ଜାତୀୟ

ଫାଶୀ ଦିଆଯିବାର ଦୃଶ୍ୟ ରିହର୍ସାଲ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଚିତ୍ରଦୁର୍ଗ,୩୧।୧୦: ସ୍କୁଲରେ ହେବାକୁ ଥିବା ନାଟକ ଭଗତ୍‌ ସିଂଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ କର୍ନାଟକ ଚିତ୍ରଦୁର୍ଗ ଜିଲାରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଏଥିରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ…

ମଙ୍ଗଳବାର ମୋର୍‌ବି ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜୁରାଟର ମୋର୍‌ବି ଝୁଲା ପୋଲ ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ। ଏହାପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ସମବେଦନା…

ଝୁଲାପୋଲ ଦୁର୍ଘଟଣା: ଭାଜପା ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମ୍ମଦାବାଦ୍‌,୩୧।୧୦:ଗୁଜରାଟର ମୋର୍‌ବିରେ ଝୁଲାପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଜକୋଟ ଭାଜପା ଏମ୍‌ପି ମୋହନ ଭାଇ କୁଣ୍ଡାରିଆଙ୍କ ପରିବାର ସଦସ୍ୟ ମଧ୍ୟ ଅଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ତାଙ୍କ ପରିବାରର ୧୨ ଜଣ ପ୍ରାଣ ହରାଇଛନ୍ତି।…

୨ ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୩୧।୧୦: ଦକ୍ଷିଣ କଶ୍ମୀରର ଶୋପିଆନ ଜିଲାର କଲାର ଅଞ୍ଚଳରୁ ଦୁଇଜଣ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛି। ସୂଚନାକୁ ଭିତ୍ତି କରି ସେନା ଏବଂ ସିଆରପିଏଫ୍‌ ସହିତ ମିଳିତ ଟିମ୍‌ ଆତଙ୍କବାଦୀଙ୍କୁ…

ଉତ୍ତରପ୍ରଦେଶରେ ବାଘ ଆକ୍ରମଣରେ ଗଲାଣି ୬ ଜୀବନ

ଲଖିମପୁର ଖେରି, ୩୧ା୧୦: ଉତ୍ତରପ୍ରଦେଶର ଦୁଧଓ୍ବା ବ୍ୟାଘ୍ର ସରଂକ୍ଷଣ (ଡିଟିଆର୍‌)ର ସାଉଥ ଖେରି ଫରେଷ୍ଟ ଡିଭିଜନରେ ବାଘ ଆକ୍ରମଣରେ ଜଣେ ୪୦ ବର୍ଷୀୟ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ଲଖିମପୁର ଖେରି ଜିଲାରେ ଏହାକୁ ମିଶାଇ ଚଳିତ ମାସରେ ମୋଟ ୬…

ବିଗିଡିଲା ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା

ମୁମ୍ବାଇ,୩୧।୧୦: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ସପ୍ତାହରେ ସେ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ଯ୍ୟକ୍ରମରେ…

ଉଦ୍ଧବଙ୍କୁ ପୁଣି ଝଟ୍‌କା: ସିଏଜି କରିବେ ବିଏମ୍‌ସିର ୨ ବର୍ଷ କାର୍ଯ୍ୟର ତଦନ୍ତ, ନିର୍ଦ୍ଦେଶ ଦେଲେ ଶିନ୍ଦେ…

ମୁମ୍ବାଇ,୩୧।୧୦ : ନିର୍ବାଚନ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ସିଏଜିଙ୍କ ମାଧ୍ୟମରେ ବିଏମ୍‌ସିର ୨ ବର୍ଷ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ଭାଇରସ ମହାମାରୀ…

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌…

ଦୈନିକ ସଂକ୍ରମଣ ୧୪ ଶହରୁ କମ୍‌ , ସକ୍ରିୟ ମାମଲା ୧୮ ହଜାର ତଳେ…

ନୂଆଦିଲ୍ଲୀ, ୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ ୨୪…

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୧।୧୦:ଗୁଜରାଟର ମୋର୍‌ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଛନ୍ତି। ଜାତୀୟ ଏକତା ଦିବସ ଅବସରରେ କେଭାଡିଆରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ଏକତା ନଗରରେ ଅଛି କିନ୍ତୁ ମୋର ହୃଦୟ ମୋର୍‌ବି…

ୟୁରୋପରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୩୧।୧୦ : ଜମ୍ମୁ-କଶ୍ମୀର ପୋଲିସ ୟୁରୋପରୁ ପରିଚାଳିତ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିବା ଦାବି କରିଛି। ଜମ୍ମୁରେ ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପଠାଇବାରେ ସମ୍ପୃକ୍ତ ଥିବା ଏହାର ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା।…

କେବଲ ବ୍ରିଜ ଦୁର୍ଘଟଣା: ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ୧୭୦ ଜଣଙ୍କୁ ଉଦ୍ଧାର କରାଗଲାଣି । ରାଜକୋଟର ଭାଜପା ଏମପି ମୋହନଭାଇ କଲ୍ୟାଣଜୀ କୁନ୍ଦାରିୟାଙ୍କର ୧୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?