ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ମନ୍ତ୍ରୀ

ଜୟପୁର,୧୮।୧୦: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସାଦି ଲାଲ ମୀନା ପୁଣି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଲାଲସୋଟ ସହରର…

୨୫ ବର୍ଷ ପରେ ଭାରତରେ ଇଣ୍ଟରପୋଲ ମହାସଭା, ମୋଦି କରିବେ ଉଦ୍‌ଘାଟନ, ପାକ ସମେତ ୧୯୫ ଦେଶ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ୯୦ତମ ଇଣ୍ଟରପୋଲ ମହାସଭାର ଉଦ୍‌ଘାଟନ କରିବେ । ଏହାପରେ ମୋଦି ମହାସଭାରେ ଭାଗ ନେଇଥିବା ୧୯୫ ଦେଶର ପ୍ରତିନିଧିଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପାକିସ୍ତାନୀ…

ପାକିସ୍ତାନ ଡ୍ରୋନକୁ ଖସାଇଲେ ଭାରତୀୟ ଯବାନ

ଅମୃତସର.୧୮।୧୦: ପଞ୍ଜାବର ଅମୃତସର ସେକ୍ଟର ସୀମାରୁ ପ୍ରବେଶ କରିଥିବା ଏକ ପାକିସ୍ତାନ ଡ୍ରୋନକୁ ଭାରତୀୟ ସୈନିକମାନେ ତଳକୁ ଖସାଇଛନ୍ତି। ଏହି ଡ୍ରୋନରୁ ଡ୍ରଗ ପ୍ୟାକେଟ ଜବତ କରାଯାଇଛି। ବିଏସଏଫ ଯବାନମାନେ ଅମୃତସରର ଛାନା ଗ୍ରାମ ନିକଟରେ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଡ୍ରୋନ୍‌ଟି…

ଅଯୋଧ୍ୟା ଯିବେ ମୋଦି, ରାମଲଲା ବିରାଜମାନଙ୍କ ଦର୍ଶନ ସହ ସରଜୁ ଘାଟ ଆଳତୀ-ଦିପୋତ୍ସବରେ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଚଳିତବର୍ଷ ବି ଦିପୋତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଅଯୋଧ୍ୟାରେ ୨୩ ଅକ୍ଟୋବରରେ ଦିପୋତ୍ସବ କାର୍ଯ୍ୟକ୍ରମ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହା ବ୍ୟତୀତ…

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ରାଣ୍ଡ୍‌ରେ ସମସ୍ତ ସବ୍‌ସିଡିଯୁକ୍ତ ୟୁରିଆ ସାର ଉପଲବ୍ଧ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ…

୨୩୦ ସ୍ପିଡ୍‌ରେ କାର୍‌ ଚଳାଇ ଲାଇଭ୍‌ ଭିଡିଓ

ଲକ୍ଷ୍ନୌ, ୧୮ା୧୦: ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ବିଏମ୍‌ଡବ୍ଲ୍ୟୁ କାର୍‌ ଚଳାଉଥିଲେ ୪ ସାଙ୍ଗ। ଲକ୍ଷ୍ୟ ଥିଲା ଘଣ୍ଟାପ୍ରତି ସ୍ପିଡ୍‌ ବଢ଼ାଇ ୩୦୦ କିଲୋମିଟର ଛୁଇଁବା। ଦ୍ରୁତଗତିରେ କାର୍‌ ଚଳାଉଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ତାହାର ଫେସ୍‌ବୁକ୍‌ ଲାଇଭ୍‌ ଭିଡିଓ ମଧ୍ୟ…

ଆଜି ଭାରତ ଆସିବେ ଗୁଟେରସ୍‌

ନୂଆଦିଲ୍ଳୀ,୧୮।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ଭାରତ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍‌ଙ୍କ ଏହା ପ୍ରଥମ ଭାରତ ଗସ୍ତ। ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସକାଶେ…

ମିଥୁନ ଚକ୍ରବର୍ତ୍ତି ଇନ, ରୂପା ଗାଙ୍ଗୁଲି ଆଉଟ

କୋଲକାତା,୧୮ ।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା) ଏତେ ଭଲ ପ୍ରଦର୍ଶନ କରି ନ ଥିଲେ ବି ଅନ୍ୟ ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ଦେଖାଯାଇଛି । ଯେଉଁଠି ଦିନେ ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଦବଦବା ଥିଲା…

କେଜରିୱାଲଙ୍କୁ ବିରୋଧିଙ୍କ ଟାର୍ଗେଟ, ବିନା ସର୍ତ୍ତରେ ମାଗନ୍ତୁ କ୍ଷମା

ନୂଆଦିଲ୍ଲୀ,୧୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଟିଏ ଦିନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଭଗତ ସିଂଙ୍କ ସହ ତୁଳନା କରିଥିଲେ । ଯାହାକୁ ନେଇ ଏବେ ବିବାଦ ଉଠିଛି । ଭାରତୀୟ ଜନତା ପାର୍ଟି(ଭାଜପା)ର ମହାସଚିବ ଜୀବନ ଗୁପ୍ତା କହିଛନ୍ତି…

କଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ: ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: କଶ୍ମୀରରେ ପୁଣି ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିଛନ୍ତି। ସୋମବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ସମୟରେ ଉତ୍ତରପ୍ରଦେଶର ଦୁଇଜଣ ଶ୍ରମିକଙ୍କୁ ଦକ୍ଷିଣ କଶ୍ମୀରର ଶୋପିୟାନରେ ହତ୍ୟା କରିଛନ୍ତି। ଉଭୟ ଶ୍ରମିକ କନୌଜ ଜିଲାର ମୁନିଶ ଅହମ୍ମଦ ଏବଂ ସାଗର ଅଲି…

୯ଘଣ୍ଟା ଧରି ସିସୋଡିଆଙ୍କୁ ସିବିଆଇର ଜେରା: କହିଲେ, ସବୁ ମିଥ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୦: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ହାଜର ହେବା ପାଇଁ ସିବିଆଇ ସମନ ଜାରି କରିଥିଲା। ସିସୋଡିଆ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପ୍ରାୟ ୯ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ୯ଘଣ୍ଟାର…

୩ ଦିନିଆ ଭାରତ ଗସ୍ତରେ ଆସିବେ ଆଣ୍ଟୋନିଓ ଗୁଟେରସ୍‌

ନୂଆଦିଲ୍ଳୀ,୧୭।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ଭାରତ ୩ ଦିନିଆ ଗସ୍ତରେ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍‌ଙ୍କ ଏହା ପ୍ରଥମ ଭାରତ ଗସ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୦୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?