ ନୁହେଁ, ବିଦେଶରୁ ଆସୁଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀରେ...

ଭାଜପାର ନିର୍ବାଚନୀ ଥୋପ: ଚାଷୀଙ୍କ ଖାତାକୁ ୨୦୦୦

ନୂଆଦିଲ୍ଲୀ,୧।୪: ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭୋଟରଙ୍କୁ ହାତେଇବା ଲାଗି...

କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର

ନୂଆଦିଲ୍ଲୀ, ୨୨।୬: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...

କାମ ଦେଲା ମୋଦି-ଶାହଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ରିକ୍ସା ଚାଳକଙ୍କ ଘରେ ତଳେ ବସି ଭୋଜନ କଲେ ସ୍ବରାଷ୍ଟମନ୍ତ୍ରୀ

କୋଲକାତା,୭।୪: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଏବେ ସରଗରମ ରହିଛି। ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ପ୍ରଚାର ପାଇଁ...

Advertisement
Archives

Model This Week